ଜୀବନଶୈଳୀ

କେଉଁ ସମୟରେ ପାଣି ପିଇବା ଉଚିତ

ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେତେବେଳେ ଛୁଆ ଜନ୍ମ ହୋଇଥାଏ ସେତେବେଳେ ତା ଶରୀରରେ ପାଣି ପରିମାଣ ୭୫% ହୋଇଥାଏ କିନ୍ତୁ ଯେମିତି ଯେମିତି ଛୁଆ ବଡ ହବାକୁ ଲାଗିଥାଏ ତା ଶରୀରରେ ପାଣି ମାତ୍ରା କମିବାକୁ ଲାଗିଥାଏ । ତେବେ ଅଧ୍ୟୟନ ଅନୁଯାଇ ଏହା ଜଣା ପଡିଛି ଯେ ମଣିଷ ଯୁବା ବୟସ ସମୟରେ ପୁରୁଷ ମାନଙ୍କ ଶରୀରରେ ୬୦% ପାଣି ପରିମାଣ ହୋଇଥାଏ ଓ ମହିଳାଙ୍କ ଶରୀରରେ ୫୫% ପାଣି ମାତ୍ରା ରହିଥାଏ ।

ହାର୍ଟ, କିଡନି, ମୁତ୍ର ନଳି ଓ ଅନ୍ୟ କେତେକ ଜାଗାରେ ପାଣି ଏକତ୍ର ହୋଇ ରହିଥାଏ, ଏହା ଛଡା ଅଧ୍ୟୟନ ଅନୁଯାଇ ଏହା ଜଣା ପଡିଛି ଯେ କୋଷିକାରେ ସବୁଠାରୁ ଅଧିକ ମାତ୍ରାରେ ପାଣି ରହିଥାଏ । ଏହା ଛଡା ହାଡରେ ମଧ୍ୟ ପାଣି ପରିମାଣ ବହୁତ ମାତ୍ରାରେ ରହିଥାଏ, ଏହି ସବୁ ଅନୁଯାଇ ଆମକୁ ଏହା ଜଣା ପଡିଛି ଯେ ଶରୀର ଅଙ୍ଗ ଭଲ ଭାବରେ କାମ କରିବାକୁ ହେଲେ ପାଣି ମାତ୍ରା ଭଲ ଭାବରେ ରହିବା ଆବଶ୍ୟକ ଅଟେ ।

Image Courtesy: Google

ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଆମ ଶରୀରରେ ପାଣି ବହୁତ ଆବଶ୍ୟକ ହୋଇଥାଏ ନଚେତ, ପେଟ ଖରାପ, ଚୁଟି ଝଡିବା, ଓ ବହୁତ ପ୍ରକାର ସମସ୍ଯା କେବଳ ପାଣି କମ ହବାରୁ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ପାଣି କେବେ ଓ କେତେ ପିଇବା ଉଚିତ ହୋଇଥାଏ । ପାଣି ବହୁତ ଭାବରେ ଶରୀର ତ୍ୟାଗ କରିଥାଏ ଯେମିତିକି ମଳ ପରିଶ୍ରା ତ୍ୟାଗ, ଝାଳ, ନିଶ୍ଵାସ ନବାରେ ଛାଡିବାରେ ମଧ୍ୟ ପାଣି ହାନି ହୋଇଥାଏ ।

Image Courtesy: Google

ତେବେ ଏହା ଆମର ପ୍ରତିଦିନ କାର୍ଯ୍ୟ ଅଟେ ସେଥିପାଇଁ ଯେତେ ଆମ ଶରୀର ପାଣି ତ୍ୟାଗ କରିଥାଏ ସେତିକି ଆମକୁ ସେବନ ମଧ୍ୟ କରିବା ଉଚିତ ଅଟେ ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଆପଣଙ୍କ ହାଇଟ ଓ ୱେଟ ଅନୁଯାଇ ଆପଣଙ୍କୁ ପାଣି ସେବନ କରିବା ଉଚିତ ତେବେ ସାମାନ୍ଯ ଲୋକବକୁ ଗୋଟେ ଦିନରେ ୩ରୁ ୪ ଲିଟର ପାଣି ସେବନ କରିବା ଉଚିତ ଓ ଛୁଆଙ୍କୁ ୨ରୁ ୩ ଲିଟର ପାଣି ସେବନ କରିବା ଉଚିତ ।

Image Courtesy: Google

ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ପୁରୁଷଙ୍କୁ ୩ରୁ ୪ ଲିଟର ପାଣି ପ୍ପିବା ଉଚିତ ଓ ମହିଳାଙ୍କ କ୍ଷେତ୍ରରେ ୨ରୁ ୩ ଲିଟର ପାଣି ପିଇବା ଶରୀର ପାଇଁ ହିତକାର ବୋଲି ବିଶେଷଜ୍ଞଙ୍କ ମତ ଅଟେ । ଯଦି ଆପଣ ସନ୍ଧ୍ୟା ଓ ସକାଳରେ ବ୍ୟାୟାମ ବା ଜିମ ଯାଉଛନ୍ତି ତେବେ ଆପଣଙ୍କୁ ଅଧିକ ମାତ୍ରାରେ ପାଣି ପିବା ଉଚିତ କାହିଁକିନା ଆପଣଙ୍କ ସାମାନ୍ଯ ଲୋକଙ୍କ ଠାରୁ ଅଧିକ ଝାଳ ବାହାରିଥାଏ ଯାହା ଦ୍ଵାରା ଆପଣଙ୍କ ଇମୁନିଟି ଓ ଆପଣଙ୍କ ଶରୀର ପାଣି ଅଧିକ ଖର୍ଚ ହୋଇଥାଏ ।

Image Courtesy: Google

ତେବେ ଯଦି ଆପଣ ସାମାନ୍ୟ ଠାରୁ ଅଧିକ ମାତ୍ରାରେ ପାଣି ସେବନ କରନ୍ତି ତେବେ ଆପଣଙ୍କ କିଡନି ଉପରେ ଅଧିକ ପ୍ରଭାବ ପଡିଥାଏ ସେଥିପାଇଁ ପ୍ପାରିଶ୍ରା କେବେ ଅଟକାଇବେ ନାହିଁ ଓ ପାଣି ମଧ୍ୟ ଅଧିକ ମାତ୍ରାରେ ପିଇବା ଉଚିତ ନୁହଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button