ଦେଶ ବିଦେଶ

ଏହି କୁକୁର ପାଖରେ ଅଛି ଅମ୍ବାନି ଠାରୁ ମଧ୍ୟ ଅଧିକ ସମ୍ପତି, ଜାଣିଲେ ଆପଣ ମଧ୍ୟ ମଣିଷ ନୁହେଁ କୁକୁର ଜନ୍ମ ନବାକୁ ଚାହିଁବେ

ଏହି କୁକୁର ପାଖରେ ଅଛି ଅମ୍ବାନି ଠାରୁ ମଧ୍ୟ ଅଧିକ ସମ୍ପତି

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତି ଅଛି, କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଏମିତି ଏକ କୁକୁର ମଧ୍ୟ ଅଛି ଯିଏ ସେହି ଅରବପତି ମାନଙ୍କ ଠାରୁ ମଧ୍ୟ ଅଧିକ ଧନୀ, ତେବେ କଣ ଆପଣ ଏହା ମାନିବେ? ବୋଧେ  ହୁଏ ନୁହେଁ, ଆପଣ ଭବିବେ ଏହା ଅସମ୍ଭବ, ଏମିତି କେମିତି ହୋଇ ପାରିବ, ଗୋଟେ କୁକୁର କେମିତି କୋଟିପତି ହୋଇ ପାରେ? ତେବେ ଆମେ ଆପଣଙ୍କୁ କହି ରଖୁଛୁ ଏହି ଖବର ପୁରା ସତ୍ୟ ଅଟେ । ଏହି କୁକୁର ଦୁନିଆରେ ଥିବା ସମସ୍ତ କୋଟିପତି ମାନଙ୍କୁ ମଧ୍ୟ ଟକ୍କର ଦେଇ ପାରିଛି, ଏହା ପଛରେ ଏତେ ଚାକର ଚାକରାଣୀ ବୁଲୁଛନ୍ତି ଯେତିକି ଅମ୍ବାନି ଘରେ ମଧ୍ୟ ନଥିବେ ।

କିଏ ଏହି କୁକୁର, ଏବଂ କେମିତି ଆସିଲା ତା ପାଖକୁ ଏତେ ସମ୍ପତି? ଚାଳନ୍ତୁ ଜାଣିବା ।

ଦୁନିଆର ସବୁଠୁ ଧନୀ ପଶୁ

ଜର୍ମନ ଶେଫର୍ଡ ପ୍ରଜାତିର ଏହି କୁକୁରର ନାମ ଗଂଥର । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି କୁକୁର ଦୁନିଆର ସବୁଠୁ ଧନୀ ପଶୁ ଅଟେ ଓ ସେ କେଉଁ ତରକା ମାନଙ୍କଠୁ ମଧ୍ୟ କମ ନୁହେଁ ।

କୁକୁର ପାଖରେ ଅଛି କୋଟି କୋଟି ଟଙ୍କାର ସମ୍ପତି-

ଆପଣ ଜାଣିଲେ ବେହୋସ ହୋଇଯିବେ କି ଏହି କୁକୁର ପାଖରେ 14.5 କୋଟି ଡଲାର ମାନେ 9,71,50,00000 ଟଙ୍କାର ସମ୍ପତି ଅଛି । ଗଂଥରକୁ ଏହି ସମ୍ପତି ତାହାର ପିତାଠାରୁ ମିଳିଛି । କିନ୍ତୁ ତା ବାପାକୁ ଏହି ସମ୍ପତି ତାର ମାଲିକାଣୀ କାର୍ଲୋତ୍ତା ଲୀବେନ୍ସ୍ଟାଇନର ମୃତ୍ୟୁ ପରେ ମିଳିଥିଲା ।   1992 ମସିହାରେ କାର୍ଲୋତ୍ତା ଙ୍କର ମୃତ୍ୟୁ ପରେ ଇଟଲୀ ଓ ଜର୍ମନୀ ସ୍ଥିତ ସମସ୍ତ ସମ୍ପତି ଏହି କୁକୁରକୁ ମିଳିଥିଲା ।

ଗଂଥର ପାଖରେ ଏବେ ବହୁତ ଚାକର ଅଛନ୍ତି, ସେ ଏକ ମହଲ ରେ ରହୁଛି ଓ ନିଜ ମନ ପସନ୍ଦର ଖାଦ୍ୟ ଖାଉଛି । ଯଦି ଥରେ ଆପଣ ତାର ରହିବା ଚାଲିବା ଦେଖିବେ ତେବେ ଆପଣ ମଧ୍ୟ କହିବେ ପରବର୍ତ୍ତୀ ଜନ୍ମରେ ମନୁଷ୍ୟ ନୁହେଁ ବରଂ  କୁକୁର ଜନ୍ମ ମିଳୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button