ଦେଶ ବିଦେଶ

ଗୁଡ଼ି ଉଡ଼ାଇବାକୁ ନେଇ ଦୁଇ ଶିଶୁଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ – Utkal Mail


ଲଖନଉ: ଗୁଡ଼ି ଉଡ଼ାଇବାକୁ ନେଇ ଦୁଇ ପିଲାଙ୍କ ମଧ୍ୟରେ ହୋଇଥିବା ଝଗଡ଼ାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି | ଏହି ଘଟଣା ଉତ୍ତରପ୍ରଦେଶର ଲଖନଉର ବସନ୍ତକୁଞ୍ଜ ଅଞ୍ଚଳରେ ଘଟିଛି। ଏହି ଘଟଣାକୁ ନେଇ ଶନିବାର ପାଞ୍ଚ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ମୁତାବକ ଗୁଡ଼ି ଉଡ଼ାଇବାକୁ ନେଇ ୧୨ ବର୍ଷୀୟ ଜୈଦ ଏବଂ ୧୦ ବର୍ଷୀୟ ସୁଫିଆନଙ୍କ ମଧ୍ୟରେ ବିବାଦ ହୋଇଥିଲା | ସୁଫିଆନ ଜୈଦଙ୍କୁ ମାଡ ମାରିଥିଲେ। ଆଉ ପୁଅକୁ ପିଟିଥିବାର ଖବର ମିଳିବା ପରେ ଜୈଦଙ୍କ ବାପା ଏହି ଅଭିଯୋଗ କରିବାକୁ ସୁଫିଆନଙ୍କ ଘରକୁ ଯାଇଥିଲେ।

ତେବେ ସୁଫିଆନଙ୍କ ପରିବାର ସଦସ୍ୟ ଜୈଦଙ୍କ ପିତା ମହମ୍ମଦ ଫୁରକାନଙ୍କୁ ଏକ କୋଠରୀରେ ବନ୍ଦ କରି ନିର୍ଦ୍ଧୁମ ପିଟିଥିଲେ। ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜୈଦଙ୍କ ପିତାଙ୍କୁ ଉଦ୍ଧାର କରିଥିଲା। ଏହାପରେ ୪୦ ବର୍ଷୀୟ ଫୁରକାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ମୃତକଙ୍କ ସମ୍ପର୍କୀୟମାନେ ଏନେଇ ଅଭିଯୋଗ କରିବା ପରେ ପୁଲିସ ସୁଫିଆନଙ୍କ ପରିବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୁଲିସ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏନେଇ ପୁଲିସ କହିଛି ଯେ ହତ୍ୟା ଧାରାରେ ଏକ ମାମଲା ରୁଜୁ କରାଯାଇଛି । ସେ କହିଛନ୍ତି ଯେ ସୁଫିଆନ ପରିବାରର ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button