ଜୀବନଶୈଳୀ

ବିବାହ କରିବା ପୂର୍ବରୁ ନିଶ୍ଚିତ ଭାବରେ ଏହି ୫ଟି କଥା ଜାଣି ନିଅନ୍ତୁ , ନହେଲେ ପରେ ହଇରାଣ ହେବେ ।

ବିବାହ ପୂର୍ବରୁ ଜୀବନସାଥୀଙ୍କ ବିଷୟରେ ଏହି ୫ଟି କଥା ଜାଣିବା କାହିଁକି ନିତ୍ୟାନ୍ତ ଆବଶ୍ୟକ ବୋଲି ଚାଣକ୍ୟ କହୁଛନ୍ତି ତାହା ଚାଣକ୍ୟଙ୍କ ନୀତି ଅନୁସାରେ ଆସନ୍ତୁ ଜାଣିବା।

ମହାନ ରାଜନେତା ବା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ମଧ୍ୟ ବହୁତ ସହାୟକ ହୋଇଥାଏ। ଚାଣକ୍ୟ ନୀତିରେ ଗୃହସ୍ଥ ଜୀବନରେ ଛୋଟରୁ ବଡ଼ ସମସ୍ୟା ଏବଂ ତାର ନିରାକରଣ ବିଷୟରେ ବର୍ଣ୍ଣନା କରାଯାଇଛି। ତାହା ବ୍ୟତୀତ ଏହି ଶାସ୍ତ୍ରରେ ଜୀବନସାଥୀ ବାଛିବାକୁ ନେଇ ଅନେକ କଥା ଉଲ୍ଲେଖ ମଧ୍ୟ କରାଯାଇଛି। ଆସନ୍ତୁ ଜାଣିବା ସେହି ନୀତି ଗୁଡିକ କୋଣ କଣ । ଚାଣକ୍ୟ ନୀତି ଆନୁସାରେ ବିଭିନ୍ନ ଶ୍ଳୋକ ମାଧ୍ୟମରେ ଏହା ଲେଖିଛନ୍ତି ଯେ “

|| ବରୟେତ କୂଳଜଂ ପ୍ରାଂଗ୍ୟ ବିରୂପାମପି କନ୍ୟକାମ ରୂପସିଳାମ ନ ନିଚସ୍ୟ ବିବାହ ସଦୃସେ କୂଳେ” ||

Google
ଏହାର ଅର୍ଥ ଦର୍ଶାଇବା ପାଇଁ ଚାଣକ୍ୟ କହିଛନ୍ତି ଜଣେ ଆଭିମୁଖ୍ୟବାଦୀ ଝିଅ ଅସୁନ୍ଦର ହୋଇଥିଲେ ହେଁ ଜଣେ ପଣ୍ଡିତ ଜ୍ଞାନୀ ବ୍ୟକ୍ତିଙ୍କ ପାଇଁ ସର୍ବତମ । ତେଣୁ ସମାନ ଆଭିଜାତିୟ ଦେଖି ବିବାହ କରିବା ଉଚିତ। ସର୍ବଦା ସମାନ ସ୍ତର ଏବଂ ଗୁଣ ଥିବା ଝିଅଙ୍କୁ ବିବାହ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ଚାଣକ୍ୟ କୁହନ୍ତି କେବଳ ସାଥିଙ୍କୁ ନୁହେଁ ତାଙ୍କର ପରିବାର, ଗୁଣ, ବ୍ୟବହାର ଏବଂ ଚରିତ୍ର ଆଧାରରେ ଜୀବନସାଥୀ ଚୟନ କରାଯିବା ଆବଶ୍ୟକ।

ଏହା ଝିଅମାନଙ୍କ ପାଇଁ ମଧ୍ୟ ସମାନ ଭାବେ ପ୍ରଯୁଜ୍ୟ। ସେମାନେ ପୁଅର ଗୁଣ, ଚରିତ୍ର ଏବଂ ପରିବାର ଦେଖିବା ପରେ ବିବାହ କରିବା ଉଚିତ। ଚାଣକ୍ୟ କହିଛନ୍ତି ଜୀବନସାଥୀବଙ୍କ ମଧ୍ୟରେ ଧର୍ଯ୍ୟ ଭଳି ଗୁଣ ରହିବା ଆବଶ୍ୟକ। ସ୍ବାମି ଏବଂ ସ୍ତ୍ରୀଙ୍କ ମଧ୍ୟରେ ଧର୍ଯ୍ୟ ଥିଲେ ଜୀବନ ଅଧିକ ଖୁସି ହୋଇଥାଏ। ଏହି ଗୁଣ ଯୋଗୁ କଠିନ ପରିସ୍ଥିତରେ ମଧ୍ୟ ପରଷ୍ପର ସହିତ ଅସୁବିଧାରୁ ମୁକ୍ତି ପାଇପାରିବେ। ଯେଉଁ ବ୍ୟକ୍ତି ଧର୍ମ ଏବଂ କର୍ମରେ ବିଶ୍ୱାସ ରଖେ ସେ ଭଲ। ବିବାହ ପୂର୍ବରୁ ଏହା ମଧ୍ୟ ଜାଣିବା ଉଚିତ। ଜୀବନସାଥୀଙ୍କର ଧର୍ମ ଉପରେ କେତେ ବିଶ୍ୱାସ ଅଛି। କାରଣ ଚାଣକ୍ୟଙ୍କ ଅନୁଯାଇ ପରିବାରକୁ ସଠିକ ଦିଗ ଦେବା ପାଇଁ ମନୁଷ୍ୟର ଧର୍ମ ଏବଂ କର୍ମ ଉପରେ ବିଶ୍ୱାସ ରହିବା ଆବଶ୍ୟକ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button