IBPS ରେ ଖାଲି ପଡିଛି କ୍ଲର୍କ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିଅର ଗଢ଼ିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସନାଲ ସିଲେକ୍ସନ୍ (IBPS) ୧୦ ହଜାରରୁ ଅଧିକ କ୍ଲର୍କ ପଦବୀ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି । ଦେଶର ବିଭିନ୍ନ ରାଜ୍ୟର ୧୧ଟି ସରକାରୀ ବ୍ୟାଙ୍କରେ ୧୦୨୭୭ ଖାଲି ଥିବା କ୍ଲର୍କ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ IBPS ଏହି ବିଜ୍ଞପ୍ତି ପ୍ରକାଶ କରିଛି । ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅଧିକ ବିବରଣୀ ପାଇଁ ଏହା ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୧୦ ହଜାରୁ ଉର୍ଦ୍ଧ୍ବ
ଆବେଦନ ତାରିଖ : ପ୍ରାର୍ଥୀମାନେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୦ରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି ।
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ୍ ପାସ୍ କରିଥିବା ଜରୁରୀ ।
ଆବେଦନ ଶୁଳ୍କ : ଫର୍ମ ସବମିଟ୍ ସମୟରେ ଅନଲାଇନ୍ ମାଧ୍ୟମରେ ଆବେଦନକାରୀ ଶୁଳ୍କ ଦାଖଲ କରିବେ । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ଥିବାବେଳେ ଏସସି, ଏସଟି, PwBD, ESM ଏବଂ DESM ପ୍ରାର୍ଥୀଙ୍କ ପାଇଁ ୧୭୫ ଟଙ୍କା ଧାର୍ଯ୍ୟ କରାଯାଇଛି ।
ଦରମା : ୨୪,୦୫୦ରୁ ୪୦,୦୦୦ ପର୍ଯ୍ୟନ୍ତ ମାସିକ ଦରମା ରହିଛି ।
ଚୟନ ପ୍ରକ୍ରିୟା : ପ୍ରିଲିମ୍ସ ପରୀକ୍ଷା, ମେନ୍ସ ପରୀକ୍ଷା, ଡକ୍ୟୁମେଣ୍ଟ ଭେରିଫିକେସନ୍ ଏବଂ ମେଡିକଲ ଫିଟନେସ୍ ଆଧାରରେ ଆବେଦନକାରୀଙ୍କ ଚୟନ କରାଯିବ । ଏହି ସମ୍ବନ୍ଧୀୟ ସହିତ ଜଡିତ ଥିବା ସମସ୍ତ ସୂଚନା ଅଫିସିଆଲ ୱେବସାଇଟରୁ ଯାଇ ଚେକ୍ କରିପାରିବେ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ହୋମପେଜରେ ଥିବା CRP-Clerks-XIVଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ନୂଆ ପେଜରେ ରେଜିଷ୍ଟ୍ରେସନ କରନ୍ତୁ ।
ସମସ୍ତ ଜରୁରୀ ଡକ୍ୟୁମେଣ୍ଟଗୁଡିକୁ ଅପଲୋଡ କରନ୍ତୁ ।
ଏହାପରେ ଧାର୍ଯ୍ୟ ହୋଇଥିବା ଶୁଳ୍କ ପୈଠ କରନ୍ତୁ ।
ଫର୍ମ ସବମିଟ୍ କରିବା ପୂର୍ବରୁ ଭଲ ଭାବେ ଚେକ୍ କରନ୍ତୁ ।
ଶେଷରେ ଫର୍ମର ପ୍ରିଣ୍ଟଆଉଟ୍ ବାହାର କରି ସୁରକ୍ଷିତରେ ରଖନ୍ତୁ ।



