କ୍ରୀଡା

ଦୁର୍ଘଟଣାର ୭ମାସ ପ‌ରେ ପଡ଼ିଆକୁ ଫେରି ବ୍ୟାଟ ଉଠାଇଲେ ପନ୍ତ – Utkal Mail


ନୂଆଦିଲ୍ଲୀ: ଗତବର୍ଷ ଡିସେମ୍ବର ମାସ ୩୦ ତାରିଖରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଋଷଭ ପନ୍ତଙ୍କ କ୍ରିକେଟ୍ ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏହି କ୍ରମ‌ରେ ଋଷଭ ପନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର ରହିଛି।

କାରଣ କାର ଦୁର୍ଘଟଣାର ଶିକାର ହେବାପରେ ଆହତ ହୋଇପଡ଼ିଥିବା ଋଷଭ ପୁଣିଥରେ ପଡ଼ିଆକୁ ଫେରିଛନ୍ତି। ହାତରେ ବ୍ୟାଟ ଧଣି ଖୁବ ଖୁସିରେ ସେ ଖେଳୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି।

ଭାରତୀୟ ଦଳକୁ ଆଗାମୀ ଦିନରେ ଏସିଆ କପ ଓ ବିଶ୍ବକପ ୨୦୨୩ ଖେଳିବାର ଅଛି। ଏହା ପୂର୍ବରୁ ଋଷଭ ଦଳ ପାଇଁ ଏକ ଖୁସିଖବର ନେଇ ଆସିଛନ୍ତି। କାରଣ ସେ ଅଗଷ୍ଟ ୧୫ ତାରିଖରେ ବ୍ୟାଟ ଧରି ପଡ଼ିଆକୁ ଓହ୍ଲାଇ ତାଙ୍କ ଫ୍ୟାନ୍ସଙ୍କୁ ଖୁସି କରି ଦେଇଛନ୍ତି। ଅକ୍ଟୋବର ୫ ତାରିଖରେ ଖେଳାଯିବାକୁ ଥିବା ବିଶ୍ବକପରେ ପନ୍ତ ନଜର ଆସି ପାରନ୍ତି ବୋଲି କୁହାଯାଉଛି।

କ୍ରିକେଟ୍‌ ପଡ଼ିଆକୁ ଯଥାଶୀଘ୍ର ଫେରିବାର ଆଗ୍ରହ ପାଇଁ ରେକର୍ଡ ସମୟ ଭିତରେ ପନ୍ତ ସୁସ୍ଥ ହୋଇଥିଲେ। କେବଳ ସେ ସୁସ୍ଥ ହୋଇନାହାନ୍ତି, ଶତପ୍ରତିଶତ ଫିଟ୍‌ନେସ୍ ପାଇବାକୁ କଠିନ ପରିଶ୍ରମ ବି କରୁଛନ୍ତି।  ଯାହାର ଏକ ଭିଡିଓ ସେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଛନ୍ତି। ଏଥିରେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ତାଙ୍କୁ ଭାରୋତ୍ତୋଳନ କରୁଥିବା ଦେଖିବାକୁ ମିଳୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button