ସ୍ୱାସ୍ଥ୍ୟ

କାହିଁକି ହୁଏ କିଡନି ଫେଲ୍ୟୁଅର- Dr. Nisith Kumar

ଆପଣ ମାନେ ସମସ୍ତେ କେବେ ନା କେବେ ଏହା ଭାବୁଥିବେ ଯେ କିଡନି କେମିତି ଫେଲ ହୁଏ ବା କେଉଁ କାରଣରୁ କିଡନି ଫେଲ ହୋଇଥାଏ ଯଦି ଆପଣ ମଧ୍ୟ ଏହା ଜାଣିବାକୁ ଚାହୁଞ୍ଚନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାର ସବୁ କାରଣ ବିଷୟରେ କହିବାକୁ ଯାଉଛୁ । ବହୁତ ଲୋକ ଏହା ଭାବନ୍ତି ଯେ ଅଧିକ ଟମାଟର ଖାଇଲେ କିଡନି ଫେଲ ହୋଇଥାଏ କିନ୍ତୁ ଏମିତି କିଛି ନଥାଏ । କିଡନି ଫେଲ ହବାର ବହୁତ କାରଣ ଅଛି ଯାହା ସମସ୍ତଙ୍କୁ ଜାଣିବା ଉଚିତ ।

କଣ ଆପଣ ଏହା ଜାଣିଛନ୍ତି ଯେ କିଡନି ଫେଲ ହବା ଆଗରୁ ମଣିଷକୁ ଜଣା ପଡିନଥାଏ କାହିଁକିନା କିଡନି ୮୦% ଫେଲ ହବା ପରେ ଏହାର ଲକ୍ଷଣ ଦେଖା ଯାଇଥାଏ ସେଥିପାଇଁ କିଡନି ବିଷୟରେ ଜାଣିବା ବହୁତ କଷ୍ଟ । କିନ୍ତୁ କଣ ଆପଣ ଜାଣିଛନ୍ତି ପରିଶ୍ରାକୁ କିଡନି ଆଇନା କୁହା ଯାଏ କାହିଁକିନା କିଡନିରେ କିଛି ଅସୁବିଧା ହେଲେ ଆମ ପରିଶ୍ରାରେ ଅସୁବିଧା ଦେଖା ଦେଇଥାଏ । ତେବେ ପରିଶ୍ରା ରୁଟିନ ଟେଷ୍ଟ କଲେ ସେଥିରେ ଯଦି ପ୍ରୋଟିନ ବା ଗ୍ଳୁକୋଜ ମାତ୍ରା ଅଧିକ ହୋଇଥାଏ ତେବେ କିଡନିରେ ଅସୁବିଧା ହୋଇ ପାରେ ସେଥିପାଇଁ ଏହି ଭଳି ରିପୋର୍ଟ ଆସିଲେ କିଡନି ଡାଇଲୁସିସ କରାଇବା ଆବଶ୍ୟକ ହୋଇଥାଏ ।

ଏହା ଛଡା କିଡନି ଫେଲ ହବାର ସବୁଠାରୁ ମୁଖ୍ୟ କାରଣ ଶରୀରରେ ପୋଟାସିୟମ ମାତ୍ରା ବଢିବା ଦ୍ଵାରା ହୋଇଥାଏ । ପୋଟାସିୟମ ବହୁତ ଭୟଙ୍କର ବିଟାମିନ ଅଟେ ଏହା ବଢିବା ଦ୍ଵାରା ମଣିଷକୁ ହାର୍ଟ ଅଟାକ ଭଳି ସମସ୍ୟା ଆସି ପାରେ ତେବେ ମଣିଷକୁ ବଞ୍ଚାଇବା ପାଇଁ ଡକ୍ଟରକୁ ସମୟ ମଧ୍ୟ ମିଳି ନଥାଏ । ତେବେ ପୋଟାସମ ବଢିବା ଦ୍ଵାରା କିଡନି ମଧ୍ୟ ଫେଲ ହୋଇଥାଏ ସେଥିପାଇଁ ପୋଟାସିୟମ ଯୁକ୍ତ ଖାଦ୍ୟ କମ ସେବନ କରନ୍ତୁ । ତେବେ କିଡନି ଖରାପ ହବାର ମୁଖ୍ୟ ଲକ୍ଷଣ ହେଲା ରାତିରେ ନିଦ କମ ଆସିବ । ଦିନରେ ନିଦ ଲାଗିବା ସହ ବହୁତ ଦୁର୍ବଳ ଅନୁଭବ ହବ କିଛି କରିବା ପାଇଁ ଇଛା ହବ ନାହିଁ ।

ଏହା ସହ ରାତିରେ ବାରମ୍ବାର ଆପଣଙ୍କୁ ପରିଶ୍ରା ଲାଗିବ । ତେବେ ଏହି ଭଳି କିଛି ବି ସମସ୍ୟା ହେଲେ ଆପଣ ପରିଶ୍ରା ଟେଷ୍ଟ କରାନ୍ତୁ ଜଣା ପଡିଯିବ । ଏହା ସହ ବହୁତ ଲୋକ କୁହନ୍ତି ଯେ ପରିଶ୍ରା ହଳଦିଆ ହେଲେ କିଡନି ଖରାପ ହୋଇଥାଏ ଯାହା ଭୁଲ ଭାବନା ଅଟେ ଜଣ୍ଡିସ ଭଳି ରୋଗରେ ପରିଶ୍ରା ହଳଦିଆ ହୋଇଥାଏ । କିଛି କିଛି ଇଂରାଜୀ ଔଷଧ ଖାଇବା ପରେ ପରିଶ୍ରା ହଳଦିଆ ହୋଇଥାଏ, କିଛି ଲୋକଙ୍କ ଖାଦ୍ଯରେ ହଳଦିଆ ଅଂସ ଅଧିକ ରହିବା ଦ୍ଵାରା ପରିଶ୍ରା ହଳଦିଆ ହୋଇଥାଏ ତେବେ ହଳଦିଆ ପରିଶ୍ରା ହବାର ବହୁତ କାରଣ ଅଛି ଏହା କିଛି ବଡ କଥା ନୁହ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button