ଦେଶ ବିଦେଶ

ଜୀବନ୍ତ ସ୍ୱାମୀଙ୍କୁ ମୃତ ଦର୍ଶାଇ ୧୫ ଲକ୍ଷ ଟଙ୍କା ହଡପ କଲେ ପତ୍ନୀ – Utkal Mail


ପାଟନା: କୁହାଯାଏ ଟଙ୍କା ଲୋଭରେ ଜଣେ ବ୍ୟକ୍ତି କିଛି କରିପାରେ | ବେଳେବେଳେ ଟଙ୍କା ପାଇଁ ନିଜ ସମ୍ପର୍କୀୟଙ୍କୁ ବିପଦରେ ପକାଇବାକୁ ମଧ୍ୟ ପଛାଇ ନଥାନ୍ତି | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବାବଦରେ କହିବୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବିହାରର ନାଳନ୍ଦାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ସ୍ୱାମୀ ଜୀବନ୍ତ ଥାଉ ଥାଉ ତାଙ୍କ ପତ୍ନୀ ତାଙ୍କୁ ମୃତ୍ୟୁ ଦର୍ଶାଇ ଏଲଆଇସି ଏଜେଣ୍ଟଙ୍କ ସହାୟତାରେ ୧୫ ଲକ୍ଷ ଟଙ୍କା ହଡପ କରିଥିଲେ। ଏହି ପରିପ୍ରେକ୍ଷୀରେ, ୨୦୨୧ ମସିହାରେ ସୋହସରାଇ ପୁଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ସୁନୀଲ କୁମାରଙ୍କ ପତ୍ନୀ ସୈଦୀ ଦେବୀ ଏବଂ ଏଲଆଇସି ଏଜେଣ୍ଟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଏହି ମାମଲା ପଞ୍ଜିକୃତ ହେବା ପରେ ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳାଙ୍କ ସ୍ୱାମୀ ସୁନୀଲ କୁମାର ଜୀବିତ ଅଛନ୍ତି। ପୁଲିସ ପୂର୍ବରୁ ଏହି ମାମଲାରେ ଏଜେଣ୍ଟକୁ ଗିରଫ କରିଥିଲା। କିନ୍ତୁ ମହିଳା ଜଣକ ଏହା ଜାଣିବା ମାତ୍ରେ ସେ ଫେରାର ହୋଇଯାଇଥିଲେ। ତେବେ ପୁଲିସ ଗୁପ୍ତ ସୂଚନା ପାଇଥିଲା ଯେ ମହିଳା ଜଣକ ଗୟାସ୍ଥିତ ଏକ ଭଡା ଘରେ ରହୁଥିଲେ, ଏହା ପରେ ପୁଲିସ ମହିଳାଙ୍କୁ ଗୟାରୁ ଗିରଫ କରିଛି । ଏନେଇ ଲାହେରୀ ପୁଲିସ ଷ୍ଟେସନ ପକ୍ଷରୁ କୁହାଯାଇଛି ଯେ ଆଶା ନଗର ଅଂଚଳରେ ରହୁଥିବା ସୁନୀଲ କୁମାର ଏଲଆଇସିରୁ ୧୫ ଲକ୍ଷ ଟଙ୍କା ବୀମା ନେଇଥିଲେ।

ତେବେ କିଛିଦିନ ପରେ ଉକ୍ତ ଅଂଚଳ ପାଖରେ ରହୁଥିବା ଆଉ ଜଣେ ସୁନୀଲ କୁମାରଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର ସୁଯୋଗ ନେଇ ସୁନୀଲଙ୍କ ପତ୍ନୀ ଏବଂ ଏଲଆଇସି ଏଜେଣ୍ଟ ଦ୍ୱିତୀୟ ସୁନୀଲଙ୍କ ମୃତ୍ୟୁ ପ୍ରମାଣପତ୍ର ଆଧାରରେ ଏଲଆଇସିରୁ ୧୫ ଲକ୍ଷ ଟଙ୍କା ହଡପ କରିଥିଲେ। ମୃତ ସୁନୀଲ କୁମାରଙ୍କ ପତ୍ନୀ ଏ ବିଷୟରେ ଜାଣିବା ମାତ୍ରେ ସେ ଏଲଆଇସି କାର୍ଯ୍ୟାଳୟକୁ ଯାଇ ଆପତ୍ତି ଉଠାଇଥିଲେ। ଯାଞ୍ଚ ବେଳେ ସୈଦୀ ଦେବୀଙ୍କ ସ୍ୱାମୀ ସୁନୀଲ କୁମାର ଜୀବନ୍ତ ଥିବାର ଜଣାପଡିଥିଲା | ପରେ ଅଭିଯୁକ୍ତ ମହିଳା ଫେରାର ହୋଇଯାଇଥିଲେ। ପୁଲିସ ପୂର୍ବରୁ ଏଲଆଇସି ଏଜେଣ୍ଟକୁ ଗିରଫ କରିଥିବାବେଳେ ଆଜି ଧୂର୍ତ୍ତ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button