ଦେଶ ବିଦେଶ

ସୁପ୍ରିମ୍‌କୋର୍ଟ ବିଚାରପତି ହେଲେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମନମୋହନ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନଙ୍କୁ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଗତ ମାସରେ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ର ସୁପାରିସ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଏହି ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଵାଲ କହିଛନ୍ତି ଯେ, ରାଷ୍ଟ୍ରପତି ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ମନମୋହନଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ କରିଛନ୍ତି।

ଜଷ୍ଟିସ୍ ମନମୋହନଙ୍କୁ ଏହି ପଦୋନ୍ନତି ଏପରି ସମୟରେ ଦିଆଯାଇଛି ଯେତେବେଳେ ସୁପ୍ରିମ୍‌କୋର୍ଟ ଦୁଇଟି ଖାଲି ପଦବୀରେ କାର୍ଯ୍ୟ କରୁଛି ଏବଂ ତାଙ୍କ ନିଯୁକ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଦିଲ୍ଲୀ ହାଇକୋର୍ଟର ପ୍ରତିନିଧିତ୍ୱ ବଢ଼ାଇବ ବୋଲି ଆଶା କରାଯାଉଛି। ଗତ ନଭେମ୍ବର ୨୮ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌କୋର୍ଟ କଲେଜିୟମ୍ ଜଷ୍ଟିସ୍ ମନମୋହନଙ୍କ ପଦୋନ୍ନତି ପାଇଁ ସୁପାରିସ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button