ରାତିରେ ମଇଳା ପୋଷାକ ଧୋଉଥିଲେ ହୋଇ ଯାଆନ୍ତୁ ସାବଧାନ । ଆସିଥାଏ ଦାରିଦ୍ର୍ୟତା ।

ଅନେକ ସମୟରେ ହଠାତ ମନୁଷ୍ୟକୁ ଏପରି ପ୍ରତୀତ ହୋଇଥାଏ ଯେ ସେ ସବୁ କର୍ଯ୍ୟରେ ଅସଫଳ ହେଉଛି , ମାନସିକ ଚିନ୍ତା ଦୁଶ୍ଚିନ୍ତା ଘାରୁଛି । ଏହାବ୍ୟତୀତ ଏପରି ହୋଇଥାଏ ଯେ ବିନା କାରଣରେ ଟଙ୍କା ଖର୍ଚ୍ଚ ହୋଇଯାଏ । ତେବେ ଏସବୁ ଘଟଣା ମନୁଷ୍ୟର ନିଜ ଭୁଲ ପାଇଁ ହିଁ ହୋଇଥାଏ ।
ଯେଉଁ ସବୁ ଭୁଲ ଏବଂ ତାହାର ପ୍ରତିକାର ବିଷୟରେ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଏହାବ୍ୟତୀତ ଘରେ ରଖାଯାଇଥିବା ପ୍ରତ୍ୟେକ ବସ୍ତୁ ସକାରାତ୍ମକତା ଏବଂ ନକରାତ୍ମକତା ସହିତ ଜଡ଼ିତ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ମନୁଷ୍ୟର ପ୍ରତ୍ୟେକ କାମ କରିବାର ନିୟମ ବିଷୟରେ କୁହାଯାଇଛି । ଯାହାକୁ ଯଦି ମଣିଷ କରେ ତେବେ ତାକୁ ଭଲ ଫଳ ପ୍ରାପ୍ତ ହୋଇଥାଏ ।
ଯଦି ଆପଣ କୌଣସି କାମରେ ବାହାରକୁ ଯାଇଛନ୍ତି ଏବଂ ଘରକୁ ଆସୁଛନ୍ତି ତେବେ ଆପଣ ଧାରଣ କରିଥିବା ପୋଷାକ ସହିତ ଅନେକ ନକରାତ୍ମକତା ମଧ୍ୟ ଘରକୁ ପ୍ରବେଶ କରିଥାଏ । କେବଳ ନକରାତ୍ମକତା ନୁହେଁ ଅନେକ ଜୀବାଣୁ ମଧ୍ୟ ଘରକୁ ଆସିଥାଏ । ଘରକୁ ଆସି ଯଦି ଆପଣ ତାହାକୁ କୌଣସି ଭୁଲ ସ୍ଥାନରେ ରଖି ଦିଅନ୍ତି ତେବେ ତାହା ଆପଣଙ୍କ ଜୀବନ ଏବଂ ପରିବାର ଉପରେ ପ୍ରଭାବ ପକାଇ ଥାଏ ।
ଯାହାଦ୍ୱାରା ଘରେ ଦାରିଦ୍ର୍ୟତା ଏବଂ ଧନ ହାନୀ , କଳହ ଏବଂ କ୍ଳେଶ ଭଳି ସମସ୍ୟା ଦେଖା ଦେଇଥାଏ । ମନୁଷ୍ୟ ଧାରଣ କରୁଥିବା ପୋଷାକ ନା କେବଳ ଶରୀରକୁ ଢାଙ୍କିବା କାମ କରିଥାଏ , ବରଂ ତାହା ମନୁଷ୍ୟର ବ୍ୟକ୍ତିତ୍ୱ ଏବଂ ସ୍ୱଭାବକୁ ମଧ୍ୟ ଦର୍ଶାଇ ଥାଏ । ଯଦି ଆପଣ ଛିଡ଼ା କପଡ଼ା ପିନ୍ଧନ୍ତି ତେବେ ଆପଣଙ୍କ ମାନସିକ ଦୁଶ୍ଚିନ୍ତା ଆସିଥାଏ ।
ଛିଡ଼ା ପୋଷାକ ପିନ୍ଧିବା ଦ୍ୱାରା ନକରାତ୍ମକତା ଆସିଥାଏ । ଏହାବ୍ୟତୀତ ମଇଳା କପଡ଼ା ହିଁ ନକରାତ୍ମକତାର ପ୍ରତୀକ ଅଟେ । ଛିଡ଼ା ପୋଷାକ ପିନ୍ଧିବା ଦ୍ୱାରା ଶାରୀରିକ ଅସୁସ୍ଥତା ଦେଖା ଦେଇଥାଏ । ମନୁଷ୍ୟ ପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସିବି ପୋଷାକ ଯାହାକୁ ବୁଣିବା ପରେ ରଖା ଯାଇଥାଏ , ତାହା ଉପରେ ବୁଧ ଗ୍ରହ ନିଜର ଆଧିପତ୍ୟ ରଖିଥାଏ ।
ଯେତେବେଳେ ସେହି ସବୁ ସୂତାକୁ ଏକତ୍ର କରି ପୋଷାକ ତିଆରି କରାଯାଏ , ସେତେବେଳେ ତାହା ଶୁକ୍ର ଶ୍ରେଣୀରେ ଆସିଯାଏ । ଯେତେବେଳେ ତାହାକୁ ସେଲେଇ ପାଇଁ କଟା ଯାଏ , ସେତେବେଳେ କଇଁଚିର ବ୍ୟବହାର କରାଯାଏ । କଇଁଚି ମଙ୍ଗଳ ଗ୍ରହର ପ୍ରତୀକ ମାନା ଯାଇଥାଏ । ଏହାପରେ ଚନ୍ଦ୍ର ରୂପୀ ଛୁଞ୍ଚିରେ ତାହାକି ସିଲେଇ କରାଯାଏ । ପୋଷାକ ଯେତେବେଳେ ତିଆରି ହୋଇ ପିନ୍ଧିବା ଯୋଗ୍ୟ ହୋଇଯାଏ , ସେତେବେଳେ ତାହା ଶନିଙ୍କ ପ୍ରତୀକ ହୋଇଯାଏ ।
ମାତ୍ର ମଇଳା କପଡ଼ା ପିନ୍ଧିବା ଦ୍ୱାରା ଏହି ସବୁ ଗ୍ରହ ଜନିତ ଦୋଷର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମଇଳା ପୋଷାକ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଉଥିବା ବେଳେ , ଛିଡ଼ା ପୋଷାକ ଦୁର୍ଭାଗ୍ୟ ନେଇ ଆସିଥାଏ । ଶୁକ୍ର ସୁଖ ଶାନ୍ତିର ପ୍ରତୀକ ହୋଇଥାଏ । ତେଣୁ ଶୁକ୍ର ଗ୍ରହର କ୍ରୋଧରୁ ରକ୍ଷା ପାଇବା ପାଇଁ ଛିଡ଼ା ପୋଷାକ ଆଦୋୖ ପିନ୍ଧିବା ଉଚିତ ନୁହେଁ ।