ଦେଶ ବିଦେଶ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ମିଳେ ଏତିକି ଟଙ୍କା ଦରମା – Utkal Mail


ଲାହୋର: ପାକିସ୍ତାନ ହେଉଛି ଭାରତର ପଡୋଶୀ ଦେଶ, କିନ୍ତୁ ଏହା ସହ ଭାରତର ସମ୍ପର୍କ ଭଲ ନାହିଁ। ତେବେ ଆଜି ଆମେ ଆପଣଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ମିଳୁଥିବା ଦରମା ଏବଂ ସୁବିଧା ବିଷୟରେ ସୂଚନା ଦେବୁ | କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ପାକିସ୍ତାନର ସାଂସଦ, ମନ୍ତ୍ରୀ, ସୁପ୍ରିମକୋର୍ଟର ବିଚାରପତିଙ୍କୁ ମିଳୁଥିବା ଦରମା ବିଷୟରେ ସୂଚନା ଦେବୁ | ବାସ୍ତବରେ ପାକିସ୍ତାନର ପବ୍ଲିକ ଆକାଉଣ୍ଟସ କମିଟି ଦ୍ୱାରା ମିଳିଥିବା ତଥ୍ୟ ମୁତାବକ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ବେତନ ହିସାବରେ ୨,୦୧,୫୭୪ ପିକେଆର(ପାକିସ୍ତାନ ରୁପି) ମିଳିଥାଏ |

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ମିଳୁଥିବା ସୁବିଧାଗୁଡ଼ିକ ବିଷୟରେ କହିବାକୁ ଗଲେ ବିଳାସପୂର୍ଣ୍ଣ ଘର ସହିତ, ସୁରକ୍ଷାକର୍ମୀଙ୍କ ସହ ସମସ୍ତ ପ୍ରକାରର ସୁବିଧା ମିଳିଥାଏ | ସେହିପରି ପାକିସ୍ତାନର ସାଂସଦମାନେ ୧୮୮୦୦୦ ପିକେଆର ଦରମା ଭାବେ ପାଇଥାନ୍ତି | ତେବେ ପାକିସ୍ତାନୀ ସାଂସଦମାନେ ଭାରତୀୟ ସାଂସଦଙ୍କ ପରି ସେତିକି ସୁବିଧା ପାଇ ନାହାଁନ୍ତି। ପାକିସ୍ତାନର ପ୍ରଧାନ ବିଚାରପତିଙ୍କ ବିଷୟରେ କହିବାକୁ ଗଲେ ତାଙ୍କୁ ୧୫,୨୭,୩୯୯ ପାକିସ୍ତାନୀ ଟଙ୍କା ଦରମା ମିଳିଥାଏ, ଯେତେବେଳେ କି ସରକାରୀ ମନ୍ତ୍ରୀମାନେ ୩,୩୮,୧୨୫ ପାକିସ୍ତାନୀ ଟଙ୍କା ପାଇଥାନ୍ତି। ତେବେ ଯଦି ଆପଣ ପାକିସ୍ତାନୀ ଟଙ୍କାକୁ ଭାରତୀୟ ଟଙ୍କା ସହିତ ତୁଳନା କରନ୍ତି, ତେବେ ସେମାନଙ୍କ ଦରମା ଆପଣଙ୍କ ପାଇଁ ବହୁତ କମ୍ ଲାଗିବ |




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button