ଜୀବନଶୈଳୀ

ଘରର ଏହି ୫ ଗୋଟି ସ୍ଥାନରେ ରଖନ୍ତୁ ନାହିଁ ଲାଫିଂ ବୁଦ୍ଧ ମୁର୍ତ୍ତି, ନଚେତ ହୋଇଯିବେ ଭିକାରୀ

ଘରେ ଲାଫିଙ୍ଗ ବୁଦ୍ଧ ରଖିବା ଦ୍ଵାରା ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ଏହାକୁ ରଖି ପାରିବେ। କିନ୍ତୁ କିଛି ଏଭଳି ସ୍ଥାନ ରହିଛି, ଯେଉଁଠାରେ ଲାଫିଙ୍ଗ ବୁଦ୍ଧ ରଖିବା ଉଚିତ ନୁହେଁ।

ଲାଫିଙ୍ଗ ବୁଦ୍ଧକୁ ସୁଖସମୃଦ୍ଧି, ଧନ ବୈଭବ ଆଦି ସହିତ ଯୋଡ଼ା ଯାଇଥାଏ। ଘରେ ଲାଫିଙ୍ଗ ବୁଦ୍ଧ ରଖିବା ଦ୍ଵାରା ଧନ ଭଣ୍ଡାର ଭରି ରହିଥାଏ। ଆପଣ ଏହି ପ୍ରତିମାକୁ ନିଜ ଘରେ, ଅଫିସ ଆଦିରେ ରଖି ପାରିବେ। ଏହାଦ୍ବାରା ଆପଣଙ୍କୁ ଅନେକ ଲାଭ ପ୍ରାପ୍ତ ହେବ। କିନ୍ତୁ କିଛି ଏଭଳି ସ୍ଥାନ ରହିଛି, ଯେଉଁଠାରେ ଏହି ପ୍ରତିମାକୁ ରଖିବା ଉଚିତ ନୁହେଁ, ନଚେତ ଅଶୁଭ ପରିଣାମ ଭୋଗ କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ଲାଫିଙ୍ଗ ବୁଦ୍ଧର ପ୍ରତିମାକୁ ସଠିକ ଢଙ୍ଗରେ ଓ ସଠିକ ସ୍ଥାନରେ କେଉଁଠାରେ ରଖିବା ଉଚିତ।

ଘରେ କେଉଁଠାରେ ରଖିବେ ଲାଫିଙ୍ଗ ବୁଦ୍ଧ?

ବାସ୍ତୁ ଶାସ୍ତ୍ର ଅନୁସାରେ ଲାଫିଙ୍ଗ ବୁଦ୍ଧର ମୂର୍ତ୍ତିକୁ ଘରର ମୁଖ୍ୟ ଦୁଆର ସାମ୍ନାରେ ୩୦ ଇଞ୍ଚ ଉଚ୍ଚତାରେ ରଖିବା ଉଚିତ। ଏହାଛଡା ଆପଣ ପୂର୍ବ ଦିଗ ଆଡକୁ ମୁହଁ କରି ରଖି ପାରିବେ। ଏଭଳି କରିବା ଦ୍ଵାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। କିନ୍ତୁ ଲାଫିଙ୍ଗ ବୁଦ୍ଧର ମୁହଁ ମୁଖ୍ୟ ଦୁଆର ସାମ୍ନାକୁ ରହିବା ଉଚିତ, ସେଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ। ଯେପରି ଘରକୁ ଆସୁଥିବା ବ୍ୟକ୍ତିର ପ୍ରଥମ ନଜର ସେହି ଲାଫିଙ୍ଗ ବୁଦ୍ଧ ଉପରେ ପଡୁ। ଏହାଦ୍ବାରା ଘରୁ ନକାରାତ୍ମକ ଉର୍ଜା ଦୂର ହୋଇଯିବ। ଏହାସହିତ ଆପଣ ନିଜ ପିଲାଙ୍କ ଷ୍ଟଡି ରୁମରେ ମଧ୍ୟ ଏହି ପ୍ରତିମାକୁ ରଖି ପାରିବେ। ଏହାଦ୍ବାରା ପିଲାମାନଙ୍କର ପାଠ ପ୍ରତି ଏକାଗ୍ରତା ବଢିବ।

କିପରି ପ୍ରତିମା ହେବା ଉଚିତ :-

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଲାଫିଙ୍ଗ ବୁଦ୍ଧ ପ୍ରତିମାର ନାକ ଘରର ମୂରବୀଙ୍କ ଆଙ୍ଗୁଳି ସଦୃଶ ହେବା ଉଚିତ। ଏହି ପ୍ରତିମାର ଉଚ୍ଚତା ଘରର ମାଲିକାଣୀଙ୍କ ହାତର ଉଚ୍ଚତା ସହିତ ସମାନ ହେବା ଉଚିତ। ଏହି ପ୍ରତିମା ଘରେ ରହିବା ଦ୍ଵାରା ଘରକୁ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହାଦ୍ବାରା ବ୍ୟକ୍ତିଙ୍କୁ କେବେବି ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡି ନଥାଏ।

ଏହିସବୁ ସ୍ଥାନରେ ରଖନ୍ତୁ ନାହିଁ ଲାଫିଙ୍ଗ ବୁଦ୍ଧ :-

ଘରେ କିଛି ଏଭଳି ସ୍ତବ ରହିଛି, ଯେଉଁଠାରେ ଲାଫିଙ୍ଗ ବୁଦ୍ଧର ପ୍ରତିମା ରଖିବା ଉଚିତ ନୁହେଁ। ଏହାଦ୍ବାରା ଅଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। ବାସ୍ତୁ ଅନୁସାରେ, ରୋଷେଇ ଘର, ଶୋଇବା କୋଠରୀ, ବାଥରୁମ ଆଖପାଖରେ ଏହି ପ୍ରତିମାକୁ ରଖିବା ଉଚିତ ନୁହେଁ। ନଚେତ ବ୍ୟକ୍ତିକୁ ଭିକାରୀ ହେବାରେ କେହି ମଧ୍ୟ ଅଟକାଇ ପାରିବେ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button