ସ୍ୱାସ୍ଥ୍ୟ

ଏହି ପ୍ରକାରରେ କଦଳୀର ସେବନ କଲେ ଆପଣଙ୍କ ଶରୀରର ଓଜନ ବଢ଼ାଇ ପାରିବେ

ଅଧିକାଂଶ ଲୋକେ କଦଳୀର ପ୍ରୟୋଗ ଓଜନ ବଢେଇବା ବା କମେଇବା ପାଇଁ କରିଥାନ୍ତି । କିନ୍ତୁ ଯେଉଁ ଲୋକ ପ୍ରତିଦିନ ତାଙ୍କ ଦାଇଟରେ ସାମିଲ କରିବାକୁ ଚାହାନ୍ତି । ତାଙ୍କୁ ଏହି ବିଷୟରେ ଟିକେବି ସୂଚନା ନଥିବ କି କଦଳୀକୁ କେମିତି ଓ କେତେବେଳେ ଏବଂ କେତେ ମାତ୍ରାରେ ଖାଇବା ଦରକାର । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କି 1 ଦିନରେ କମସେ କମ ଓ ଅଧିକରୁ ଅଧିକ କେତେ କଦଳୀ ଖାଇବା ଦରକାର । ତେବେ ଆସନ୍ତୁ ଜାଣିବ ସେଇ ବିଷୟରେ ।

ବାସ୍ତବରେ କଦଳୀରେ ପୋଟାସିୟମ ଓ ଫାଇବର ସବୁଠୁ ଅଧିକ ମାତ୍ରାରେ ପାୟା ଯାଇଥାଏ । ଆମ ବଡ଼ିକୁ ଦିନଭରରେ 3500 ମିଲିଗ୍ରାମ ପୋଟାସିୟମ ଓ 15 ଗ୍ରାମ ଫାଇବର ଆବଶ୍ୟକ ହୋଇଥାଏ ।ଗୋଟେ ମିଡିଲ ସାଇଜ଼ର କଦଳୀ ଭିତରେ 450 ମିଲିଗ୍ରାମ ପୋଟାସିୟମ ଓ 3 ଗ୍ରାମର ଫାଇବର ପାୟାଯାଇ ଥାଏ । ସେହି ହିସାବରେ ଯଦି ଦେଖାଯାଏ ଜଣେ ମଣିଷକୁ 1 ଦିନରେ 5 ରୁ 6 ଟି କଦଳୀଠୁ ଅଧିକ ବିଲକୁଲ ଖାଇବା କଥା ନୁହେଁ ।

ୱାର୍କଆଉଟ ପୂର୍ବରୁ ବା ଏକ୍ସରସାଇଜ଼ କରିବା ପରେ କଦଳୀ ଖାଇଲେ ଆମ ଶରୀରରେ ଏନର୍ଜି ବଢ଼ାଇବାରେ ସାହାଯ୍ୟ କରିଥାଏ । ଏବଂ ଯଦି ଏହାକୁ ଖାଇବାର 1 ଘଣ୍ଟା ପରେବି କଦଳୀ ଖାଉଛନ୍ତି । ଇଏ ଆମ ଶରୀରରେ ଯାହାବି ଖାଉଛୁ ସେଇ ଯିନିଶକୁ ହଜମ କରିବାରେ ଶକ୍ତି ବଢ଼ାଇଥାଏ । ଯାହାଦ୍ଵାରା ଆମର ଭୋକ ବଢ଼ାଇବାରେ ସାହାଯ୍ୟ କରିଥାଏ । ଏବଂ ଏହା ସାହାଯ୍ୟରେ ଆମର ଓଜନକୁ ବଢ଼ାଇବାରେ ତୁରନ୍ତ ସହାୟତା ମିଳିଥାଏ । ତେବେ କଦଳୀ ସେବନ କରିବା ଦ୍ୱାରା କେତେ ଗୁଡ଼ିଏ ଲାଭ ମିଳଛୁ ଖାଲି କଦଳୀ ନୁହ କଦଳୀ ଚୋପା ମଧ୍ୟ କେତେ ଲାଭ ଦାୟକ ହୋଇଥାଏ । ସେଥିପାଇଁ କଦଳୀ ଓ ତାହାର ଚୋପା ମଧ୍ୟ ବହୁତ ଉପକାରିତା ହୋଇଥାଏ ।

ତେବେ ଆପଣ ଏହା ଜାଣିବାକୁ ପାଇଲେ ଯେ ଆପଣ କଦଳୀ ଦ୍ଵାରା ଓଜନ ବଢେଇ ପାରନ୍ତି, କଦଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଏବଂ ଗୁଣକାରୀ ହୋଇଥାଏ, ଏହାର ସେବନ ଆପଣଙ୍କୁ ସ୍ଵସ୍ଥ ଏବଂ ସୁନ୍ଦର ବନେଇଥାଏ, କଦଳୀ ଦ୍ଵାରା ପାଚନ କ୍ରିୟା ଭଲ ହୋଇଥାଏ, କଦଳୀରେ ଫାଇବାର ଥାଏ ଯାହା ଆମ ରକ୍ତରେ ପୋଷଣ ସଂଚାର କରିଥାଏ ଏବଂ ଆମକୁ ତାଜା ଅନୁଭବ କରାଇଥାଏ । କଦଳୀ ଖାଇଲେ ସ୍ୱାସ୍ଥ୍ୟ ଭଲ ହୋଇଥାଏ ଏବଂ କଦଳୀ ଅତ୍ୟଧିକ ଖାଇଲେ ଦେହ ଖରାପ ହୋଇଥାଏ ସେଥିପାଇଁ କୌଣସି ଜିନିଷ ଅଧିକ ଖାଇବା ଉଚିତ ନୁହ ।

Related Articles

Leave a Reply

Your email address will not be published. Required fields are marked *

Back to top button