ଦେଶ ବିଦେଶ

ବ୍ଲୁ ମୁନ୍, ବ୍ଲଡ଼୍ ମୁନ୍ ଓ ସୁପରମୁନ୍ ମଧ୍ୟରେ ପାର୍ଥକ୍ୟ କଣ ? ରାକ୍ଷୀ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ବିରଳ ଦୃଶ୍ୟ

କ୍ଷା ବନ୍ଧନ ଅବସରରେ ଦେଖାଯିବ ବିରଳ ଘଟଣା। କାରଣ ବଦଳିଯିବ ଚନ୍ଦ୍ରର ରଙ୍ଗ। ତୋଫା ଜହ୍ନ ନୀଳ ପଡିଯିବ ଅର୍ଥାତ୍‌ ଆକାଶରେ ବ୍ଲୁ ମୁନ ବା ନୀଳଜହ୍ନ ଦେଖାଯିବ। ଲୋକେ ରାତିରେ ସୁନ୍ଦର ଚନ୍ଦ୍ରକୁ ଦେଖିବାକୁ ପସନ୍ଦ କରନ୍ତି। ଅନେକ ଥର ଆମେ ଦେଖୁ ଯେ ଚନ୍ଦ୍ର ପୃଥିବୀଠାରୁ ପ୍ରତିଦିନ ଭିନ୍ନ ଦେଖାଯାଏ। ଯେତେବେଳେ କି ପୂର୍ଣ୍ଣିମା ଦିନ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଦୃଶ୍ୟମାନ ହୁଅନ୍ତି।

ବେଳେବେଳେ ଚନ୍ଦ୍ର ଲାଲ ରଙ୍ଗ ଦେଖାଯାଏ ଏବଂ ଅନ୍ୟ ସମୟରେ ଏହା ବହୁତ ବଡ ଦେଖାଯାଏ, ଚନ୍ଦ୍ରର ଏହି ପର୍ଯ୍ୟାୟକୁ ବ୍ଲୁ ମୁନ, ବ୍ଲଡ ମୁନ ଏବଂ ସୁପରମୁନ୍ କୁହାଯାଏ। ତେବେ ଏହି ୩ଟି ଚନ୍ଦ୍ରର ଏପରି ନାମ କାହିଁକି ଦିଆଯାଇଛି ଏବଂ ଏହା ମଧ୍ୟରେ ପାର୍ଥକ୍ୟ କଣ ଆସନ୍ତୁ ଜାଣିବା।

ବ୍ଲଡ ମୁନ୍ କ’ଣ?

ବ୍ଲଡ ମୁନ୍‌ର ଗୋଟିଏ ଅର୍ଥ ହେଉଛି ପୂର୍ଣ୍ଣିମା ଦିନ ଚନ୍ଦ୍ର ଲାଲ ଏବଂ ଉଜ୍ଜ୍ୱଳ ଦେଖାଯାଏ। ଏହା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଘଟିଥାଏ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀ ଚନ୍ଦ୍ର ଏବଂ ସୂର୍ଯ୍ୟ ମଧ୍ୟରେ ଆସେ। ଯେତେବେଳେ ଏହା ଘଟେ ସେହି ଚନ୍ଦ୍ର ଗ୍ରହଣଟି ଖୁବ୍‌ ଦୁର୍ଲଭ ହୁଏ। କାରଣ ଏହି ସମୟରେ ଚନ୍ଦ୍ର ପୁରା ଲାଲ୍‌ ରଙ୍ଗର ଦେଖାଯାଏ । ଏହି ଦୁଇଟି ସଂଯୋଗ ବହୁ ବର୍ଷରେ ଥରେ ଆସିଥାଏ ।

ଚନ୍ଦ୍ର ଗ୍ରହଣ ସେତେବେଳେ ହୁଏ ଯେତେବେଳେ ପୃଥିବୀର ଛାୟା ଚନ୍ଦ୍ର ଉପରେ ପୁରା କିମ୍ବା ଆଶିଂକ ଅଂଶକୁ ଢାଙ୍କି ଦେଇଥାଏ । ଅର୍ଥାତ ଯେତେବେଳେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଭିତରେ ପୃଥିବୀ ଆସିଯାଇଥାଏ ତେବେ ଚନ୍ଦ୍ର ଗ୍ରହଣ ହୋଇଥାଏ । ଚନ୍ଦ୍ର ନିଜର କକ୍ଷରେ ୫ ଡିଗ୍ରୀ ନଇଁକି ରହିଥାଏ। ଏହି କାରଣରୁ ତାକୁ ଫୁଲ୍‌ ମୁନ୍‌ ଅର୍ଥାତ ପୂର୍ଣ୍ଣ ଚନ୍ଦ୍ର ପୃଥିବୀର ଛାଇର କିମ୍ବା ଅଳ୍ପ ଉପରେ ରହିଥାଏ କିମ୍ବା ଅଳ୍ପ ତଳେ। କିନ୍ତୁ ଚନ୍ଦ୍ର ନିଜର କକ୍ଷରେ ଦୁଇଥର ଏଭଳି ସ୍ଥିତିରେ ଆସିଥାଏ, ଯେତେବେଳେ ସେ ପୃଥିବୀ ଓ ସୂର୍ଯ୍ୟର ସାମନାରେ ହୋରିଜେଣ୍ଟାଲ ପ୍ଲେନ୍‌ରେ ରହିଥାଏ । ନା ଉପରେ କିମ୍ବା ତଳେ, ଅର୍ଥାତ ଗୋଟିଏ ଲାଇନ୍‌ରେ ଥାଏ । ସେଥିପାଇଁ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇଥାଏ । ଯେତେବେଳେ ଚନ୍ଦ୍ର ପୃଥିବୀର ଛାଇ ପଛରେ ପୁରା ଢାଙ୍କି ହୋଇ ରହିଯାଏ, ସେତେବେଳେ ଏହା ଉପରେ ସୂର୍ଯ୍ୟଙ୍କର କୌଣସି ଆଲୋକ ପଡିନଥାଏ ।

ଏହା ଅନ୍ଧାରକୁ ଚାଲିଯାଏ, କିନ୍ତୁ ଚନ୍ଦ୍ର କେବେ ବି ସମ୍ପୂର୍ଣ୍ଣ ଭାବରେ କଳା ହେବନି । ଏହା ଲାଲ ରଙ୍ଗ ଭଳି ଦେଖାଯାଏ । ତେଣୁ ବହୁବାର ପୂର୍ଣ୍ଣ ଚନ୍ଦ୍ର ଗ୍ରହଣକୁ ଲାଲ୍‌ ଚନ୍ଦ୍ର ବୋଲି ମଧ୍ୟ କୁହାଯାଏ ।

ସୁପରମୁନ୍ କ’ଣ?

ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦% ବା ତା’ଠାରୁ କମ୍ ଦୂରତାରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ । ତେବେ ତାହାକୁ ଆମେ ସୁପରମୁନ୍ କହିଥାଉ । ଅର୍ଥାତ ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ ତା’ହେଲେ ସେହି ଚନ୍ଦ୍ରକୁ ‘ସୁପରମୁନ୍’ କୁହାଯାଏ । କାରଣ ସେ ସମୟରେ ତାହା ଆମକୁ ବଡ଼ ଓ ଉଜ୍ଜଳ ଦେଖାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ଘଟିଥାଏ।

ନୀଳ ଚନ୍ଦ୍ର ବା ବ୍ଲୁମୁନ କ’ଣ?

ନୀଳଜହ୍ନ ବା ବ୍ଲୁମୁନ ଏକ ମହାଜାଗତିକ ଘଟଣା। ଯେତେବେଳେ ଗୋଟିଏ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ କିମ୍ବା ଗୋଟିଏ ଋତୁରେ ୪ଟି ପୂର୍ଣ୍ଣିମା ପଡ଼ିଲେ ୩ୟ ପୂର୍ଣ୍ଣିମାକୁ ନୀଳ ଜହ୍ନ କୁହାଯାଏ । ତେବେ ନୀଳ ଜହ୍ନର ଅର୍ଥ ଜହ୍ନ ନେଳିଆ ଦେଖାଯିବା ନୁହେଁ । କହିରଖୁଛୁ କି ଏହାର ସେପରି କୌଣସି ଧାର୍ମିକ ମହତ୍ତ୍ବ ନାହିଁ । ନାସା ଅନୁଯାୟୀ, ଶେଷ ବ୍ଲୁ ମୁନ ୨୦୨୩ ଅଗଷ୍ଟ ୩୦ରେ ଦେଖିବାକୁ ମିଳିଥିଲା। ପ୍ରାୟ ପ୍ରତି ଦୁଇରୁ ତିନି ବର୍ଷରେ ଏକ ନୀଳ ଜହ୍ନ ଦେଖାଯାଏ । ପରବର୍ତ୍ତୀ ଋତୁକାଳୀନ ବ୍ଲୁ ମୁନ ମେ ୩୧, ୨୦୨୬ରେ ଦେଖାଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button