ଦେଶ ବିଦେଶ

କତର ଅମିର-ମୋଦୀ ଆଲୋଚନା

ନୂଆଦିଲ୍ଲୀ:  କତର ଏବଂ ଭାରତ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଏକ ରଣନୀତିକ ସହଭାଗିତାକୁ ବୃଦ୍ଧି କରିବାପାଇଁ ରାଜି ହୋଇଛନ୍ତି। ଏନେଇ କତର ଏବଂ ଭାରତ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ନୂଆ‌ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଆଜି ପ୍ରଧାନମନ୍ତ୍ରୀ ଏବଂ କତର ଅମିର ଶେଖ ତମିମ ବିନ୍‌ ହମାଦ ଅଲ ଥାନିଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ସମୟରେ ଏନେଇ ନିଷ୍ପତ୍ତି ନିଆଯିବା ସହ ଚୁକ୍ତି ସ୍ବାକ୍ଷର ହୋଇଛି। ଉଭୟ ନେତା ବିଭିନ୍ନ ପ୍ରସଙ୍ଗ ଉପରେ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ତେବେ ବାଣିଜ୍ୟ, ବିନିଯୋଗ, ପ୍ରଯୁକ୍ତି, ଶକ୍ତି, ଖାଦ୍ୟ ସୁରକ୍ଷା ଏବଂ ଲୋକ ସମ୍ପର୍କ ଉପରେ ବୈଠକରେ ଫୋକସ୍‌ କରାଯାଇଛି। ୨ ନେତା ମୁକ୍ତ ବାଣିଜ୍ୟ ଚୁକ୍ତିର ସାମର୍ଥ୍ୟ ଏବଂ ସମ୍ଭାବନା ଉପରେ ଆଲୋଚନା କରିଥିଲେ। ୫ ବର୍ଷ ମଧ୍ୟରେ ବାଣିଜ୍ୟକୁ ୨୮ ବିଲିଅନ୍‌ ଡଲାର‌େର ପହଞ୍ଚାଇବା ପାଇଁ ଉଭୟ ମୋଦୀ ଏବଂ କତର ଅମିର ଯୋଜନା କରିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ବୈଠକରେ ଶକ୍ତି ସୁରକ୍ଷା ଉପରେ ଆଲୋଚନା ହୋଇଛି।  ତେବେ ଖାଲି ଦ୍ବିପାକ୍ଷିକ କଥାବାର୍ତ୍ତା ନୁହେଁ ଉଭୟ ରାଷ୍ଟ୍ର ନେତା ପାରସ୍ପରିକ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

କତର ଅମିର ସୋମବାରଠାରୁ ୨ଦିନିଆ ଭାରତ ଗସ୍ତରେ ଅଛନ୍ତି। ଗତକାଲି  ମୋଦୀ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିଲେ। ଉଭୟ ନେତା ଆଜି ହାଇଦ୍ରାବାଦ ହାଉସ୍‌ରେ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଆଲୋଚନାରେ ଭାଗ ନେଇଥିଲେ। ଆଜି ଦିନରେ କତର ଅମିରଙ୍କୁ ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ୍‌ ଅନର୍‌ ସହ ଭବ୍ୟ ସ୍ବାଗତ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button