ଦେଶ ବିଦେଶ

କାନାଡାର ବ୍ରିଟିସ୍‌ କଲମ୍ବିଆରେ ବିମାନ ଦୁର୍ଘଟଣା: ୨ ଭାରତୀୟ ‌‘ଟ୍ରେନି ପାଇଲଟ୍‌’ ମୃତ – Utkal Mail


ଅଟୱା: ଶୁକ୍ରବାର ଦିନ କାନାଡାର ବ୍ରିଟିସ୍‌ କଲମ୍ବିଆ ପ୍ରଦେଶରେ ଗୋଟାଏ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣ ଭାରତୀୟ ‌‘ଟ୍ରେନି ପାଇଲଟ୍‌’ଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ମୃତ ‘ଟ୍ରେନି ପାଇଲଟ୍‌’ମାନେ (ତାଲିମ୍‌ ନେଉଥିବା ପାଇଲଟ୍‌) ହେଉଛନ୍ତି ମୁମ୍ବାଇର ଅଭୟ ଗଡ୍ରୂ ଓ ଯଶବିଜୟ ରାମୁଗଡ଼େ।

କାନାଡୀୟ ପୁଲିସ ଅଧିକାରୀମାନେ କହିଛନ୍ତି, ୨ ଇଞ୍ଜିନ୍‌ବିଶିଷ୍ଟ ହାଲୁକା ବିମାନ ‘ପାଇପର୍‌ ପିଏ-୩୪ ସନିକା’ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିୱାକ୍‌ ନଗରୀରେ ଥିବା ଗୋଟାଏ ‘ମୋଟେଲ୍‌’ (ପଥପାର୍ଶ୍ବ ଭୋଜନାଳୟ) ପଛପଟେ ଥିବା ଗଛବୃଚ୍ଛଭରା ଅରମା ମଧ୍ୟକୁ ଖସିପଡ଼ିଛି।

ଭାରତୀୟ ପାଇଲଟ୍‌ଙ୍କ ସହିତ ଆଉ ଜଣେ ପାଇଲଟ୍‌ ବି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ ପାଇଲଟ୍‌ମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ଏ ବିଷୟରେ ସୂଚନା ଦିଆଯିବ ବୋଲି ‘ଦି ରୟାଲ୍‌ କାନାଡିୟାନ୍‌ ମାଉଣ୍ଟେଡ୍‌ ପୋଲିସ୍‌’ କହିଛି।

Image Courtesy of CBC

ଜାରି କରିଥିବା ବିବୃତିରେ କାନାଡୀୟ ପୁଲିସ କହିଛି, ଦୁର୍ଘଟଣାସ୍ଥଳକୁ ଅବରୋଧ କରାଯାଇଛି। ଏଥିରେ ଆଉ କେହି ମୃତାହତ ହୋଇନାହାନ୍ତି କି, ସର୍ବସାଧରଣ ଅଞ୍ଚଳ ପ୍ରତି କୌଣସି ବିପଦ ନାହିଁ।

ଦୁର୍ଘଟଣାସ୍ଥଳକୁ ଆଞ୍ଚଳିକ ସ୍ବାସ୍ଥ୍ୟ ସେବା ଅନ୍ୟୂନ ୫ଟି ଆମ୍ବୁଲାନ୍ସ୍‌ ଓ ଜଣେ ‘ପାରାମେଡିକ୍‌ ସୁପର୍‌ଭାଇଜର୍‌’ଙ୍କୁ ପଠାଇଛି।

୧୯୭୨ରେ ନିର୍ମିତ ଏହି ‘ପାଇପର୍‌ ପିଏ-୩୪ ସନିକା’ ବିମାନ ୨୦୧୯ରେ ପଞ୍ଜିକୃତ ହୋଇଥିଲା।

ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତାହା ଜାଣିବା ପାଇଁ ‘ଟ୍ରାନ୍‌ସ୍‌ପୋର୍ଟ ସେଫ୍ଟି ବୋର୍ଡ ଅଫ୍‌ କାନାଡା’ ତଦନ୍ତ ଆରମ୍ଭ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button