ଦେଶ ବିଦେଶ

ଅଜବ୍ ଏକ ଗାଁ! ଯେଉଁଠାରେ ହଠାତ୍ ଶୋଇଯାଆନ୍ତି ଲୋକେ…

ସାଧାରଣତଃ ମଣିଷର ଖାଇବା ଏବଂ ଶୋଇବାର ଏକ ସଠିକ ସମୟ ରହିଥାଏ। ଖାସ୍ କରି ଦିନ ତମାମ୍ କାମ କରି ସାରିବା ପରେ ଲୋକେ ରାତିରେ ବିଶ୍ରାମ ନେଇଥାନ୍ତି। ତେବେ, ଦୁନିଆରେ ଏଭଳି ମଧ୍ୟ ଏକ ସ୍ଥାନ ରହିଛି ଯେଉଁଠାରେ ଲୋକେ ଯେ କୌଣସି ସମୟରେ ଏଵଂ ସ୍ଥାନରେ ଶୋଇଯାଉଥିବାର ଦେଖିବାକୁ ମିଳିଥାଏ। ତାହା ପୁଣି କିଛି ସମୟ ପାଇଁ ନୁହେଁ ବରଂ ଲୋକେ ଅନେକ ଦିନ ପର୍ଯ୍ୟନ୍ତ ଶୋଇ ରହୁଥିବା ଜଣାପଡ଼ିଛି।

Sleep

କାଜାଖସ୍ତାନର ରାଜଧାନୀ ଏଷ୍ଟାନା ଠାରୁ ପ୍ରାୟ ୩୭୦ କିଲୋମିଟର ଦୂରରେ କଲାଚି ନାମକ ଏକ ଗାଁରେ ଏଭଳି ବିଚିତ୍ର ଘଟଣା ଦେଖା ଦେଇଥାଏ। ଏଠାକାର ଲୋକଙ୍କର ହଠାତ ଶୋଇଯିବାର ଅଜବ୍ ଅଭ୍ୟାସ ରହିଛି, ଏପରିକି ୨୦୧୦ ମସିହାରେ ଜଣେ ମହିଳା ମାର୍କେଟ ଯାଇଥିବା ବେଳେ ସେଠାରେ ଶୋଇପଡିଥିବା ଜଣାପଡିଥିଲା। ଏହି ଗାଁର ଲୋକେ ବାଥରୁମ୍ ଏବଂ କିଚେନରେ ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଶୋଇ ରହୁଥିବା ଏକ ସାଧାରଣ କଥା ଅଟେ।

Kazakhstan

ମିଳିଥିବା ସୂଚନା ଅନୁଯାଇ ୨୦୧୩ ରୁ ୨୦୧୫ ମସିହା ମଧ୍ୟରେ ଏଠାକାର ପ୍ରାୟ ୧୬୦ ଜଣ ଲୋକେ ଏହି ରୋଗର ଶିକାର ହୋଇଥିଲେ। ବିଶେଷଜ୍ଞଙ୍କ କହିବା ଅନୁଯାଇ ଏଠାରେ ୟୁରାନିୟମ୍ ଭର୍ତ୍ତି ଏକ ସୁଢଙ୍ଗ ରହିଛି ଯେଉଁଥିରୁ କାର୍ବନ ମନୋକ୍ସାଇଡ୍ ଭଳି ଗ୍ୟାସ୍ ନିର୍ଗତ ହୋଇଥାଏ। ଏହି ସବୁ ଗ୍ୟାସ୍ ସେଠାକାର ପାଣିରେ ମିଶିଥାଏ। ଏହି ପାଣିକୁ ପିଇବା ଫଳରେ ଲୋକେ ନିଦ୍ରା ଜନିତ ଏହି ରୋଗରେ ପୀଡିତ ହେଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button