ଓଡିଶା

ପତ୍ନୀଙ୍କ ଚାକିରିରେ ସନ୍ତୁଷ୍ଟ ନ ଥିଲେ ପତି…, ଦୋକାନରୁ ମିଳିଲା ଉଭୟଙ୍କ ମୃତଦେହ

ତ୍ନୀଙ୍କ ଚାକିରିରେ ସନ୍ତୁଷ୍ଟ ନ ଥିଲେ ସ୍ୱାମୀ। ସବୁବେଳେ ଚାକିରି ଛାଡ଼ିବାକୁ ବାଧ୍ୟ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଲାଗି ରହୁଥିଲା କଳହ। ଆଉ ଶେଷରେ ଆଜି ସକାଳୁ ଏକ ଦୋକାନ ଘରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ପତ୍ନୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ସ୍ୱାମୀଙ୍କ ମୃତଦେହ ଚଟାଣରେ ପଡ଼ିଛି।

ତେଣୁ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇପାରୁନି।

ଏପରି ଏକ ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଅଞ୍ଚଳରେ ଘଟିଛି । ମୃତକଦ୍ୱୟ ହେଲେ ଦିଲୀପ ଦଳେଇ ଓ ତାଙ୍କ ପତ୍ନୀ ରଶ୍ମୀତା ଦଳେଇ।

ଦିଲୀପ ଏକ ଚା’ ଦୋକାନ କରିଥିବା ବେଳେ ପତ୍ନୀ ରଶ୍ମୀତା କୃଷି ମିତ୍ର ଭାବେ କାମ କରୁଥିଲେ। ଉଭୟଙ୍କର ଏକ ପୁଅ ଓ ଝିଅ ଥିବା ବେଳେ ସେମାନେ ଅଜା ଘରେ ରହୁଥିଲେ। ତେବେ ରଶ୍ମୀତାଙ୍କୁ ଚାକିରି ଛାଡ଼ିବାକୁ ଦିଲୀପ ବାଧ୍ୟ କରୁଥିବା ବେଳେ ରଶ୍ମୀତା କିନ୍ତୁ ଅମଙ୍ଗ ହେଉଥିଲେ। ଏହାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଗତ କିଛି ଦିନ ହେବ ଗଣ୍ଡଗୋଳ ଲାଗି ରହିଥିଲା।

ଗତ ରାତିରେ ଉଭୟ ଲଙ୍ଗଳେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିଜ ଦୋକାନରେ ଶୋଇଥିଲେ। ମାତ୍ର ଆଜି ସକାଳୁ ସେମାନେ ନ ବାହାରିବାରୁ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ।

ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ଭିତରେ ରଶ୍ମୀତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଓ ଦିଲୀପଙ୍କ ମୃତଦେହ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲା। ଉଭୟ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରି କିଏ ରଶ୍ମୀତାଙ୍କୁ ଝୁଲାଇ ଦେଇଛି ତାହା ତଦନ୍ତ ସାପେକ୍ଷ । ତେବ ଉଭୟ ଯଦି ଆତ୍ମହତ୍ୟା କରିଛନ୍ତି ତେବେ ଦିଲୀପ କିପରି ଆତ୍ମହତ୍ୟା କରିଛନ୍ତି ତାହା ବି ସନ୍ଦେହଘେରରେ ।

ପୁଲିସ୍ ଦମ୍ପତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button