୭ ଦିନରେ ୭ କିଲୋ ମୋଟାପା ଓ ଚର୍ବି କମେଇବାର ଜବରଦସ୍ତ ଉପାୟ, ଆଗରୁ କେବେ ବି ଜାଣି ନଥିବେ…

ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ବହୁତ ଲୋକ ନିଜର ମୋଟାପଣକୁ ନେଇ ବହୁତ ଅଧିକ ଚିନ୍ତିତ ରହୁଛନ୍ତି । ଏହି ମୋଟାପଣ ଆପଣଙ୍କର ଅନେକ କାରଣରୁ ହୋଇଥାଏ । ଯେପରିକି ଆଜି କାଲିର ଲୋକମାନେ ଶାରୀରିକ ପରିଶ୍ରମ କମ୍ କରୁଛନ୍ତି । ଅତ୍ୟଧିକ ପରିମାଣରେ ତେଲ ମସଲା ଯୁକ୍ତ ଖାଦ୍ୟର ସେବନ କରୁଛନ୍ତି । ଏହି ପରି ଅନେକ ସମସ୍ଯା ବଶତଃ ଆପଣଙ୍କ ପେଟ, ଜଙ୍ଘ, ହାତ ତଥା ସମଗ୍ର ଶରୀରରେ ଚର୍ବିର ବୃଦ୍ଧି ହେଉଥିବାରୁ ଆପଣ ମୋଟାପଣର ଶିକାର ହେଉଛନ୍ତି ।
ଆପଣ ୪ ରୁ ୫ ଅଶ୍ଵଗନ୍ଧା ପତ୍ର ଆଣି ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ ତାହାକୁ ଶିଳରେ କିମ୍ବା ହେମଦସ୍ତାରେ କୁଟି ଦିଅନ୍ତୁ । ତାପରେ ଗୋଟିଏ ଗ୍ଲାସ ପାଣିରେ ଛେଚା ହୋଇଥିବା ପତ୍ର ତା ସହ କିଛି ଲେମ୍ବୁ ପାଣିରେ ଚିପୁଡି ଦିଅନ୍ତୁ । ଯଦି ଆପଣଙ୍କୁ ଡାଇବେଟିସ ନଥିବ ତାହେଲେ ଆପଣ ମହୁ ମଧ୍ୟ ମିଶାଇ ପାରିବେ । ଏହି ପାଣିର ସେବନ କରନ୍ତୁ, ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କୁ ଭଲ ଫଳାଫଳ ମିଳିବ ।
ଆପଣଙ୍କ ଓଜନ ଧୀରେ ଧୀରେ କମିବା ଆରମ୍ଭ ହୋଇଯିବ । ଆପଣ ସକାଳୁ ଉଠି ୭ ରୁ ୮ଟା ସମୟ ମଧ୍ୟରେ ପଇଡ ପାଣି ପିଅନ୍ତୁ । ପଇଡ ପାଣି ମଧ୍ୟ ଓଜନ କମାଇବାରେ ବହୁତ ହେଲ୍ପ କରେ । ତାପରେ ବ୍ରେକଫାଷ୍ଟରେ ଆପଣ ସ୍ଯାଲାଡ ଖାଆନ୍ତୁ । ସ୍ଯାଲାଡରେ ବିଭିନ୍ନ ପ୍ରକାର ଫଳରେ ବନାଇ ଖାଇପାରିବେ କିମ୍ବା ବିଲାତି ମୂଳା, ଗାଜର ଓ କାକୁଡି ଏହିପରି କିଛି ପରିବାକୁ ନେଇ ମଧ୍ୟ ସ୍ଯାଲାଡ ପ୍ରସ୍ତୁତ କରି ଖାଇ ପାରିବେ ।
ସକାଳୁ ବେଶି ତେଲିଆ ତଥା ରାଗ ମସଲାଯୁକ୍ତ ଖାଦ୍ୟର ସେବନ କରନ୍ତୁ ନାହିଁ । ଲଞ୍ଚରେ ଆପଣ ବିଭିନ୍ନ ପ୍ରକାର ଅଟା ଯେପରିକି ଗହମ, ମକ୍କା ଓ ବାଜରାରୁ ତିଆରି ରୁଟି ଖାଆନ୍ତୁ । ଭାତ ଯଦି ଖାଇବା ପାଇଁ ଚାହୁଁଥାନ୍ତି, ତେବେ ଭାତ ଅଳ୍ପ ପରିମାଣରେ ରୁଟି ସହ ମିଶାଇ ଖାଆନ୍ତୁ ।
ଏହା ସହ ଆପଣ ଯେଉଁ ଡାଲି କିମ୍ବା ତରକାରୀ ଖାଊଛନ୍ତି । ଧ୍ୟାନ ଦେବେ ତରକାରୀ କିମ୍ବା ଭଜାରେ ଯେପରି ବେଶି ତେଲ ମସଲାର ପ୍ରୟୋଗ ହୋଇନଥିବ । ଆପଣ ଯେତେ ନିଜର ଡାଏଟ ପ୍ରତି ସଚେତନ ରହିବେ ସେତେ ଆପଣଙ୍କ ସ୍ଵାସ୍ଥ ପକ୍ଷେ ହିତକର ରହିବ । ଏହା ସହିତ ନିହାତି ଭାବରେ ପ୍ରତିଦିନ ଏକ୍ସରସାଇଜ କରନ୍ତୁ ।
ରାତିରେ ୯ ରୁ ୧୦ଟା ଭାତରେ ଶୋଇପଡନ୍ତୁ । ସକାଳୁ ଭୋର ଉଠି ୪ ରୁ ୫ କିଲୋମିଟର ଜଗିଙ୍ଗ କିମ୍ବା ରନିଙ୍ଗ କରନ୍ତୁ । ସକାଳ କଁଅଳ ଖରାରେ କିଛି ସମୟ ରହି ଯୋଗ ବ୍ୟାୟାମ କରନ୍ତୁ । ଏହି ପରି ନିୟମିତ ଭାବେ ନିୟମ ପାଳନ କରି କାର୍ଯ୍ୟ କରିଲେ । ବହୁତ ଶୀଘ୍ର ଆପଣଙ୍କର ଚର୍ବି ଧୀରେ ଧୀରେ କରି ଦେହରୁ ହଟିବା ସହ ଆପଣଙ୍କର ମୋଟାପଣ ଦୂର ହୋଇଯିବ ।