ଓଡିଶା

ବେଳାଭୂମିରେ ମହିଳାଙ୍କ ଗଳିତ ମୃତଦେହ

ଗୋପାଳପୁର: ଚମାଖଣ୍ଡି ଥାନା ଅନ୍ତର୍ଗତ ବଡପୁଟି ବେଳାଭୂମି ପରିସରରେ ଜଣେ ମହିଳାଙ୍କ ଗଳିତ ମୃତଦେହ ପଡ଼ିଛି। ଏହା ଦେଖିବା ପରେ ଅଞ୍ଚଳବାସୀ ପୁଲିସକୁ ଅବଗତ କରାଇଛନ୍ତି। ରବିବାର ସନ୍ଧ୍ୟା ସୁଦ୍ଧା ପୁଲିସ ଘଟଣାସ୍ଥଳ​‌ରେ ପହଞ୍ଚି ନ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରବିବାର ମଧ୍ୟାହ୍ନରେ ଗୋପାଳପୁରରେ ଜଣେ ଯୁବକ ଗୁରୁମୂର୍ତ୍ତି ସମୁଦ୍ରରେ ଗାଧୋଇବା ସମୟରେ ନିଖୋଜ ହୋଇଯାଇଥିଲେ।

ଫଳରେ ସ୍ଥାନୀୟ ଲୋକମାନେ ତାଙ୍କୁ ଖୋଜାଖୋଜି କରିବା ସମୟରେ ବେଳାଭୂମିରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ମହିଳାଙ୍କ ଶରୀର ଅନେକ ସ୍ଥାନ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ଶରୀରରେ ପୋଷାକ ନାହିଁ। ମୃତଦେହ ସମୁଦ୍ରରେ ଭାସି ଆସି ବେଳାଭୂମିରେ ପଡ଼ିଛି ନା କିଏ ତାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଛନ୍ତି ତାହା ଜଣାପଡ଼ି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button