ଓଡିଶା

ମଦ୍ୟପାନର କୁପରିଣାମ, ପଥରରେ ଛେଚି ଜଣକୁ ହତ୍ୟା

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମଦ ପିଇ ଗଣ୍ଡଗୋଳ ପରେ ଜଣେ ଅନ୍ୟଜଣକୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ପୁରୁଣା ସାହିର ଜିତେନ୍ଦ୍ର ପୂଜାରୀ । ଉକ୍ତ ଘଟଣାରେ ସାରଙ୍ଗଡ଼ ଥାନା ପୁରୁଣା ସାହିର ମନୋଜ ଓରଫ୍ ଉଲୁକୁ ପୁଲିସ ଥାନାରେ ଅଟକ ରଖିଛି । ମିଳିଥିବା ରିପୋର୍ଟ ମୁତାବକ, ରାତି ପ୍ରାୟ ୧୦ଟାରେ ସାରଙ୍ଗଡ଼ ପୁରୁଣା ସାହିର ୨ଜଣ ବ୍ୟକ୍ତି ମଦ ପିଇବାକୁ ଯାଇଥିଲେ। ମଦ ପିଇବା ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ପ୍ରତିଶୋଧ ପରାୟଣ ହୋଇ ଜଣେ ଅନ୍ୟଜଣକ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲା । ଖବରପାଇ ଘଟଣାସ୍ଥଳରେ ସାରଙ୍ଗଡ଼ ଥାନା ପୁଲିସ୍ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସାରଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଅନ୍ୟପଟେ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ହତ୍ୟାକାଣ୍ଡର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button