ମନୋରଞ୍ଜନ

ସଲମାନ ଖାନଙ୍କୁ ମିଳିବ Y + ସୁରକ୍ଷା

ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଏବେ ତାଙ୍କୁ ମୁମ୍ବାଇ ପୋଲିସ ତରଫରୁ Y + ସୁରକ୍ଷା ଦିଆଯିବ। ନିକଟ ଅତୀତରେ ଅଭିନେତାଙ୍କୁ ଲରେନ୍ସ ବିସ୍ନୋଇ ଗ୍ୟାଙ୍ଗରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯାହା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ସୂଚନାଥାଉ କି, ଜୁନ୍ ମାସରେ ସଲମାନ ଖାନଙ୍କ ବାପା ତଥା ବିଶିଷ୍ଟ ଲେଖକ ସଲିମ ଖାନ ସକାଳ ଓ୍ଵାକିଂ ପରେ ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡରେ ଏକ ବେଞ୍ଚରେ ବସିଥିଲେ। ସେହି ସମୟରେ ଜଣେ ଅଜଣା ବ୍ୟକ୍ତି ସେଠାରେ ଏକ ଚିଠି ରଖିଥିଲେ, ଯେଉଁଥିରେ ଅଭିନେତାଙ୍କୁ ହତ୍ୟା କରାଯିବାକୁ ଧମକ ଦିଆଯାଇଥିଲା। ମହାରାଷ୍ଟ୍ର ସରକାର ସଲମାନଙ୍କ ସହ ଅକ୍ଷୟ କୁମାର ଓ ଅନୁପମ ଖେରଙ୍କର ବି ସୁରକ୍ଷା ବଢ଼ାଇ ଦେଇଛନ୍ତି।

ସେମାନଙ୍କୁ X ବର୍ଗର ସୁରକ୍ଷା ମିଳିଛି।କହି ରଖୁଛୁ, ମେ’ ୨୯ରେ ପଞ୍ଜାବୀ ଗାୟକ ସିଦ୍ଧୁ ସୁସେୱାଲାଙ୍କ ହତ୍ୟାର କିଛି ଦିନ ପରେ ସଲମାନ ଖାନଙ୍କୁ ଏହି ଧମକ ମିଳିଥିଲା। ଧମକପୂର୍ଣ୍ଣ ଚିଠିରେ ସଲମାନ ଖାନଙ୍କ ଅବସ୍ଥା ମଧ୍ୟ ସିଦ୍ଧୁ ସୁସେୱାଲାଙ୍କ ଭଳି କରି ଦିଆଯିବ ବୋଲି କୁହାଯାଇଥିଲା। ଏହାପରେ ସଲିମ ଖାନଙ୍କ ଅଭିଯୋଗକ୍ରମେ ବାନ୍ଦ୍ରା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ପରେ ପୋଲିସ ସଲିମ ଖାନ ଓ ସଲମାନ ଖାନଙ୍କ ବୟାନ ରେକର୍ଡ କରିଥିଲା।

ଅଗଷ୍ଟରେ ସଲମାନ ଖାନଙ୍କୁ ବନ୍ଧୁକ ରଖିବା ପାଇଁ ଲାଇସେନ୍ସ ମଧ୍ୟ ଜାରି କରି ଦିଆଯାଇଥିଲା। ଅଭିନେତାଙ୍କୁ ଧମକ ମିଳିଥିବା ଦର୍ଶାଯାଇ ଲାଇସେନ୍ସ ପାଇଁ ଆବେଦନ କରାଯାଇଥିଲା। ଲରେନ୍ସ ବିସ୍ନୋଇ ଓ ଗୋଲ୍ଡି ବରାଡ଼ ଗ୍ୟାଙ୍ଗରୁ ହତ୍ୟା ଧମକ ମିଳିବା ପରେ ପୋଲିସ ଅଭିନେତାଙ୍କ ସୁରକ୍ଷାକୁ ବଢ଼ାଇ ଦେଇଥିଲା। ବର୍ତ୍ତମାନ ଏହାକୁ Y + କରି ଦିଆଯାଇଛି।

ସେପଟେ ସଲମାନ ଖାନଙ୍କ ବିଷୟରେ କଥା ହେବା ତ ଏବେ ସେ ‘ବିଗ୍ ବସ୍ ୧୬’ ହୋଷ୍ଟ୍‍ କରୁଥିବାର ନଜର ଆସୁଛନ୍ତି ଏବଂ ନିକଟରେ ସେ ଡେଙ୍ଗୁରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ବ୍ୟତୀତ ଅଭିନେତା ବହୁତ ଜଲ୍‌ଦି ଫିଲ୍ମ ‘ଟାଇଗର ୩’ ‘ଏବଂ ‘କିସି କା ଭାଇ କିସି କି ଜାନ’ରେ ନଜର ଆସିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button