ଦେଶ ବିଦେଶ

ଏହି ୭ଟି ଗୁଣ ବିଶିଷ୍ଟ ମହିଳା ତାଙ୍କ ସ୍ୱାମୀଙ୍କ ଭାଗ୍ୟ ଖୋଲି ଦିଅନ୍ତି। ଘରେ ସୁଖ ଶାନ୍ତି ସର୍ବଦା ଲାଗି ରହିଥାଏ ।

ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କରେ ପାରସ୍ପରିକ ସମନ୍ୱୟ ଏବଂ ବିଶ୍ୱାସ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଗୋଟେ ଉତ୍ତମ ଦାମ୍ପତ୍ୟ ଜୀବନଯାପନ କରିବାକୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ପାଇଁ ପରସ୍ପର ପ୍ରତି ପ୍ରେମ ଏବଂ ପାରସ୍ପରିକ ବୁଝାମଣା ରହିବା ମଧ୍ୟ ବହୁତ ଆବଶ୍ୟକ। ଗରୁଡ ପୁରାଣରେ ପତ୍ନୀମାନଙ୍କର କିଛି ଗୁଣ ବର୍ଣ୍ଣନା କରାଯାଇଛି। ଯଦି ଜଣେ ମହିଳାଙ୍କ ଭିତରେ ଅଛି ତେବେ ସେମାନେ ତାଙ୍କ ସ୍ୱାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାଆନ୍ତି। ଏମିତିରେ ଆଜି ଆମେ ଆପଣଙ୍କୁ ଗରୁଡ ପୁରାଣରେ ଉଲ୍ଲେଖ କରାଯାଇଥିବା ସେହି ଗୁଣଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯଦି ଜଣେ ମହିଳାଙ୍କ ଠାରେ ଏମିତି କିଛି ଅଛି ସେମାନେ ନିଜ ସ୍ୱାମୀଙ୍କ ପାଇଁ ଭାଗ୍ୟବାନ ହୋଇଥାଆନ୍ତି। ଏହାକୁ ଆଲଫା ୱମେନ ମହିଳା କୁହାଯାଏ। ଆସନ୍ତୁ ଜାଣିବା ସେହି ଗୁଣଗୁଡ଼ିକ କଣ?

ଧର୍ମର ପାଳନ କରୁଥିବା ମହିଳା:-

ଯେଉଁ ମହିଳାମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି ଏବଂ ଧାର୍ମିକ ହୋଇଥାଆନ୍ତି ଅର୍ଥାତ୍ ସେମାନେ ନିଜ ଧର୍ମକୁ ସମ୍ପୂର୍ଣ୍ଣ ଭକ୍ତି ଏବଂ ଆନ୍ତରିକତା ସହିତ ଅନୁସରଣ କରନ୍ତି ସେମାନେ ତାଙ୍କ ସ୍ୱାମୀଙ୍କ ପାଇଁ ଭାଗ୍ୟଶାଳୀ ବୋଲି ବିଶ୍ୱାସ କରାଯାଏ। ଆହୁରି ମଧ୍ୟ ଏହି ମହିଳାମାନେ ନିଜ ଶାଶୂଘରେ କେବେବି ବିଚଳିତ ହୁଅନ୍ତି ନାହିଁ ବରଂ ଖୁସିରେ ରହନ୍ତି। ସେମାନଙ୍କର ଏହି ଗୁଣ ପାଇଁ ସେମାନଙ୍କ ସ୍ୱାମୀମାନେ ମଧ୍ୟ ସେମାନଙ୍କ ସହିତ ସର୍ବଦା ଖୁସି ରହିଥାନ୍ତି।

Googleସୀମିତ ଇଚ୍ଛା ରଖୁଥିବା ମହିଳା:-

ଯେଉଁ ମହିଳାମାନେ ଅଧିକ ଡିମାଣ୍ଡ କରନ୍ତି ନାହିଁ ସେମାନେ ମଧ୍ୟ ନିଜ ସ୍ୱାମୀଙ୍କ ପାଇଁ ଭାଗ୍ୟଶାଳୀ ବୋଲି ବିବେଚନା କରାଯାଏ। ସୀମିତ ଇଚ୍ଛା ଥିବା ମହିଳାଙ୍କ ଘରେ ସର୍ବଦା ସୁଖ ଏବଂ ସମୃଦ୍ଧତା ରହିଥାଏ ଏବଂ ଧନ ଧାନ୍ୟରେ ଅଭାବ ହୁଏ ନାହିଁ କିମ୍ବା ଆର୍ଥିକ ସଙ୍କଟ ମଧ୍ୟ ନଥାଏ। ଅଧିକ ଇଛା ପ୍ରକାଶ କରି ନଥିବାରୁ ସେମାନେ ଶାଶୂଘର ପକ୍ଷରୁ ବହୁତ ଭଲ ପାଇବା ଏବଂ ପ୍ରଶଂସା ପାଇବା ସହିତ ସ୍ୱାମୀଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ବା ତାଳମେଳ ରହିଥାଏ।

ଧର୍ଯ୍ୟବାନ:-

କଥାରେ ଅଛି ହଡ଼ବଡ଼ରେ ଗଡ଼ବଡ଼ ହୋଇଥାଏ। ଆଜ୍ଞା ହଁ ଶୀଘ୍ର କରାଯାଇଥିବା କାର୍ଯ୍ୟ ଖରାପ ହୋଇଯାଏ। ଏମିତିରେ ଯଦି ଆପଣଙ୍କର ସ୍ତ୍ରୀ ଧର୍ଯ୍ୟବାନ ହୋଇଥିବେ ତ ତେବେ ଆପଣ ଭାଗ୍ୟବାନ। କାରଣ ଯଦି ଆପଣଙ୍କର ସ୍ତ୍ରୀ ଧର୍ଯ୍ୟବାନ ତେବେ ଆପଣଙ୍କ ପାଇଁ କୌଣସି କାମ ଖରାପ ହେବ ନାହିଁ। ଧର୍ଯ୍ୟବାନ ମହିଳାମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ସେହି ବିଷୟରେ ଯୋଜନା ପ୍ରସ୍ତୁତ କରିଥାନ୍ତି। ତାହା ପରେ ସେହି କାର୍ଯ୍ୟରେ ନିଜ ହାତ ବଢ଼ାଇ ଥାଆନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button