ବିଜ୍ଞାନ

ଖରାରେ ଚାଲୁଛି କାର୍

ଜାମ୍ମୁ-କାଶ୍ମୀର ଶ୍ରୀନଗର ସନତ ନଗରେ ରହୁଥିବା ବିଲାଲ ଅହମଦ। ଦୀର୍ଘ ୧୧ ବର୍ଷ ହେଲା ସେ ଏକ ସୋଲାର କାର ନିର୍ମାଣ ଲାଗିଥିଲେ। କାର୍‌ଟି କିପରି ସୌରଶକ୍ତିରେ ପରିଚାଳିତ ହେବ ସେ ନେଇ ପୂରା ଉଦ୍ୟମ କରିଥିଲେ। ଶେଷରେ ତାଙ୍କ ଉଦ୍ୟମ ସଫଳ ହୋଇଛି। ତାଙ୍କ ସ୍ୱପ୍ନର ୱାଣ୍ଡର କାର୍‌ ସୌର ଶକ୍ତିରେ ଗଡ଼ିବା ଆରମ୍ଭ କରିଛି।

ବିଲାଲଙ୍କୁ ତାଙ୍କର ଏହି ଆବିଷ୍କାର ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ ମୁଁ ଏହି କାର୍‌ କିଣିବାକୁ ଅନେକ ପରିଶ୍ରମ କରିଛି। ହେଲେ ମୋତେ କାହାଠାରୁ ବି ଆର୍ଥିକ ସହଯୋଗ ମିଳିନାହିଁ। ଯଦି ମୋତେ ସହଯୋଗ ମିଳିଥାନ୍ତା, ତେବେ ମୁଁ ଭାରତରେ ଇଲନ ମସ୍କ ହୋଇପାରିଥାନ୍ତି ବୋଲି ବିଲାଲ କହିଛନ୍ତି। ତେବେ ବିଲାଲ୍‌ଙ୍କୁ ଏହି କାର୍ ତିଆରି କରିବାକୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି ବୋଲି ସେ କହିଛନ୍ତି।

ପେଷାରେ ଗଣିତ ଶିକ୍ଷକ ଥିବା ବିଲାଲଙ୍କୁ କିନ୍ତୁ କାର୍‌ରେ ଭାରି ଇଣ୍ଟରେଷ୍ଟ ଥିଲା। ସେ ସବୁବେଳେ କାର ନିର୍ମାଣ ଓ ତାର ମେସିନ ନିର୍ମାଣ ଆଦି ସମ୍ପର୍କରେ ପଢ଼ୁଥିଲେ। ତେବେ ଫିଲ୍ମ ବ୍ୟାକ୍ ଟୁ ଦି ଫ୍ୟୁଚର ଫିଲ୍ମରେ ଦେଖାଯାଇଥିବା କାର ଡେଲୋରିୟନ୍‌ଙ୍କୁ ଦେଖି ବିଲାଲଙ୍କର ସେଇଭଳି ଏକ ସ୍ୱପ୍ନର କାର ତିଆରି କରିବାକୁ ଭାରି ଇଚ୍ଛା ଥିଲା। ଏଥିପାଇଁ ନିଜ ପାଖରେ ଥିବା ମାରୁତି ୮୦୦କୁ ନୂଆ ଢଙ୍ଗ ଓ ରୂପରେ ତିଆରି କରି ଏକ ସୋଲାର୍ କାର ନିର୍ମାଣ କରିଥିଲେ।

ବିଲାଲ୍‌ଙ୍କର ଏହି ଉଦ୍ଭାବନ ଯଦି ବଡ଼ ଆକାରରେ କାର୍ଯ୍ୟାକାରୀ ହୁଏ ତେବେ ସେ ଭାରତର ଇଲନ ମସ୍କ ହେବେ ତ ହେବେ ଏହାଦ୍ୱାରା ଭାରତବାସୀ ମଧ୍ୟ ପେଟ୍ରୋଲ-ଡିଜେଲ୍ ମାଡ଼ରୁ ରକ୍ଷାପାଇପାରିବେ।

ତେବେ ବିଲାଲ ଜାମ୍ମୁ-କାଶ୍ମୀରବାସିନ୍ଦା ହୋଇଥିବାରୁ ସେଠାରେ ସୂର୍ଯ୍ୟ କିରଣ ମାତ୍ର କମ୍ ପଡ଼ିଥାଏ। ତେଣୁ କେମିତି ମକ୍ ସୂର୍ଯ୍ୟ କିରଣରେ ଅଧିକ ଶକ୍ତି ଉତ୍ପନ୍ନ କରି କାର ଚଲାଯାଇପାରିବ ସେ ଦିଗକୁ ଦୃଷ୍ଟିରେ ରଖି ବିଲାଲ୍ ଏହି ସୌରଶକ୍ତି ସମ୍ପନ୍ନକାର ତିଆରି କରିଛନ୍ତି। କାର ଡୋର୍‌ରେ ସୋଲାର ପ୍ୟାନେଲ୍‌ ଲଗାଇଥିବା ବେଳେ ଏହା ଉପରକୁ ଖୋଲିବ। କାର୍ ଟି ବିଳାସମୟ କାର୍‌ର ଭ୍ରମ ସୃଷ୍ଟି କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button