ଓଡିଶା

କୋରାପୁଟ ବନଖଣ୍ଡରେ ସରିଲା ପକ୍ଷୀ ଗଣନା: ୫୪୧୩ ଚିହ୍ନଟ, ୯୭୯ ବିଦେଶୀ

କୋରାପୁଟ: କୋରାପୁଟ ବନଖଣ୍ଡର ୬ଟି ରେଂଜର ୨୫ଟି ସ୍ଥାନରେ ‌‌ହୋଇଥିବା ପକ୍ଷୀ ଗଣନାରେ ୪୦ ରକମର ୫ହଜାର ୪୧୩ଟି ପକ୍ଷୀ ଚିହ୍ନଟ କରାଯାଇଛି। ୬ଟି ରେଞ୍ଜର ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରାଷ୍ଟାଫ ଓ ସ୍କ୍ବାର୍ଡ ଆଦି ଏହି ଗଣନାରେ ସାମିଲ ହୋଇଥିଲେ।

ପୂର୍ବରୁ କର୍ମଚାରୀମାନେ ପକ୍ଷୀ ଚିହ୍ନଟ ପାଇଁ ସ୍ବତନ୍ତ୍ର ଆପ୍ ଡାଉନଲୋଡ କରି ରଖିଥିଲେ। ଏଥିରେ ଏମାନେ ଅପଲୋଡ କରିଥିଲେ।
କୋରାପୁଟ ବନାଞ୍ଚଳର କୋଲାବ ଜଲଭଣ୍ଡାର, ଦାମନଯୋଡି ଆସ ପଣ୍ଡ, ଡଙ୍ଗରୀମାଳିଗୁଡା, ବାଗ୍ରା ଡ୍ୟାମ, ରାଣୀଗଡ଼ ଡ୍ୟାମ୍ ଆଦି ୫ଟି ସ୍ଥାନରେ ଗଣନା କରାଯାଇଥିଲା। ଏଠାରେ ୨୦୧୨ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ବ୍ରାହ୍ମଣୀସିଲଡ୍ର (ଚକୁଆ) ବିଦେଶୀ ପକ୍ଷୀ ୯୭୯ଟି ଚିହ୍ନଟ ହୋଇଥିବା କହିଛନ୍ତି କୋରାପୁଟ ବନାଞ୍ଚଳ ଅଧିକାରୀ ଏସକେ ପାହାଡସିଂ।

କୋରାପୁଟବନାଞ୍ଚଳ ପକ୍ଷୀ ଗଣନାରେ ଏସିଏଫ୍ ନଳିନୀକାନ୍ତ ବେହେରା, ରେଞ୍ଜର ପାହାଡସିଂ, ଫରେଷ୍ଟର ଗୌତମ ବେନିୟା, ଏଫଇଏସ୍ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଦୀପ ମିଶ୍ର, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପକ୍ଷୀ ଗଣନାରେ ଭାଗ ନେଇଥିଲେ।

ଅଧିକ ପଢ଼ନ୍ତୁ: ରାଜଭବନ ଲୋକଙ୍କ ନିକଟକୁ ଆସିବା ଉଚିତ୍: ରାଜ୍ୟପାଳ

ସେହିପରି ସେମିଳିଗୁଡା ରେଞ୍ଜରେ ୬ଟି ୪୦୩, ନାରାୟଣପାଟଣା ରେଞ୍ଜରେ ୪ଟି ୬୧୧, ଲକ୍ଷ୍ମୀପୁର ରେଞ୍ଜରେ ୨ଟି ୬୪ , ଲମତାପୁଟ ରେଞ୍ଜରେ ୫ଟି ୪୬୭ ଓ ବାଲଡା ରେଞ୍ଜରେ ୩ଟି ସ୍ଥାନରେ ୧୮୫୬ ଏଭଳି ୨୫ଟି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା ବୋଲି କୋରାପୁଟ ବନଖଣ୍ଡରୁ ସୂଚନା ମିଳିଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button