ଜୀବନଶୈଳୀ

“ସିନ୍ଦୁରର ଅଧିକାର” ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ଚୂନି ରିୟାଙ୍କ Real life ପରିବାର, ଆଗରୁ କେବେବି ଦେଖି ନଥିବେ…

ବନ୍ଧୁଗଣ ଆଜିକାଲି ଓଡିଆ ସମତେ ଓଡିଶା ବାହାରେ ମଧ୍ୟ ଓଡିଆ ଫିଲ୍ମ ଦେଖିବାକୁ ଦର୍ଶକ ମାନେ ଆଗ୍ରହ ପ୍ରାକାଶ କରୁଛନ୍ତି । ଏହା ସହ ଓଡିଆ କଳାକାର ମାନଙ୍କୁ ଅମଧ୍ୟ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ଦେଇଛନ୍ତି । ଏହା ସହ ଲୋକ ମାନେ ଓଡିଆ କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନୀ ବିଷୟରେ ଜାଣିବା ପାଇଁ ମଧ୍ୟ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ଅନେକ ସମୟରେ ଓଡିଆ କଳାକାର ମାନେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ନିଜର ପର୍ଶନାଲ ଲାଇଫ ବିଷୟରେ କିଛି ନା କିଛି ସେୟାର କରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସିରିଏଲ “ସିନ୍ଦୁରର ଅଧିକାର” ଅଭିବନେତ୍ରୀ ଦାମିନୀଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା “ସିନ୍ଦୁରର ଅଧିକାର” ସିରିଏଲ ନିଶ୍ଚୟ ଦେଖୁଥିବେ । ଏହି ସିରିଏଲରେ ଅଭିନୟ କରି କଳାକାର ମାନେ ଖୁବ ଲୋକପ୍ରିୟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ଦାମିନୀ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ଚୂନି ରିୟାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିବା ସହ ବହୁତ ସାରା ଭଲ ପାଇବା ଦେଇଥାନ୍ତି । ସେ ତାଙ୍କର ଚରିତ୍ର ରେ ଖୁବ ନିଖୁଣ ଭାବେ ଅଭିନୟ କରି ଲୋକଲୋଚନକୁ ଆସିଛନ୍ତି । ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦାମିନୀଙ୍କ ପ୍ରକୃତ ନାମ ହେଉଛି ଚୂନି ରିୟା ।

ତାଙ୍କର ଅସଲ ଘର ହେଉଛି ଭଞ୍ଜନଗର ଗଞ୍ଜାମରେ । ତାଙ୍କର ପିଲା ଦିନୁ ପାଠ ପଢିବା ସହ ଅଭିନୟ ପ୍ରତି ଅଧିକ ଆଗ୍ରହ ରହିଥିଲା । ସେ ତାଙ୍କର ଅଭିନୟ ଜୀବନୀର ଆରମ୍ଭ ୨୦୦୮ ମସିହାରୁ ଆରମ୍ଭ କରିଥିଲେ । ଚମତ୍କାର ଅଭିନୟ କରି ଖୁବ ସମୟ ମଧ୍ୟରେ ସେ ଲୋକପ୍ରିୟତା ହାସଲ କରି ପାରିଥିଲେ । ଏହା ବ୍ଯତୀତ ଅତଙ୍କୁ ଅନେକ ସାରା ଆୱାର୍ଡ ମଧ୍ୟ ମିଳିଛି । ତାଙ୍କ ପରିବାର ବିଷୟରେ କହିବାକୁ ଗଲେ ତାଙ୍କ ବାପା ମା ଅଛନ୍ତି । ତାଙ୍କ ବାପା ଜଣେ ଆର୍ମୀ ଅଫିସର ଅଟନ୍ତି ।

ଅଭିନେତ୍ରୀ ଚୂନି ୨୦୧୬ ମସିହାରେ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଭିଡିଓରେ ଆପଣ ଚୂନିଙ୍କ ସ୍ଵାମୀଙ୍କ ଫୋଟୋ ଦେଖି ପାରିବେ । ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ଯାହାର ଫୋଟୋ ଏହି ଭିଡିଓ ରେ ରହିଛି । ତାଙ୍କ ପୁଅଙ୍କ ନାମ ହେଉଛି ଅଂସ । ଅଂସ  ଦେଖିବାକୁ ବହୁତ ସୁନ୍ଦର ଠିକ ଚୂନିଙ୍କ ଭଳି ।

ତେବେ ଅଭିନେତ୍ରୀ ଚୂନି ନିଜ ପରିବାର ସହ ବେଶ ହସ ଖୁସିରେ ସମୟ ଅତିବାହିତ କରିବାର ନଜର ଆସିଥାନ୍ତି । ଏହା ସହ ସେ ଅନେକ ସାରା ଓଡିଆ ସିରିଏଲ ରେ ଅଭିନୟ କରି ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଚୂନି ରିୟା ଙ୍କ ଅଭିନୟ ଓ ପରିବାର କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button