ନୀତି

ବାପା ପରିବା ବିକି ଘର ଚଳାଉଥିଲେ, ପୁଅ ପୁରୁଣା ଫୋନ ବିକି ହେଲେ କୋଟି କୋଟି ଟଙ୍କାର ବ୍ୟବସାୟୀ – Utkal Mail


ନୂଆଦିଲ୍ଲୀ: ବାପା ପରିବା ବିକି ଘର ଚଳାଉଥିଲେ। ପୁଅ ପୁରୁଣା ଫୋନ ବିକି ହେଲେ କୋଟି କୋଟି ଟଙ୍କାର ବ୍ୟବସାୟୀ। ଆଜି ଆମେ ଏଠାରେ ନୀରଜ ଚୋପ୍ରାଙ୍କ ବିଷୟରେ କହୁଛୁ। ନୀରଜଙ୍କ କାହାଣୀ ପ୍ରେରଣାଦାୟକ ଅଟେ। ବିଭାଜନ ସମୟରେ ତାଙ୍କ ଜେଜେବାପା ପାକିସ୍ତାନରୁ ଭାରତ ଚାଲି ଆସିଥିଲେ। ରୋଜଗାରର କୌଣସି ମାଧ୍ୟମ ନଥିବାରୁ ପିଲାଦିନେ ନୀରଜଙ୍କ ବାପା ପନିପରିବା ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ହେଲେ ସମୟ ସହ ନୀରଜଙ୍କ ପରିବାରର ଆର୍ଥିକ ସ୍ଥିତି ବଦଳିଥିଲା। ନୀରଜଙ୍କ ବାପା ବଡ଼ ହେବା ପରେ ନିଜ ଭାଇଙ୍କ ସହ ହଙ୍ଗକଙ୍ଗରେ ଆମଦାନୀ-ରପ୍ତାନୀର ବ୍ୟବସାୟ ଆରମ୍ଭ କରିଥିଲେ। ବାପାଙ୍କ କାମ ଦେଖି ନୀରଜ ମଧ୍ୟ ନିଜ ବାପାଙ୍କୁ ସାହାଯ୍ୟ କରିବାକୁ ଲାଗିଥିଲେ। ହେ‌ଲେ ୨୦୧୨ରେ ନୀରଜଙ୍କ ଦାଦାଙ୍କ ମୃତ୍ୟୁ ହେବାରୁ ସେମାନଙ୍କୁ ଭାରତ ଫେରିବାକୁ ପଡ଼ିଥିଲା।

ଘର କିଭଳି ଚଳାଇବେ ତାହା ଚିନ୍ତା କରୁଥିବା ବେଳେ ନୀରଜଙ୍କ ମୁଣ୍ଡକୁ ପୁରୁଣା ଜିନିଷକୁ ପୁଣି ଥରେ ବିକ୍ରି କରିବାର ଆଇଡିଆ ଆସିଥିଲା। ଏହା ପରେ ସେ ଜୋବକ୍ସ ନାମକ କମ୍ପାନି ଆରମ୍ଭ କରିଥିଲେ। ନିଜ କମ୍ପାନି ଜରିଆରେ ସେ ପ୍ରଥମେ ପୁରୁଣା ପାୱାର ବ୍ୟାଙ୍କକୁ ସଜାଡ଼ି ଏହାକୁ ବିକ୍ରି କରୁଥିବା ବେଳେ ପରେ ସେ ପୁରୁଣା ସ୍ମାର୍ଟଫୋନ ବିକ୍ରି କରିବା ଆରମ୍ଭ କରିଥିଲେ। ନୀରଜଙ୍କ କହିବା ମୁତାବକ, ଅନେକ ଲୋକ ଇ-କମର୍ସ ୱେବସାଇଟରେ ନିଜର ପୁରୁଣା ଫୋନ ଦେଇ ନୂଆ ଫୋନ କିଣନ୍ତି। ତାଙ୍କ କମ୍ପାନି ଏହି ପୁରୁଣା ଫୋନଗୁଡିକର ମରାମତି ଏବଂ ନବୀକରଣ କରେ। ପରେ ତାଙ୍କର ଜୋବୋକ୍ସ କମ୍ପାନି ୱାରେଣ୍ଟି ସହିତ ଏହି ଫୋନ୍ଗୁଡ଼ିକୁ ବଜାରରେ ବିକ୍ରି କରେ। ଏଭଳି କରି ସେ ଏବେ ବର୍ଷକୁ ୫୦କୋଟି ଟଙ୍କା ଆୟ କରୁଥିବା କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button