ମନୋରଞ୍ଜନ

“ବାପା ସୁପରମ୍ୟାନ” ଫିଲ୍ମର ଟାଇଟେଲ ସଙ୍ଗ ଗଇଛନ୍ତି ଏହି କୁନି ଗାୟକ, ଗୀତ ଶୁଣି ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଅଭିନେତା ବାବୁସାନ ମହାନ୍ତି ଙ୍କ ଦମନ ଫିଲ୍ମ ରିଲିଜ ହୋଇଥିଲା । ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା । ଆଉ ତା ପରେ ପ୍ରତୀକ୍ଷା ଫିଲ୍ମ ପରେ ଗତ କାଲି ଆଉ ଏକ ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରି ରେ ରିଲିଜ ହୋଇଛି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ତେବେ ଗତ କାଲି ଓଡିଆ ଚଳଚିତ୍ର ‘ବାପା ସୁପର ମ୍ୟାନ’ ହଲ ରେ ରିଲିଜ ହୋଇଛି ।

ଏହି ଫିଲ୍ମ ଟି ଏକ ମୌଳିକ କାହାଣୀକୁ ନେଇ ହୋଇଛି । ତେବେ ଏହି ଫିଲ୍ମ ଟି ରିଲିଜ ହେବା ପରେ ଦର୍ଶକ ମାନେ ଏହାକୁ ଦେଖିବାକୁ ଥିଏଟର ଯିବାର ନଜର ଆସିଛନ୍ତି । ଏହି ଫିଲ୍ମ ରେ ପ୍ରକୃତରେ ବାପାର କଣ ମହତ୍ଵ ରହିଥାଏ ବାସ୍ତବ ଜୀବନରେ ତାହା ଦର୍ଶା ଯାଇଛି । ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଛନ୍ତି । ଏମିତିରେ ଦେଖିବାକୁ ଗଲେ ଏହି ଫିଲ୍ମ ର କାହାଣୀ କୁ ନେଇ କିଛି ଦିନ ପୂର୍ବେ ବିବାଦ ଦେଖା ଯାଇଥିଲା ।

ଫିଲ୍ମର ଟ୍ରେଲର ରିଲିଜ ହେବା ପରେ କ୍ରୀଷ୍ଣା ନାମକ ଜଣେ ବ୍ୟକ୍ତି ଆସି ବିବାଦ ସୃଷ୍ଟି କରିଥିଲେ । ତେବେ କ୍ରୀଷ୍ଣା ଟ୍ରେଲର ଦେଖିବା ପରେ କହିଥିଲେ ଯେ ଏହି ଷ୍ଟୋରି ଟି ତାଙ୍କର ଯାହା ସେ କଲେଜ ଟାଇମରେ ଫିଲ୍ମର ନିର୍ମାତା ପ୍ରକାଶ ଜେନାଙ୍କୁ କହିଥିଲେ । ତେବେ ଏହା ପରେ ଅନେକ ବିବାଦ ଦେଖା ଯାଇଥିଲା ।

ଆଉ ଏହାରି ମଧ୍ୟରେ ବାପା ଫିଲ୍ମ ରେ ବାପା ର ଟାଇଟଲ ଗୀତ ଗାଇଥିବା ଶିଶୁ କଳାକାର ଜଣକ ଗଣମାଧ୍ୟମ ସାମ୍ନା କୁ ଆସିଛନ୍ତି ଆଉ ନିଜର ପରିଚୟ ଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ ଶିଶୁ କଳାକାର ଜଣକ ନିଜେ ଗୀତ ଗାଉଛନ୍ତି ବାପା ଫିଲ୍ମ ର ଟାଇଟଲ । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଜୋର ଧରିଛି ।

ସେ ତାଙ୍କର ସୁମଧୁର କଣ୍ଠରେ ଏତେ ସୁନ୍ଦର ଭାବେ ଗୀତ ଗାଇଛନ୍ତି ଯାହା ବାସ୍ତବରେ ପ୍ରଶଂସୀୟ ଅଟେ । ତାଙ୍କର କଳା ଜଗତରେ ଏତେ ଆଗ୍ରହ ଥିବା ମଧ୍ୟ ସ୍ପଷ୍ଟ ହେଉଛି । ଶିଶୁ କଳାକାର ଜଣକ ଅଭିନେତା ସିଦ୍ଧାନ୍ତ ମହାପତ୍ର ଙ୍କ ପୁଅ ଚରିତ୍ର ରେ ଅଭିନୟ କରିବାର ନଜର ଆସୁଛନ୍ତି । ବାପା ପୁଅ ର ସମ୍ପର୍କ କେମିତି ହେବା ଦରକାର ବାପା ପୁଅ ଙ୍କ ସମ୍ପର୍କ କେତେ ଯେ ଗଭୀର ତାହା ଏହି ଫିଲ୍ମ ରେ ପ୍ରଦର୍ଶନ ହୋଇଛି ।

ଯାହାକୁ ହଜାର ହଜାର ଦର୍ଶକ ମାନେ ବେସ ପ୍ରଶଂସା କରିଛନ୍ତି ଆଉ ଭଲ ପାଇବା ମଧ୍ୟ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button