ଦେଶ ବିଦେଶ

ଉଦ୍ଧବଙ୍କୁ ପୁଣି ଝଟକା : ହାତରୁ ଖସିଗଲା ଅଫିସ

ମହାରାଷ୍ଟ୍ର: ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ପାର୍ଟି ନାମ ଓ ନିର୍ବାଚନ ଚିହ୍ନ ପରେ ଏବେ ତାଙ୍କଠାରୁ ସଂସଦ ଅଫିସ ମଧ୍ୟ ହାତଛଡ଼ା ହୋଇଛି । ନିର୍ବାଚନ ଆୟୋଗର ଫଇସଲା ଅନୁସାରେ ସଂସଦରେ ଶିବସେନାର ଅଫିସ ମଧ୍ୟ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀର ହୋଇଯାଇଛି । ଏହି ଅଫିସ ଉପରେ ଏବେ ଉଦ୍ଧବ ଗୋଷ୍ଠୀର କୌଣସି ଅଧିକାର ନାହିଁ । ସଂସଦରେ ଶିବସେନାର ଅଫିସ ଉପରେ ସିନ୍ଦେ ଗୋଷ୍ଠୀ ନିଜର ବୋଲି ଦାବୀ କରିଥିଲା ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଆଜି ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରିବେ । ଉକ୍ତ ବୈଠକରେ ବିଧାୟକ, ସାଂସଦ ଓ ଅନ୍ୟ ନେତାମାନେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟତମ ସହଯୋଗୀ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button