ଓଡିଶା
ନେତାଜୀ ସେତୁ ଉପରେ ସ୍କୁଟି: ନଦୀ ଭିତରେ ଚାଳକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ

ତ୍ରିଶୁଳିଆ ସନ୍ନିକଟ ନେତାଜୀ ସୁଭାଷ ସେତୁ ଉପରେ ଏକ ସ୍କୁଟି ଛିଡ଼ା ହୋଇଥିବାର ଆଜି ସକାଳୁ ଦେଖିବାକୁ ମିଳିଛି। ଏହାର ନମ୍ବର ହେଲା ଓଡି୦୫ ଏଚ୍ ୧୭୧୭।ସ୍କୁଟି ପାଖରେ ଚପଲ ବି ପଡ଼ିଛି। ମାତ୍ର ଚାଳକଙ୍କ ପତ୍ତା ମିଳୁନ ଥିବା ହେତୁ ନଦୀକୁ ଡେଇଁ କେହି ଜୀବନ ହାରିଥିବାର ସନ୍ଦେହ କରାଯାଉଛି। ଏନେଇ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ କାଠଯୋଡ଼ି ନଦୀରେ ଖୋଜାଖୋଜି ଆରମ୍ଭ କରିଛି। ଏଣେ ମର୍କତନଗର ଥାନା ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ପ୍ରସ୍ତୁତ ହେବା ଯାଏ ନିଖୋଜ ବ୍ୟକ୍ତିଙ୍କର ପତ୍ତା ମିଳିନାହିଁ।


