ବର୍ଷା ଦିନେ ଖାଦ୍ୟପେୟ କୁ ନେଇ ରୁହନ୍ତୁ ସତର୍କ!! ଏହି କେତୋଟି ପନି ପରିବା ଖାଇବା ଦ୍ୱାରା ହୋଇପାରେ ଭୟଙ୍କର ଇନଫେକ୍ସନ୍
ବର୍ତ୍ତମାନ ରାଜ୍ୟରେ ବର୍ଷା ଋତୁର ଆଗମନ ହୋଇଛି। ଏହି ୠତୁର ଆଗମନ ସହିତ ଜଳବାୟୁରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ। କିନ୍ତୁ, ଏହି ଋତୁ ଆରମ୍ଭ ହେବା ସହିତ ସର୍ଦି ଓ ଜ୍ୱର ପରି ବିଭିନ୍ନ ପ୍ରକାରର ରୋଗର ମଧ୍ୟ ଆଗମନ ହୋଇଥାଏ। ଏଥିସହିତ ବର୍ଷାଦିନେ ଫଳ ଏବଂ ପନିପରିବାରୁ ଏକାଧିକ ଇନଫେକ୍ସନ୍ ହେଉଥିବା କଥା ଆପଣ ଜାଣନ୍ତି କି?
ଆଜ୍ଞା ହଁ, କିଛି ବର୍ଷାଦିନିଆ ପନି ପରିବା ଗୁଡିକରେ ପୋକ ଲାଗିଯାଇଥାନ୍ତି ଯାହାକୁ ଖାଇଲେ ବିଭିନ୍ନ ପ୍ରକାରର ଇଂଫେକ୍ସନ୍ ହେବାର ଆଶଙ୍କା ରହିଥାଏ। ତେବେ ଆସନ୍ତୁ ଜାଣିବା ଏହିପରି କିଛି ସବୁଜ ପନିପରିବା ଯାହାକୁ ବର୍ଷା ଦିନେ ଖାଇବା ଦ୍ୱାରା ଦେହରେ ଇଂଫେକ୍ସନ ହେବାର ଆଶଙ୍କା ବଢ଼ି ଯାଇଥାଏ:-
୧. ପାଳଙ୍ଗ
୨. ମେଥି ଶାଗ
୩. ସୋରିଷ ଶାଗ
୪. ବଧୁଆ
୫. ମୂଳା ପତ୍ର
ବର୍ଷା ଦିନେ ଶାଗ ଏବଂ ଫସଲର ପତ୍ର ଗୁଡିକରେ ପୋକ ଲାଗିଥାନ୍ତି। ତେଣୁ, ଲିଷ୍ଟରେ ପ୍ରାୟତଃ ଶାଗ ଗୁଡ଼ିକୁ ସାମିଲ କରାଯାଇଛି। ବର୍ଷା ଦିନେ ଏଥିରେ ବ୍ୟାକ୍ଟେରିଆ ଗୁଡିକ ବସା ବାନ୍ଧି ରହୁଥିବାରୁ ଏଗୁଡିକ ଖାଇବା ଦ୍ୱାରା ଇନଫେକ୍ସନ୍ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।