ମନୋରଞ୍ଜନ

ତିନିଦିନ ପର୍ଯ୍ୟନ୍ତ ସଂସଦ ଭବନରେ ‘ଗଦର ୨’ର ସ୍ପେଶାଲ ସ୍କ୍ରିନିଂ – Utkal Mail


ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲ୍‌ ଓ ଅମିଷା ପଟେଲ୍‌ ଷ୍ଟାରର୍‌ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛି। ଏହି ଫିଲ୍ମ ‘ପଠାନ୍‌’ ପରେ ୨୦୨୩ର ଦ୍ୱିତୀୟ ସବୁଠାରୁ ବଡ଼ ହିନ୍ଦୀ ହିଟ୍‌ ସିନେମା ରହିଛି। ‘ଗଦର ୨’ ୨୦୦୧ରେ ଆସିଥିବା ଫିଲ୍ମ ‘ଗଦର ଏକ ପ୍ରେମ୍‌ କଥା’ର ସ୍ୱୀକେଲ୍‌। ପ୍ରଥମ ଭାଗ ଭଳି ଦର୍ଶକମାନେ ଦ୍ୱିତୀୟ ଭାଗକୁ ମଧ୍ୟ ବେଶ୍‌ ଭଲପାଇବା ଦେଇଛନ୍ତି।

ଅନିଲ ଶର୍ମା ନିର୍ଦ୍ଦେଶିତ ଏହି ଫିଲ୍ମ ଅଗଷ୍ଟ ୨୫ରୁ ତିନି ଦିନ ଯାଏ ସଂସଦର ନୂତନ ଭବନରେ ସ୍ପେଶାଲ ସ୍କ୍ରିନିଂ କରାଯିବ।  ଆଜିଠାରୁ ସଂସଦ ଭବନରେ ସଦସ୍ୟମାନଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଦିନ ୧୧ଟାରୁ ଆରମ୍ଭ ହୋଇଯାଇଛି। ସ୍କ୍ରିନିଂ ସମୟରେ ଫିଲ୍ମର କାଷ୍ଟ୍‍ମାନଙ୍କ ମଧ୍ୟରୁ କେହି ବି ଭବନରେ ଉପସ୍ଥିତ ନଥିବା ସୂଚନା ରହିଛି।

ଏକ ରିପୋର୍ଟ ମୁତାବକ, ସଂସଦ ଭବନରେ ଫିଲ୍ମର ସ୍କ୍ରିନିଂକୁ ନେଇ ନିର୍ମାତା ଅନିଲ ଶର୍ମା କହିଛନ୍ତି, ‘ଆମକୁ ଫିଲ୍ମର ସ୍କ୍ରିନିଂ ପାଇଁ ସଂସଦ ତରଫରୁ ଏକ ମେଲ୍‌ ମିଳିଥିଲା। ଏହି ମେଲ ପାଇବା ପରେ ମୁଁ ପ୍ରକୃତରେ ସମ୍ମାନିତ ଓ ଭାଗ୍ୟବାନ୍‌ ମନେ କରୁଛି। ମୋତେ ଏଥିରେ ଉପସ୍ଥିତ ରହିବାକୁ କୁହାଯାଉଥିଲା, କିନ୍ତୁ ମୁଁ ଏବେ ଦିଲ୍ଲୀ ଯାଇ ପାରିବି ନାହିଁ। ଉପରାଷ୍ଟ୍ରପତି ବି ଏହି ସିନେମା ଦେଖିବାର ସମ୍ଭାବନା ରହିଛି ‌ବୋଲି ମୁଁ ଶୁଣିବାକୁ ପାଇଛି।’

ନିକଟରେ ସନ୍ନି ଦେଓଲ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ‘ଗଦର-୨’କୁ ମିଳିଥିବା ଭଲପାଇବା ପାଇଁ ତାଙ୍କ ଫ୍ୟାନ୍ସଙ୍କୁ  ଧନ୍ୟବାଦ ଜଣାଇଛନ୍ତି। ଆଉ କହିଛନ୍ତି, ‘ଏତିକି ଦିନ ଭିତରେ ‘ଗଦର-୨’ ୪୦୦କୋଟି ଟଙ୍କାରୁ ଅଧିକ ରୋଜଗାର କରିବ ମୁଁ କେବେ ଆଶା କରି ନଥିଲି। ଏହାସବୁ ଆପଣମାନଙ୍କ ଭଲ ପାଇବା ପାଇଁ ସମ୍ଭବ ହୋଇପାରିଛି।

 

 




Related Articles

Leave a Reply

Your email address will not be published. Required fields are marked *

Back to top button