ସ୍ୱାସ୍ଥ୍ୟ

Fatty Liver ରୁ ସବୁ ଦିନ ପାଇଁ ମିଳିବ ମୁକ୍ତି, ଜାଣି ରଖନ୍ତୁ ଏହି ରାମବାଣ ଘରୋଇ ଉପାୟ

। ସୂଚନା ଅନୁସାରେ ଲିଭରରେ ସାଧାରଣତଃ ଫାଟ୍ ଜମା ହୋଇଥାଏ । ଏହା ବହୁତ ସାଧାରଣ କଥା ହୋଇଥାଏ । ଯେତେବେଳେ ଶରୀରର ଲିଭରରେ ଅଧିକାଂଶ ଭାଗ ଫାଟ୍ ଜମିଯାଇଥାଏ । ତେବେ ଏହାକୁ ଫାଟି ଲିଭର କୁହାଯାଇଥାଏ । ଏହାକୁ ଅଣଦେଖା କରିବା ଦ୍ଵାରା ଏହା ଲିଭରରେ ଥିବା ସେଲ୍ସକୁ ଡାମେଜ କରିଦେଇଥାଏ । ଯାହା କାରଣରୁ ଲିଭରର କାର୍ଯ୍ୟକାରୀ କ୍ଷମତା କମିଯାଇଥାଏ । ତାପରେ ଧୀରେ ଧୀରେ କରି ଲିଭର ସମ୍ପୂର୍ଣ ଖରାପ ହୋଇଯାଇଥାଏ ।

 

ଆଲକୋହଲ ସେବନ କରୁଥିବା ଲୋକଙ୍କ ଲିଭରରେ ଫାଟ ଜମିଲେ । ତାହାକୁ ଆଲ୍କୋହଳିକ ଫାଟି ଲିଭର କୁହାଯାଇଥାଏ । ଯଦି ଅଲକୋହଲ ସେବନ ନକରି ମଧ୍ୟ ଲିଭରରେ ଫାଟ ଜମା ହୋଇଥାଏ । ତେବେ ଏହାକୁ ନନ୍ ଆଲ୍କୋହଳିକ ଫାଟି ଲିଭର କୁହାଯାଇଥାଏ । ଏହାକୁ କମ୍ କରିବା ପାଇଁ କେତେକ ଉପକାରୀ ଖାଦ୍ୟର ସେବନ କରନ୍ତୁ ।

ଏକ ଗ୍ଳାସ ଗରମ ପାଣିରେ ଆପେଲ ସାଇଡର ଭିନେଗାରକୁ ଏକ ଚାମଚ ମିଶାଇ ଏହାକୁ ଦିପହର ଖାଇବାର ଏକ ଘଣ୍ଟା ପୂର୍ବରୁ ସେବନ କରନ୍ତୁ । ଏହା ସହିତ ରାତିର ଖାଇବାର ଏକ ଘଣ୍ଟା ପୂର୍ବରୁ ସେବନ କରିବେ । ନଖ ଉଷୁମ ଗରମ ପାଣିରେ ଗୋଟିଏ ଲେମ୍ବୁକୁ ଚୁପୁଡି ଏହାର ସେବନ ଦିନକୁ ୨ ରୁ ୩ ଥର କରିପାରିବେ । ପ୍ରତିଦିନ ନିୟମିତ ଭାବରେ ଗ୍ରୀନ ଟି ର ସେବନ ଦ୍ଵାରା ମଧ୍ୟ ଶରୀର ଫାଟ୍ ଉପରେ ପ୍ରଭାବ ପକାଇଥାଏ ।

 

ଏକ ଗ୍ଳାସ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ପକାଇ ମଧ୍ୟ ଏହା ସେବନ କରିପାରିବେ । ଏହା ଶରୀରର ଲିଭର ଫାଟ ଦୂର କରିବା ସହି ଶରୀରର ଅନ୍ୟ ସ୍ଥାନରେ ଯେଉଁ ଫାଟ ଜମା ହୋଇରହିଥାଏ । ତାହା ଧୀରେ ଧୀରେ କରି ଘଟାଇବାରେ ସାହାଜ୍ଯ କରିଥାଏ । ଅମୃତ ଭଣ୍ଡା ମଧ୍ୟ ଶରୀର ପାଇଁ ଏକ ଚମତ୍କାରୀ ଖାଦ୍ୟ ପଦାର୍ଥ ହୋଇଥାଏ ।

ଏହା ଶରୀର ପାଇଁ ହେଲଦି ଖାଦ୍ୟ ହୋଇଥିବା ବେଳେ ଲିଭରର ଫାଟ ଉପରେ ମଧ୍ୟ ଭଲ ଅସର ପକାଇଥାଏ । ଆପଣ ଏହାକୁ ନିଜ ଖାଦ୍ୟ ରୁଟିନରେ ନିହାତି ଭାବେ ସାମିଲ କରନ୍ତୁ । ଆପଣ ଅମୃତ ଭଣ୍ଡାର ମଞ୍ଜିକୁ ଶୁଖାଇ ତାହାର ପାଉଡର ପ୍ରସ୍ତୁତ କରିପାରିବେ । ସେହି ପାଉଡରକୁ ମଧ୍ୟ ପାଣିରେ ଏକ ଚାମଚ ମିଶି ଏହାର ସେବନ କରିପାରିବେ ।

 

କଫି ମଧ୍ୟ ଲିଭରରେ ଜମା ହୋଇରହିଥିବା ଫାଟ ଉପରେ ପ୍ରଭାବ ପକାଇଥାଏ । ତେବେ ଆପଣ କଫିର ମଧ୍ୟ ନିୟମତି ସେବନ କରିପାରିବେ । ଅଁଳାର ପାଉଡରକୁ ମଧ୍ୟ ପାଣିରେ ମିଶାଇ ଏହାର ସେବନ କରିପାରିବେ । ଏହା ଲିଭରର ଫାଟ ଘଟାଇ ଏହାକୁ ହେଲଦି ରଖିଥାଏ । ଲିଭରର ଫାଟ କମାଇବା ପାଇଁ ଉପରୋକ୍ତ ସମଗ୍ର ସାମଗ୍ରୀ ମଧ୍ୟରୁ ଯେକୌଣସି ସାମଗ୍ରୀ ନିଜ ସୁବିଧା ଅନୁସାରେ ସେବନ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button