ଧର୍ମ

ଗରୁଡ ପୁରାଣ ଅନୁଯାଇ ମାଂସ ଖାଇବା ପାପ ନା ପୂଣ୍ୟ- କଣ କହିଥାଏ ହିନ୍ଦୁ ଧର୍ମ ?

ମାଂସାହାର ହେଉ ବା ଶାକାହାର କେଉଁ ଖାଦ୍ଯ ଗ୍ରହଣ କରିବା ଏହା ବ୍ୟକ୍ତିଗତ ବିଚାର ଅଟେ କିନ୍ତୁ କିଛି ଲୋକ ମାଂସାହାରୀ ଲୋକଙ୍କୁ ନିର୍ଦୟ ଏବଂ ପଶୁଙ୍କ ଉପରେ ହିଂସା କରୁଥିବା ଲୋକ କୁହନ୍ତି ତେବେ କିଛି ମାଂସାହାରୀ ଲୋକ ଶାକାହାରୀ ଲୋକଙ୍କୁ ଘାସ ଖାଇବା ବ୍ୟକ୍ତି କୁହନ୍ତି ତେବେ ଏହି କଥା ସମସ୍ତଙ୍କୁ ଜାଣିବା ଉଚିତ ଯେ କାହାକୁ କେଉଁ ଖାଦ୍ଯ ଗ୍ରହଣ କରିବାର ଅଛି ତାହା ସେହି ମଣିଷ ଉପରେ ନିର୍ଭର କରିଥାଏ, ଆଜି ଆମେ ଆପଣଙ୍କୁ ବେଦ ପୁରାଣ ବିଷୟରେ କହିବାକୁ ଯାଉଛୁ ଯେ ବେଦ ଏବଂ ପୁରାଣରେ ମାଂସାହାର ପୂଣ୍ୟ ବା ପାପ ଅଟେ ।

Image Courtesy: Google

ଯଜୁର୍ବେଦ ରେ କୁହା ଯାଇଛି ଆପଣ ଯେଉଁ ଭଳି ମଣିଷକୁ ଦୟା ଏବଂ ପ୍ରେମ ଭାବନାରେ ଦେଖନ୍ତି ସେମିତି ସବୁ ପଶୁ ପଖିଙ୍କୁ ଦେଖିବା ଉଚିତ, ତେବେ ଅଥର୍ବବେଦରେ କୁହା ଯାଇଛି ହେ ମଣିଷ ତମେ ଚାଉଳ, ଡାଲି, ଏବଂ ଅନ୍ୟ ସାଦା ପଦାର୍ଥ ଗ୍ରହଣ କରନ୍ତୁ ଏହା ଆପଣଙ୍କ ପାଇଁ ଉତ୍ତମ ଖାଦ୍ଯ ଅଟେ । କେବେ ବି କୌଣସି ନର ବା ମାଦା ସହ ହିଂସା କରନ୍ତୁ ନାହିଁ ଏହା ଛଡା ଋଗବେଦରେ କୁହା ଯାଇଛି ଗାଈ ଜଗତ ମାତା ଅଟନ୍ତି ତାଙ୍କ ସୁରକ୍ଷା କରିବା ମଣିଷ ର ପ୍ରଥମ କର୍ତବ୍ୟ ଅଟେ ଏହାକୁ ପାଳନ କରିବା ଉଚିତ ।

Image Courtesy: Google

ହିନ୍ଦୁ ମହା ଗ୍ରନ୍ଥ ଭଗବତ ଗୀତାରେ ଭୋଜନକୁ ୩ଟି ଶ୍ରେଣୀରେ ବିଭାଜିତ କରା ଯାଇଛି, ୧. ସତ୍ଵ, ୨. ରଜ, ୩. ତମ । ତେବେ ଭଗବତ ଗୀତାରେ କୁହାଯାଇଛି ମଣିଷକୁ ସାତ୍ଵିକ ଭୋଜନ କରିବା ଉଚିତ ଏହା ଦ୍ଵାରା ମନ ସାତ୍ଵିକ ହୋଇଥାଏ ଏବଂ ବିଚାର ମଧ୍ୟ ପୂଣ୍ୟ ହୋଇଥାନ୍ତି, କିନ୍ତୁ ତାମସିକ ଭୋଜନ କରୁଥିବା ବ୍ୟକ୍ତି ଜୀବନରେ ଦୁଃଖ ଏବଂ ରୋଗ ଭାରି ରହିଥାଏ ତାଙ୍କୁ ଜୀବନରେ କେବେ ଶାନ୍ତି ପ୍ରାପ୍ତ ହୁଏ ନାହିଁ ।

Image Courtesy: Google

ଏହା ଛଡା ସାତ୍ଵିକ ଭୋଜନକୁ ଅଧିକ ତେଲ ମସଲା ଦେଇ ତିଆରି କଲେ ଏହା ରାଜକିଅ ଭୋଜନ ହୋଇଥାଏ ଓ ରାଜକିଅ ଭୋଜନା ଦ୍ଵାରା ମଣିଷକୁ ରୋଗ ଏବଂ ଚିନ୍ତା ଭଳି ଅସୁବିଧା ହୋଇଥାଏ । ତେବେ ଭାଗବତ ଗୀତା ଅନୁଯାଇ ତାମସିକ ଭୋଜନ କରୁଥିବା ବ୍ୟକ୍ତି ହିଂସା ଏବଂ ଦୁଷ୍କର୍ମ କରିଥାଏ ତାଙ୍କ ଜୀବନରେ କୌଣସି ପ୍ରକାର ସମ୍ପର୍କ ମୋଲ ନଥାଏ ସେ ସବୁବେଳେ ସମସ୍ତଙ୍କୁ ଛୋଟ ଏବଂ ଅସହାୟ ମନେ କରନ୍ତି ଏବଂ ଦୁର୍ବଳ ଲୋକଙ୍କ ଉପରେ ପାବର ଦେଖାନ୍ତି ଏମିତି ଲୋକଙ୍କ ଜୀବନ ନର୍କଠାରୁ ବି ହିନ ହୋଇଥାଏ ଏବଂ ଖରାପ ସମୟରେ ମଧ୍ୟ କେହି ଦେଖା କରିବା ପାଇଁ ଆସନ୍ତି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button