ସ୍ୱାସ୍ଥ୍ୟ

ଚେହେରାରେ ହୋଇଥିବା ବ୍ରଣ ଓ ତାହାର କଳାଦାଗକୁ ମୁହଁରୁ ହଟାଇବାର ଜବରଦସ୍ତ ଉପାୟ

ବନ୍ଧୁଗଣ ଆଜିକାଲିର ଖରାପ ଜୀବନଶୈଳୀ ତଥା ଚେହେରାର ଭଲ ଭାବେ ଯତ୍ନ ନନେବା କାରଣରୁ ଚେହେରାରେ ଅନେକ ପ୍ରକାର ପ୍ରୋବ୍ଲେମ ଦେଖାଦେଉଛି । ବିଶେଷ କରି ଚେହେରାରେ ବ୍ରଣ ବାହାରିବା ଏକ କମନ ପ୍ରୋବ୍ଲେମ ହୋଇଗଲାଣି । ଯାହାକି ଅନେକଙ୍କ ଚେହେରାରେ ପ୍ରାୟତଃ ଦେଖାଯାଇଥାଏ । ତେବେ ମୁହଁରେ ବ୍ରଣ ହେବା ଓ ବ୍ରଣର ଦାଗ ମୁହଁରେ ରହିଯିବା ଦ୍ଵାରା ତାହା ଚେହେରାର ସୁନ୍ଦରତାକୁ ନଷ୍ଟ କରିଦେଇଥାଏ । ତେବେ ମୁହଁର ବ୍ରଣ ଓ ତାହାର କଳା ଦାଗକୁ କିପରି ଭାବେ ମୁହଁରୁ ସବୁଦିନ ପାଇଁ ଦୂର କରିହେବ ତାହା ପାଇଁ ଏକ ବହୁତ ଭଲ ଘରୋଇ ଉପଚାର ଏଠାରେ କହିବାକୁ ଯାଉଛୁ ।

 

ପ୍ରଥମେ 12 ରୁ 15 ଟି ନୀମ ପତ୍ର ତୋଳି ଆଣି ତାହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ତାପରେ ପରିଷ୍କାର ନୀମ ପତ୍ରକୁ କୁଟି କିମ୍ବା ତାହାକୁ ଗ୍ରାଇଣ୍ଡିଙ୍ଗ କରି ତାହାକୁ ଦର ଛେଚା କରିଦିଅନ୍ତୁ । ତେବେ ଛେଚା ହୋଇସାରିଥିବା ନୀମପତ୍ରକୁ କୌଣସି ଏକ ପାତ୍ରରେ କାଢି ଦିଅନ୍ତୁ । ସେଥିରେ ଏକ ଚାମଚ ଗୋଲାପ ଜଳ ଆଡ୍ କରନ୍ତୁ । ଯଦି ଚାହିଁବେ ଗୋଲାପ ଜଳ ବଦଳରେ ସେହି ଅନୁସାରେ ଏକ ରୁ ଦୁଇ ଚାମଚ ସେଥିରେ ପାଣି ମଧ୍ୟ ଆଡ୍ କରିପାରିବେ । ତାପରେ ନୀମପତ୍ରକୁ ପାଣି ଦେଇ ମିକ୍ସ କରି ରଖିଦିଅନ୍ତୁ ।

ତେବେ ପ୍ରଥମେ ଆପଣଙ୍କ ସ୍କିନରେ ଏହିପରି ଭାବେ ତାହାକୁ ଲଗାଇବାର ଅଛି । ପ୍ରଥମେ ଆପଣ ଗୋଟିଏ ପୂଜା କର୍ପୁର ଆଣି ତାହାକୁ ଗୁଣ୍ଡ କରି ସେଥିରେ କୌଣସି ବି ସାମାନ୍ୟ ଧଳା କଳରର ପେଷ୍ଟ ଆଡ୍ କରି ସେହି 2 ଟି ସାମଗ୍ରୀକୁ ମିକ୍ସ କରି ତାହାକୁ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ । ଯାହା ଫଳରେ ଆପଣଙ୍କ ବ୍ରଣରୁ ହେଉଥିବା ଜ୍ଵଳନ ଭଲ ହୋଇବା ସହ ବ୍ରଣ ଧୀରେ ଧୀରେ ଭଲ ହେବାକୁ ଲାଗିବ । ଏହାକୁ ଲଗାଇବାର 10 ରୁ 15 ମିନିଟ ପରେ ମୁହଁରେ ପାଣିରେ ଧୋଇ ପରିଷ୍କାର କରି ଦିଅନ୍ତୁ ।

ଦିତୀୟ ସ୍ଟେପରେ ଆପଣ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ନୀମ ପତ୍ରର ପେଷ୍ଟକୁ ନିଜ ମୁହଁରେ ଲଗାଇବାର ଅଛି । ତେଣୁ ପ୍ରଥମେ ଆପଣ ଏକ ଛଣା ସାହାଜ୍ଯରେ ନୀମପେଷ୍ଟରୁ ନୀମ ରସକୁ ଛାଣି ଆଣନ୍ତୁ । ସେହି ନୀମ ରସକୁ ନିଜ ମୁହଁରେ ଏକ କଟନ ତୁଳା ସାହାଜ୍ଯରେ ବୁଡାଇ ଆଖିକୁ ଛାଡି ମୁହଁ ସାରା ଲଗାନ୍ତୁ ।

କିଛି ସମୟ ପରେ ପାଣିରେ ମୁହଁକୁ ଧୋଇ ପରିଷ୍କାର କରିଦିଅନ୍ତୁ । ଏହିପରି ଭାବେ ଲଗାତର 6 ରୁ 7 ଦିନ ଏହି ଉପାୟକୁ ମୁହଁରେ କରି ଦେଖନ୍ତୁ । ଚେହେରାର ବ୍ରଣ ଭଲ ହୋଇବା ସହ ସେଥିରୁ ହୋଇଥିବା କଲାଦାଗ ମଧ୍ୟ ମୁହଁରୁ ଧୀରେ ଧୀରେ କରି ଲିଭିଯିବ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟିଏ ଲାଇକ୍ ଓ ଶେୟାର ମଧ୍ୟ କରିଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button