ଓଡିଶା

୬ ସପ୍ତାହ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ; ଗୁହାରି ଶୁଣିବେ ମୁଖ୍ୟମନ୍ତ୍ରୀ

୬ ସପ୍ତାହ ପରେ ଆଜି ପୁଣି ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି କେବଳ ଅନଲାଇନରେ ପଞ୍ଜିକରଣ କରିଥିବା ଲୋକମାନେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ। ମୋଟ ହଜାରେ ଜଣ ଅନଲାଇନରେ ପଞ୍ଜିକରଣ କରିଛନ୍ତି। ଆଜି ସେମାନଙ୍କର ହିଁ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସକାଳୁ ସକାଳୁ ଅଭିଯୋଗକାରୀଙ୍କ ଭିଡ଼ ଜମିଲାଣି।

ଏହାବ୍ୟତୀତ ଆଜି ଯେଉଁମାନେ ଆସୁଛନ୍ତି ସେମାନେ ଅଣ ପଞ୍ଜିକୃତଙ୍କ ପାଇଁ ଖୋଲାଯାଇଥିବା କାଉଣ୍ଟରରେ ପଞ୍ଜିକରଣ କରାଇ ସ୍ୱୀକୃତି ନେଇପାରିବେ।ମାତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଇବେନି ଅଣପଞ୍ଜିକୃତ ଅଭିଯୋଗକାରୀ। ୬ ସପ୍ତାହ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା।

ସୂଚନାଯୋଗ୍ୟ, ଦୀର୍ଘ ୧୬ ବର୍ଷ ପରେ ଜୁଲାଇ ୨ ତାରିଖରେ ଖୋଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ୧୫୫୦ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରତିଶ୍ରୁତି ପାଇବା ପରେ ଉତ୍ସାହିତ ହୋଇଥିଲେ ଅଭିଯୋଗକାରୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button