ମନୋରଞ୍ଜନ

‘ଦୁଇଜଣ ବୃଦ୍ଧ ମହିଳା ଅସଦାଚରଣ କରିବା ସହିତ ଜବରଦସ୍ତି କରିଥିଲେ ମୋତେ ଚୁମ୍ବନ’: ଅଭିନେତା – Utkal Mail


ନୂଆଦିଲ୍ଲୀ: ଅଭିନେତା ଦୁଲକର ସଲମାନ ନିଜର ନୂଆ ‌ୱେବ ସିରିଜ ‘ଗନ୍ସ ଆଣ୍ଡ ଗୁଲାବ୍ସ’ର ପ୍ରମୋସନ୍ସରେ ବ୍ୟସ୍ତ ଅଛନ୍ତି। ଏହି ସିରିଜ ନେଟଫ୍ଲିକ୍ସରେ ରିଲିଜ ହୋଇଛି। ରାଜକୁମାର ରାୱ ଓ ଗୁଲସନ ବି ଏଥିରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି।

ନିକଟରେ ଦୁଲକର ଗଣମାଧ୍ୟମ ସାମ୍ନାରେ ନିଜ ଜୀବନକୁ ନେଇ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଦୁଲକର କହିଛନ୍ତି, ‘ଦୁଇଜଣ ବୃଦ୍ଧ ମହିଳା ମୋତେ ଅସଦାରଣ କରିବା ସହିତ ଜୋରଜବରଦସ୍ତି ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ। ଏହି ଘଟଣାପରେ ମୁଁ ଭୟଭୀତ ହୋଇଯାଇଛି।

ଏକଦା ଏକ ମଞ୍ଚକୁ ମୁଁ ଯାଇଥିଲି। ଏହି ମଞ୍ଚ ଉପରେ ଗହଳି ଥିଲା। ଏହି ସମୟରେ ଜଣେ ବୃଦ୍ଧ ମହିଳା ମୋ ପାଖକୁ ଫଟୋ ଉଠାଇବାକୁ ଆସିଥିଲେ। ଆଉ ଜବରଦସ୍ତି ଚମ୍ବନ ଦେଇଥି‌ଲେ।  ସେହିପରି ଅନ୍ୟ ଜଣେ ବୃଦ୍ଧ ମହିଳା ଆସି ମୋତେ ଚିପି ପକାଇଥିଲେ। ଯାହାପରେ ମୋତେ ସେହି ସ୍ଥାନରେ ବହୁତ ଯନ୍ତ୍ରଣା ହୋଇଥିଲା।

ମୁଁ ବୁଝି ପାରିଲି ନାହିଁ ସେ ଏମିତି କାହିଁକି ମୋ ସହ କଲେ। ଏସବୁ ପରେ ମୁଁ ବାଧ୍ୟ ହୋଇ କ୍ୟାମେରା ସାମ୍ନାରେ ହସୁଥିଲି। ଆଉ କେମିତି ସେଠାରୁ ପଳାଇ ଆସିବି ତାହା ଚିନ୍ତା କରୁଥିଲି। ସେହିଦିନ ଠାରୁ ଗହଳି ସ୍ଥାନକୁ ଯିବାକୁ ମୋତେ ଭୟ ଲାଗିଥାଏ।  ବନ୍ଧୁମାନେ ଲୋକେ ଏମିତି କେମିତି କରି ପାରନ୍ତି। ଏପରି କରିବାକୁ ଖରାପ ଲାଗେ ନାହିଁ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button