ଜୀବନଶୈଳୀ

ସକାଳୁ ବାସି ମୁହଁ ରେ ଥଣ୍ଡା ପାଣି ପିଇବା ଦ୍ୱାରା କଣ ହୋଇଥାଏ ଜାଣି ପାଦ ତଳୁ ମାଟି ଖସିଯିବ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ । ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ ।

କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ପ୍ରାକୃତିକ ଉପାୟ ଵିଷୟ ରେ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆମର ବହୁତ ପ୍ରକାର ସମସ୍ୟା ଦୂର ହୋଇଯିବ । ବନ୍ଧୁଗଣ ଆମର ବର୍ତ୍ତମାନ ଯେଉଁ ସବୁ ରୋଗ ହେଉଛି ତାହା ପଛରେ ଅନେକ କାରଣ ରହୁଛି ।  କିନ୍ତୁ ଆପଣ କଣ ଜାଣିଛନ୍ତି ଆପଣ ଯେଉଁ ଫ୍ରିଜ ବ୍ୟବହାର କରୁଛନ୍ତି ସେଥିରୁ ମଧ୍ୟ ଆପଣଙ୍କ ଶରୀର ରେ ଅନେକ ରୋଗ ସୃଷ୍ଟି ହୋଇଥାଏ ।

ଏହାର କାରଣ ହେଉଛି ଆପଣ ଥରେ ଖାଦ୍ୟ ପ୍ରସ୍ତୁତ କରି ଏହା କୁ ଅନେକ ଦିନ ପର୍ଯ୍ୟନ୍ତ ଫ୍ରିଜ ରେ ରଖିଥାନ୍ତି ଓ ତାକୁ ବାହାର କରି ଗରମ କରି ଖାଇଥାନ୍ତି । କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଖାଦ୍ୟ ପ୍ରସ୍ତୁତ କରିବା ର ୩ଘଣ୍ଟା ମଧ୍ୟରେ ଏହାକୁ ଖାଇବା ଉଚିତ । ଏହା ସହିତ ଆମର କେତେକ ଆୟୁର୍ବେଦିକ ବହି ରେ ମଧ୍ୟ ଏହା ଲେଖା ଅଛି ଯେ ଖାଦ୍ୟ ପ୍ରସ୍ତୁତ କରିବା ର ୮ଘଣ୍ଟା ମଧ୍ୟରେ ଏହାକୁ ଖାଇ ନେବା ଉଚିତ । ଆପଣ ଜାଣିରଖନ୍ତୁ ଯେ ଖାଦ୍ୟ କୁ ଆଉ ଥରେ ଗରମ କରିବା ଦ୍ୱାରା ସେଥିରେ ଥିବା ସମସ୍ତ ପ୍ରକାର ପୌଷ୍ଟିକ ତତ୍ତ୍ୱ ନଷ୍ଟ ହୋଇ ଯାଇଥାଏ ।

ତେଣୁ ଖାଦ୍ୟ କୁ ସବୁବେଳେ ତାଜା ତାଜ ରାନ୍ଧି କରି ଖାଆନ୍ତୁ । ଘରେ ଫ୍ରିଜ ଥିବା କାରଣ ରୁ ଆମେ ପ୍ରାୟତଃ ଥଣ୍ଡା ପାଣି ପିଇଥାଉ । ପୁରାତନ କାଳ ରେ ଥଣ୍ଡା ପାଣି ପିଇବାକୁ କେହି ପସନ୍ଦ କରୁ ନ ଥିଲେ । ଆଗରୁ ଥଣ୍ଡା ପାଣି ପିଇବା ପାଇଁ ମାଠିଆ ର ବ୍ୟବହାର କରୁଥିଲେ । ମାଠିଆ ରେ ପାଣି ସେତିକି ଥଣ୍ଡା ହୋଇଥାଏ ଯେତିକି ମନୁଷ୍ୟ ପିଇବା ଉଚିତ । କିନ୍ତୁ ବର୍ତ୍ତମାନ ଲୋକମାନେ ଫ୍ରିଜ ବ୍ୟବହାର କରୁଥିବାରୁ ସେଥିରେ ପାଣି ରଖି ବହୁତ ଅଧିକ ଥଣ୍ଡା କରିଦେଉଛନ୍ତି ଯାହା କି ମନୁଷ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ ।

ବାସୀ ମୁହଁ ରେ ଥଣ୍ଡା ପାଣି ପିଇବା ଦ୍ୱାରା ଆମର ଅନେକ ପ୍ରକାର ଅସୁବିଧା ହୋଇଥାଏ । ବାସୀ ମୁହଁ ରେ ସକାଳୁ ଥଣ୍ଡା ପାଣି ପିଇବା ଦ୍ୱାରା ଆମର ଡାଇବେଟିସ, ହୃଦଘାତ, କିଡନି ରେ ଷ୍ଟୋନ ଭଳି ରୋଗ ସବୁ ହୋଇଥାଏ । ବର୍ତ୍ତମାନ ଆପଣ ମାନେ ଅଧିକ ଭାବେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହା ମଧ୍ୟ ଆପଣଙ୍କ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେଣୁ ଆପଣ କେବେ ହେଲେ ଅଧିକ ମାତ୍ରାରେ ଥଣ୍ଡା ପାଣି ପିଅନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button