ରାଜନୀତି

ଓଡିଶା ଆସୁଛନ୍ତି ଡ୍ରିମଗାର୍ଲ ହେମାମାଳିନୀ, ଏହି ଏହି ସ୍ଥାନରେ କରିବେ ପ୍ରଚାର …

ଆଜି ଓଡିଶା ଆସିବେ ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ। ଆଜି ତାଙ୍କର ଓଡିଶା ଆସିବା ସହ ୩ଟି ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ହେମାମାଳିନୀ ଉତ୍ତର ଭୁବନେଶ୍ୱର ଓ କଟକ କିଶନ ନଗର ସଭାରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହାସହ ପିପିଲିରେ ରୋଡ୍ ଶୋ’ କରିବେ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ପକ୍ଷରୁ ପୂର୍ବରୁ ସୂଚନା ମିଳିଛି। ତେବେ ଏହା ସହିତ ଆଜି ଅଶ୍ୱିନୀ ବୈଷ୍ଣବ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି।

ହେମାମାଳିନୀ ଭୁବନେଶ୍ୱରର ସାଲିଆ ସାହିରେ ପହଞ୍ଚତ୍ ଦଳ ପାଇଁ ପ୍ରଚାର କରିବେ। ଶନିବାର ମଧ୍ୟ ଭୋଟରଙ୍କ ମନ ଜିଣିବାକୁ ହେମାମାଳିନୀ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। ପାଲଲହଡା, ଦେବଗଡ ଆଦି ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ ସଂସଦୀୟ କ୍ଷେତ୍ରର ଭଟଲି, ପଦ୍ମପୁର ବିଜେପୁର, ଅତାବିରା ଜନସଭାକୁ ସମ୍ବୋଧନ କରିବେ। ଅପରାହ୍ନରେ ବରଗଡଠାରେ ଅନୁଷ୍ଠିତ ରୋଡ ଶୋ’ରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button