ଧର୍ମ

ଆପଣଙ୍କ ଘର ସମ୍ମୁଖରେ ଗାଈ ଠିଆ ହେଉଛି କି? ତେବେ ଏହା କଣ ସୁଚାଇଥାଏ ଆସନ୍ତୁ ଜାଣିବା…

ଲୋକେ ଅନେକ ପଶୁ ପକ୍ଷୀଙ୍କୁ ଦେବତା ପରି ପୂଜା କରନ୍ତି। ଆମ ହିନ୍ଦୁ ଧର୍ମରେ ଗାଈ କୁ ମାତା ସହିତ ତୁଳନା କରାଯାଏ। ଗୋସେବା କରିବା ଦ୍ଵାରା ପୁଣ୍ୟ ପ୍ରାପ୍ତ ହୋଇଥାଏ। ତେତିଶ କୋଟି ଦେବତା ଗୋମାତା ଠାରେ ବାସ କରନ୍ତି। ତେଣୁ ଗାଈ ସେବା ଦ୍ଵାରା ୩୩ କୋଟି ଦେବତାଙ୍କ ଆଶୀର୍ବାଦ ମିଳିଥାଏ।

ଗାଈକୁ ମାତା ଲକ୍ଷ୍ମୀ ସହିତ ତୁଳନା କରାଯାଏ। ଗାଈ ରଖିବା ଦ୍ଵାରା ଘରେ ସମୃଦ୍ଧତା ଆସିଥାଏ। ବେଳେ ବେଳେ ଦେଖାଯାଏ ଗାଈ ଆସି ଘର ସାମ୍ନାରେ ରହିଥାଏ। ଯଦି ଆପଣଙ୍କ ସହିତ ଏପରି ଘଟେ ତେବେ ଆପଣ କଣ କରିବେ।

ଯଦି ଗାଈ ଆପେ ଆପେ ଆସି ଘର ସାମନାରେ ଠିଆ ହୁଏ, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।

ଆଗ କାଳରେ ଲୋକମାନେ ପଶୁପକ୍ଷୀ ଙ୍କୁ ଖାଇବାକୁ ଦେବା ପାଇଁ ଘର ବାହାରେ ସ୍ଵତନ୍ତ୍ର ବ୍ୟବସ୍ଥା କରୁଥିଲେ। ଗାଈ କୁ ଖାଇବାକୁ ଦେବା ଦ୍ଵାରା ଘରର ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ଆସିଥାଏ।

ଗାଈକୁ ରୁଟି ଦେଲାବେଳେ ଗୁଡ଼ ମିଶାଇ ଦିଅନ୍ତୁ। ଖରାଦିନେ ରୁଟି ସହ କଦଳୀ ଖାଇବାକୁ ଦିଅନ୍ତୁ। କିନ୍ତୁ ନିଜ ଅଇଁଠା ଖାଦ୍ୟ ଗାଈକୁ ଦିଅନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button