ଦେଶ ବିଦେଶ

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌; ଚାଲିଗଲା ଯୁବତୀଙ୍କ ଜୀବନ, ୩ ଗୁରୁତର

ବୌଦ୍ଧର ରଇଠାଣି ବାଇପାସ ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବାଇକ ଉପରେ ଚଢ଼ି ଯାଇ ଟ୍ରକ୍ଟି ଓଲଟି ପଡ଼ିଲା। ଫଳରେ ଘଟଣାସ୍ଥଳରେ ବାଇକ୍ରେ ଯାଉଥିବା ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଟ୍ରକ୍ ଡ୍ରାଇଭର ବି ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଗୁରୁତର ୩ ଜଣଙ୍କୁ ବୁର୍ଲାସ୍ଥିତ ମେଡିକାଲରେ ଭର୍ତ୍ତି କରାଯାଇଛି।

ମୃତ ଛାତ୍ରୀଜଣକ ହେଲେ ୧୭ ବର୍ଷୀୟ ପାୟଲ ରାଜହଂସ । ଏହି ଦୁର୍ଘଟଣାରେ ଗୁରୁତରଦ୍ୱୟ ହେଲେ ଶ୍ରୀତମ ବେହେରା ଓ ଆରତୀ ଝାଙ୍କର । ୩ ଜଣଙ୍କ ବୟସ ୧୭ ବର୍ଷ ପାଖାପାଖି ହେବ ବୋଲି ଜଣାଯାଇଛି।

ଏହି ୩ ଜଣ ମାଟ୍ରିକ୍ ପାସ୍ କରିବା ପରେ ବୌଦ୍ଧରେ ଥିବା ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟରେ ନାମ ଲେଖାଇଥିଲେ। ମାତ୍ର ସେଠାରୁ ତାଙ୍କୁ ଏକ ଆୟୂବେଦିକ କମ୍ପାନୀର ମାର୍କେଟିଂ ପାଇଁ ପଠାଯାଉଥିଲା। ଅଧିକ ଟଙ୍କାର ଲୋଭ ଦେଖାଇ ସେମାନଙ୍କୁ ଗୋଟିଏ ବାଇକ୍ ଯୋଗେ ଦୂରଦୂରାନ୍ତକୁ ପଠାଯାଉଥିଲା।

ଆଜି ସକାଳେ ବି ୩ ଜଣ ଘରୁ ଖାଇପିଇ ବାହାରିଥିଲେ। ସେମାନେ ଏକ ବାଇକ୍ରେ ଯାଉଥିବା ବେଳେ ବାଇପାସ ଛକରେ ସାମନାରୁ ଆସୁଥିବା ଟ୍ରକ୍ଟି ବାଇକ୍ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ପାୟଲଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଏହି ଦୁର୍ଘଟଣା ଘଟାଇ ଟ୍ରକ୍ଟି ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଟ୍ରକ୍ ଭିତରୁ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ପଠାଇଛନ୍ତି ।

ରଇଠାଣି ବାଇପାସ ଛକରେ ସବୁବେଳେ ଦୁର୍ଘଟଣା ଘଟି ଜୀବନହାନୀ ହେଉଥିବାରୁ ସେଠାରେ ହମ୍ପସ୍ ସହ ଟ୍ରାଫିକ୍ ପୁଲିସ୍ ମୁତୟନ ଦାବିରେ ସ୍ଥାନୀୟ ଲୋକେ ଧାରଣରେ ବସିଛନ୍ତି। ଏଥିସହ ମୃତା ଯୁବତୀଙ୍କ ପରିବାର ପାଇଁ ବି ସେମାନେ କ୍ଷତିପୂରଣ ଦାବି କରିଛନ୍ତି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button