ଦେଶ ବିଦେଶ

ବାବ୍ରି ମସଜିଦ ଭଙ୍ଗ ମାମଲା: ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ମୁସଲିମ ପର୍ସନାଲ ଲ’ ବୋର୍ଡ

ନୂଆଦିଲ୍ଲୀ: ଅଯୋଧ୍ୟା ବାବ୍ରି ମସଜିଦ ଭଙ୍ଗ ମାମଲାରେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ରାୟ ବିରୋଧରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ (ଏଆଇଏମପିଏଲବି) ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ କହିଛି ଯେ ଏହା ଏକ ଗୁରୁତର ଅପରାଧ ଏବଂ ଅତୀତରେ ସୁପ୍ରିମକୋର୍ଟ ମଧ୍ୟ ଏହା ସ୍ବୀକାର କରିଛନ୍ତି ।

ଏହି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୩୦ ସେପ୍ଟେମ୍ବର ୨୦୨୦ରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ଉମା ଭାରତୀ, ବିନୟ କଟିୟାର ଏବଂ ସାଧବୀ ଋତୁମ୍ବରାଙ୍କ ସମେତ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ ।

ମୁସଲିମ ପର୍ସନାଲ ଲ’ ବୋର୍ଡର କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ମୁଖପାତ୍ର ସୟଦ କାସିମ ରସୁଲ ଇଲିୟାସ ବୁଧବାର କହିଛନ୍ତି ଯେ ଏହି ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟର ନିଷ୍ପତ୍ତି ବିରୋଧରେ ବୋର୍ଡ ହାଇକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଯେ ଏହା ଏକ ଗୁରୁତର ଅପରାଧ ଏବଂ ଅଭିଯୁକ୍ତ ମାନଙ୍କୁ ଏମିତି ଦୋଷମୁକ୍ତ କରାଯାଇ ପାରିବ ନାହିଁ। ସେ କହିଛନ୍ତି ଯେ ଆମେ ନିଶ୍ଚିତ ସୁପ୍ରିମକୋର୍ଟ ଯିବୁ। କାରଣ ସୁପ୍ରିମକୋର୍ଟ ନିଜେ ମାନିଛନ୍ତି ଯେ ବାବ୍ରି ମସଜିଦ ଭଙ୍ଗ ଏକ ଅପରାଧିକ କାର୍ଯ୍ୟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button