ସ୍ୱାସ୍ଥ୍ୟ

ପୁରୁଷଙ୍କ ଯୌନ ସମସ୍ୟାର ଚିକିତ୍ସା ହେଉଛି ଏହି ୫ଟି ଟିପ୍ସ; ଥରେ ଆପଣାନ୍ତୁ, ସମ୍ଭୋଗ ସମୟରେ ହୋଇଯିବେ ଖୁସ୍

ବର୍ତ୍ତମାନ ସମୟରେ ପୁରୁଷମାନଙ୍କ ଠାରେ ବିଭିନ୍ନ ପ୍ରକାରର ଯୌନ ସମସ୍ୟା ଦେଖା ଦେଉଛି। ସେମାନଙ୍କୁ ଶୀଘ୍ରପତନ, ଇରେକ୍ଟାଇଲ୍ ଡିସଫଙ୍କସନ ଠାରୁ ଆରମ୍ଭ କରି ଯୌନ ଇଚ୍ଛାରେ ହ୍ରାସ ଭଳି ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେବେ, ଏଥିନେଇ ଚିନ୍ତା କରିବା ଦରକାର ନାହିଁ। ପୁରୁଷମାନେ ନିଜ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣି ବିନା କୌଣସି ଔଷଧରେ ନିଜ ଯୌନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବେ।

Sex problem

୧. ନିୟମିତ ଭାବରେ ବ୍ୟାୟାମ କରିବା ଅଭ୍ୟାସ କରନ୍ତୁ। ନିୟମିତ ବ୍ୟାୟାମ କରିବା ଏକ ଭଲ ଅଭ୍ୟାସ ଅଟେ ଏହାଦ୍ୱାରା ସମଗ୍ର ଶରୀର ସହିତ ଯୌନାଙ୍ଗକୁ ମଧ୍ୟ ଠିକ୍ ମାତ୍ରାରେ ରକ୍ତ ପ୍ରବାହିତ ହୋଇଥାଏ। ଇରେକ୍ଟାଇଲ୍ ଡିସଫଙ୍କସନ ଭଳି ରୋଗ ପାଇଁ ଏହା ସବୁଠାରୁ ଭଲ କାମ କରିଥାଏ।

Exercise

୨. ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ ତାଜା ଫଳ, ପନିପରିବା,  ଶସ୍ୟ, ମାଛ, କ୍ଷୀର, ଅଣ୍ଡା ଇତ୍ୟାଦି ଖାଆନ୍ତୁ। ଏହା ବ୍ୟତୀତ ଭିଟାମିନ B12 ଥିବା ପରିବା ଯେପରି ରସୁଣ, ବନ୍ଧାକୋବି, ପିଆଜ ଆଦି ଖାଆନ୍ତୁ।

Food

୩. ହାର୍ଭାର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁଯାଇ ୪୨ ଇଞ୍ଚରୁ ଅଧିକ ଅଣ୍ଟାଥିବା ପୁରୁଷମାନଙ୍କ ଠାରେ ଯୌନ ସମସ୍ୟା ଅଧିକ ଦେଖା ଦେଇଥାଏ। ତେଣୁ, ଶରୀରର ମେଦ କାବୁ ଭିତରେ ରଖିବା ସହିତ ଅଣ୍ଟା ପତଳା ରଖିବାକୁ ଚେଷ୍ଟା କରନ୍ତୁ।

Waist

୪. ଧୂମ୍ରପାନ କରୁଥିଲେ ତୁରନ୍ତ ଏହାଠାରୁ ଦୂରେଇ ଯାଆନ୍ତୁ। ଯଥା ସମ୍ଭବ ମନକୁ ହାଲୁକା ରଖିବାକୁ ଚେଷ୍ଟା କରନ୍ତୁ ଏବଂ ଅଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ।

Smoking

୫. ସେହିପରି ଭାବରେ ନିଜର ହାର୍ଟକୁ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତୁ। ଏହା ସୁସ୍ଥ ରହିଲେ ହିଁ ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇପାରିବ। ଯାହାଫଳରେ ଯୌନ ସମସ୍ୟା ହେବାର ସମ୍ଭାବନା କମିଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button