କ୍ରାଇମ

ସ୍ୱିଜରଲାଣ୍ଡରୁ ପ୍ରେମିକାଙ୍କୁ ଡାକି ଦିଲ୍ଲୀରେ ହତ୍ୟା କଲା ପ୍ରେମିକ – Utkal Mail


ନୂଆଦିଲ୍ଲୀ: ଦିଲ୍ଲୀର ତିଲକ ନଗର ଅଞ୍ଚଳରେ ଥିବା ଦିଲ୍ଲୀ ମହାନଗର ନିଗମ ପରିଚାଳିତ ସ୍କୁଲ ନିକଟରେ ଜଣେ  ମହିଳାଙ୍କ ମୃତଦେହ ମିଳିଛି। ମୃତଦେହ ମିଳିବାର ଗୋଟିଏ ଦିନ ପରେ ପୁଲିସ ମହିଳାଙ୍କ ହତ୍ୟା ଘଟଣାର ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ଏ ମାମଲାରେ ଗୁରୁପ୍ରୀତ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିବା ବେଳେ ମହିଳା ଜଣକ ସ୍ୱିଜରଲ୍ୟାଣ୍ଡର ବାସିନ୍ଦା ବୋଲି ଜଣାପଡ଼ିଛି। ତାଙ୍କର ବୟସ ୩୦ ବର୍ଷ ହୋଇଥିବା ବେଳେ ତାଙ୍କ ଗୋଡ ଏବଂ ହାତକୁ ଲୁହା ଚେନରେ ବାନ୍ଧି ହତ୍ୟାକାରୀ ଫିଙ୍ଗି ଦେଇଥିଲା। ଏ ସମ୍ପର୍କରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା। ମିଳିଥିବା ସୂଚନା ମୁତାବକ ଶୁକ୍ରବାର ସକାଳେ ମହିଳାଙ୍କ ମୃତଦେହ ସ୍କୁଲ ନିକଟରେ ମିଳିଥିଲା। ସିସିଟିଭି ଫୁଟେଜ ସାହାଯ୍ୟରେ ପୁଲିସ ଜାଣିବାକୁ ପାଇଲା ଯେ ମୃତଦେହକୁ କାରରେ ଅଣାଯାଇ ଫିଙ୍ଗାଯାଇଥିଲା |

ଏହାପରେ ଗାଡିର ପଞ୍ଜୀକରଣ ନମ୍ବରରୁ ପୁଲିସ ଡ୍ରାଇଭରକୁ ଚିହ୍ନଟ କରିଛି। କାର ମାଲିକ କହିଛନ୍ତି ଯେ ସେ ଦୁଇ ମାସ ପୂର୍ବରୁ କାର ବିକ୍ରି କରିଥିଲେ। ତାଙ୍କଠାରୁ ଠିକଣା ନେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଗୁରୁପ୍ରୀତ ସିଂ ବୋଲି ପୁଲିସ କହିଛି। ଗୁରୁପ୍ରୀତ ସ୍ୱିଜରଲ୍ୟାଣ୍ଡରେ ଏହି ଯୁବତୀଙ୍କୁ ଭେଟିଥିଲା ଓ ଉଭୟ ପରସ୍ପରକୁ ପ୍ରେମ କରୁଥିଲେ | ତେବେ କିଛିଦିନର ମିଳାମିଶା ଭିତରେ ଗୁରୁପ୍ରୀତଙ୍କର ସନ୍ଦେହ ହୋଇଥିଲା ଯେ ଯୁବତୀଙ୍କର ଅନ୍ୟ କାହା ସହ ସମ୍ପର୍କ ଅଛି, ତେଣୁ ସେ ତାଙ୍କୁ ହତ୍ୟା କରିଥିଲା। ସୂଚନା ଅନୁସାରେ ଗୁରୁପ୍ରୀତ ତାଙ୍କୁ ଭେଟିବା ପାଇଁ ଅନେକ ସମୟରେ ସ୍ୱିଜରଲ୍ୟାଣ୍ଡ ଯାଉଥିଲେ | ତାଙ୍କ ଗର୍ଲଫ୍ରେଣ୍ଡର ଆଉ କାହା ସହ ପ୍ରେମ ସମ୍ପର୍କ ଥିବା ସେ ସନ୍ଦେହ କରିଥିଲେ। ଆଉ ଗୁରୁପ୍ରୀତ ତାଙ୍କୁ ଭାରତକୁ ଡାକିଥିଲେ | ଯୁବତୀ ଜଣକ ଦିଲ୍ଲୀ ଆସିବା ମାତ୍ରେ ତାଙ୍କୁ ହତ୍ୟା କରାଯାଇଥିଲା। ତେବେ ଏହି ହତ୍ୟାକାଣ୍ଡରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ବୋଲି ପୁଲିସ ତଦନ୍ତ କରୁଛି |




Related Articles

Leave a Reply

Your email address will not be published. Required fields are marked *

Back to top button