ଓଡିଶା

ଟ୍ରେନ୍ ରେ କଟି ଜଣଙ୍କର ମୃତ୍ୟୁ – Utkal Mail



ବେତନଟୀ :  ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ଅଙ୍ଗାରଗଡ଼ିଆ ନିକଟରେ ଆଜି ସନ୍ଧ୍ୟା ସମୟରେ ଜନୈକ ଯୁବକ ରୂପସା ବାରିପଦା ରେଳ ଧାରଣ ରେ ଡିଏମୟୂ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାଯାଇଛି। ଖବରରୁ ପ୍ରକାଶ ଆମ୍ବଗଡ଼ିଆ ଗ୍ରାମପଞ୍ଚାୟତ ଅଧୀନ ଅଙ୍ଗାରଗଡିଆ ଗ୍ରାମ ର ବାଦଲ ମାରାଣ୍ଡିଙ୍କ ପୁଅ ମିଥୁନ ମାରାଣ୍ଡି (୩୫) ସନ୍ଧ୍ୟା ସମୟରେ କୌଣସି କାରଣରୁ ଅଙ୍ଗାରଗଡ଼ିଆ ବାଙ୍ଗିରିପୋଷି -ରୂପସା ଡିଏମୟୂ ଟ୍ରେନ ସାମ୍ନାକୁ ଚାଲି ଆସିଥିଲେ। ଫଳରେ ଦୁର୍ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।  ଦୁର୍ଘଟଣା ପରେ ଲୋକ ପାଇଲଟ ଟ୍ରେନ୍ ଟିକୁ ଅଟକାଇବା ସହିତ ତଳକୁ ଓହ୍ଲାଇ ବାଲେଶ୍ଵର ରେଳବାଇ ପୋଲିସ କୁ ଖବର ଦେଇଥିଲେ। ରେଳବାଇ ପୋଲିସ୍ ଖବର ପାଇ ଘଟଣା ସ୍ଥଳରୁ ମର ଶରୀରକୁ ବାଲେଶ୍ଵର ରେଳବାଇ ଥାନାକୁ ନେବା ସହିତ ତଦନ୍ତ ଚଳାଇଥିବା ଜଣାଯାଇଛି।

Nalco Logo




Related Articles

Leave a Reply

Your email address will not be published. Required fields are marked *

Back to top button