ବିଚାର

ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ଅନୁସାରେ ମାଂସ ଖାଇବା ପାପ କି ନୁହେଁ?

ବନ୍ଧୁଗଣ ଗରୁଡ ପୁରାଣରେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ଏବଂ ଅନ୍ୟ ପ୍ରାଣୀଙ୍କ ଭୋଜନ ବିଷୟରେ ସବୁ ତଥ୍ୟ ଗରୁଡ଼ଙ୍କୁ ବହୁତ ମହତ୍ତ୍ୱପୂର୍ଣ ଜ୍ଞାନ ଦେଇଛନ୍ତି | ବାଘ ଆଦି ପଶୁ କାହିଁକି ମାଂସ ଖାନ୍ତି ଏବଂ ମନୁଷ୍ୟ, ଗାଈ ଆଦି ପ୍ରାଣୀ ବନସ୍ପତି ର ସେବନ କାହିଁକି କରନ୍ତି? କଣ ବୃକ୍ଷରେ ମଧ୍ୟ ପ୍ରାଣ ଅଛି? ଯଦି ପ୍ରାଣ ଅଛି ତେବେ ତାଙ୍କୁ ଖାଇବା ଠିକ କଣ ପାଇଁ ହୋଇଥାଏ ? ଏବଂ ଅନ୍ୟ ପଶୁମାନଙ୍କ ମାଂସ ଖାଇବା ଭୁଲ କଣ ପାଇଁ ହୋଇ ଥାଏ ?

ଶ୍ରୀକୃଷ୍ଣ କହିଛନ୍ତି ମନୁଷ୍ୟ ପାଇଁ ସାକାହାରୀ ଭୋଜନ ହିଁ ଉଚିତ ହୋଇଥାଏ | ସଂସାରର ପ୍ରତ୍ୟେକ ଜୀବ ଅନ୍ନର ବାସ୍ନା ରୁ ହିଁ ଖାଦ୍ୟକୁ ଖୋଜିଥାଏ | ଯାହାକୁ ଯେଉଁ ବାସ୍ନା ପସନ୍ଦ ହୋଇଥାଏ,ସେ ସେହି ପ୍ରକାରର ଭୋଜନର ସନ୍ଧାନ କରିଥାଏ | ସାତ୍ଵିକ ଜିନିଷ ର ବାସ୍ନା ମନୁଷ୍ୟକୁ ପ୍ରିୟ ହୋଇଥାଏ ଏବଂ ହିଂସ୍ର ପଶୁ ମାନଙ୍କୁ ମାଂସର ବାସ୍ନା ପ୍ରିୟ ହୋଇଥାଏ | ବାସ୍ନା ସହାୟତା ରେ ହିଁ ସମସ୍ତେ ନିଜ ନିଜର ଭୋଜନ ବାଛିଥାନ୍ତି | ବୃକ୍ଷ ମନୁଷ୍ୟ ଆଦି ପ୍ରାଣୀ ମାନଙ୍କୁ ଭୋଜନ ପାଇଁ ଆମନ୍ତ୍ରଣ କରିଥାନ୍ତି | ବୃକ୍ଷ ନିଜର ବାସ୍ନା ତଥା ନିଜର ସୁନ୍ଦର ଫଳ ଦ୍ୱାରା ମନୁଷ୍ୟର ମନକୁ ମୋହିତ କରିଥାଏ | କାରଣ ମନୁଷ୍ୟ ତାର ସ୍ୱାଦ ନେଇପାରୁ..

ଏହା ଦ୍ୱାରା ବୃକ୍ଷର ବିକାଶ ହୋଇଥାଏ, ଯେତେବେଳେ ମନୁଷ୍ୟ ବୃକ୍ଷର ଫଳ କୁ ନେଇ ଅନ୍ୟ କେଉଁ ସ୍ଥାନରେ ଖାଇ ଏବଂ ଏହାର ମଞ୍ଜିକୁ ସେହି ସ୍ଥାନର ପକାଏ ଏହାର ଦ୍ୱାରା ବୃକ୍ଷର ବିସ୍ତାର ହୋଇଥାଏ | ସେଥିପାଇଁ ବୃକ୍ଷ ତାର ବିସ୍ତାର କରିବା ପାଇଁ ଅନ୍ୟ ପ୍ରାଣୀ କୁ ଆକର୍ଷଣ କରିଥାଏ | କିନ୍ତୁ ମାଂସହାରି ଜୀବ ଙ୍କୁ ସାକାହାରୀ ପସନ୍ଦ ନୁହେଁ ତାଙ୍କୁ ମାଂସ ର ବାସ୍ନା ହିଁ ପସନ୍ଦ ଆସିଥାଏ | ଏଥିପାଇଁ ମାଂସହାରି ଜୀବ ମାଂସ ଖାଇଥାନ୍ତି | ମନୁଷ୍ୟକୁ ମାଂସ ଆକର୍ଷିତ କରିଥାନଥାଏ | କଣ କେବେ କୌଣସି ମୃତ ପ୍ରାଣୀକୁ ଦେଖି ମନୁଷ୍ୟ କୁ ତାକୁ ଖାଇବାକୁ ମନ କରେ?

କିନ୍ତୁ ଗଛରୁ ପଡ଼ିଥିବା ଫଳ ହିଁ ଆକର୍ଷଣ କରିଥାଏ କାରଣ ଏହା ହିଁ ତାହାର ଗୁଣଧର୍ମ ଅଟେ | ସେଥିପାଇଁ ପ୍ରାଣୀଙ୍କର ମାଂସ ମନୁଷ୍ୟର ଭୋଜନ ହୋଇନଥାଏ | ଭୋଜନ ତାକୁ କୁହାଯାଏ ଯାହା ଏହି ପୃଥିବୀ ଏ ସମାଜ କୁ ପ୍ରେମର ସହ ଦେଇଥାଏ | ଏବଂ ବୃକ୍ଷ ମଧ୍ୟ ନିଜେ ହିଁ ମନୁଷ୍ୟକୁ ନିଜ ଫଳ ଖାଇବାକୁ ନିମନ୍ତ୍ରଣ କରିଥାନ୍ତି | ବୃକ୍ଷ ନିଜ ଫଳର ବାସ୍ନା ସହ ଫୁଲ ର ବାସ୍ନା ସହ ମନୁଷ୍ୟ କୁ ଆକର୍ଷଣ କରିଥାଏ | ସେଥିପାଇଁ ମନୁଷ୍ୟ ଙ୍କୁ ସେହି ଖାଦ୍ୟ ଖାଇବା ଉଚିତ ଯାହା ସୃଷ୍ଟି ତାଙ୍କୁ ଦେଇଥାଏ |ତେଣୁ ମନୁଷ୍ୟ କୁ ମାଂସ ଖାଇବା ଉଚିତ ନୁହେଁ..

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button