ତିହିଡିରେ ଗଡିଲା ‘ସୁଭଦ୍ରା’ ସଚେତନତା ରଥ

ତିହିଡି,୧୩/୦୯/୨୪ : ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ‘ସୁଭଦ୍ରା’ର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତିମଧ୍ଯରେ ଆରମ୍ଭ ହୋଇସାରିଛି | ଏହି ଯୋଜନା ସମ୍ପର୍କରେ ଲୋକଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ମାଆମାନଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହିପରିପ୍ରେକ୍ଷୀରେ ତିହିଡି ବ୍ଲକରେ ଗୁ୍ରୁବାର ଦିନ ଅପରାହ୍ନ ୧୧ଟାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ୫ ଦିନଧରି ପ୍ରତ୍ୟେକ ଗ୍ରାମରେ ବୁଲି ବୁଲି ସୁଭଦ୍ରା ଯୋଜନା ହିତାଧିକାରୀଙ୍କର ଯୋଗ୍ୟତାର ମାନଦଣ୍ଡ, ଆବେଦନ ପ୍ରଣାଳୀ,ସହାୟତା କିପରିଭାବେ ପାଇବେ ଇତ୍ୟାଦି ବିଷୟରେ ସଚେତନ କରାଇବ ।୧୨ତାରିଖ ଦିନ ଶ୍ୟାମସୁନ୍ଦରପୁର,କାଁପଡା,ବାରୋ,ବିଲଣା ଓ ବୋଡକ, ୧୩ ତାରିଖରେ ଟିଜି ବିନ୍ଧା,କୁବେରା,ଗୁଆମାଳ ଓ ଦୋଳସାହି, ୧୪ ତାରିଖରେ ତାଳପଦା,ମୁକୁନ୍ଦପୁର, ଭାଟ୍ଟପଡା,ମହରମପୁର ଓ ଅଚକ, ୧୫ ତାରିଖରେ ଫତେପୁର,କୋହ୍ଲ, ମଙ୍ଗଳପୁର,ସିନ୍ଦୋଳ,ବାରସର ଓ ଗୋବିନ୍ଦପୁର ଏବଂ ୧୬ତାରିଖରେ ସାହାପୁର,ହରିସିଂହପୁର,ଦୌଲତପୁର,ବାନବିନ୍ଧା ଓ ଜାମଜୋଡି ପଂଚାୟତ ପରିକ୍ରମା କରିବାର କାର୍ଯ୍ୟକ୍ରମ ରଖାଯାଇଛି ।ଏହି କାର୍ଯ୍ୟକ୍ରମ ତିହିଡି ବ୍ଳକର ବିଡିଓ ଜ୍ୟୋତିର୍ମୟ କରଙ୍କ ନେତୃତ୍ବରେ ଏବଂ ଓଏଲଏମ , ମିଶନଶକ୍ତି, ସମ୍ବନ୍ବିତ ଶିଶୁବିକାଶ ବିଭାଗର ମିଳିତ ସହଯୋଗ ରେ ସୁଭଦ୍ରା ରଥ କୁ ପୂଜାର୍ଚନା କରି ଉଦଘାଟନ କରାଯାଇଛି । ଏଥିରେ ଏବିଡିଓ ମାନସ କୁମାର ନାୟକ, ବିଏସଏସଓ ନିହାର ରଂଜନ ରାଉତ, ବିପିଏମ ଷ୍ଟାଲିନ ନାୟକ,ବିପିସି ଶ୍ରୀକାନ୍ତ ଯେନା,ସିଡିପିଓ ସଂଗୀତା ସିଂ ଉପସ୍ଥିତ ରହି ସହଯୋଗ କରିଥିଲେ । ଅଙ୍ଗନୱାଡି ୱାର୍କର, ଏସ୍ଏଚଜି ଗୃପ୍, ଏମବିକେ ମାଆ ମାନେ ହୁଳହୁଳି ଦେଇ ସ୍ଵାଗତ ଜଣାଇଥିଲେ ।ଭଦ୍ରକରୁ ସ୍ବତନ୍ତ୍ର ପ୍ରତିନିଧି ଅମୂଲ୍ୟ କୁମାର ମାଝୀଙ୍କ ରିପୋର୍ଟ,ଉତ୍କଳ ମେଲ


