ବିଚାର

ଏହି ଆଠ ଜଣ ଲୋକ କେବେବି ବୁଝି ପାରନ୍ତି ନାହିଁ କାହାର ଦୁଃଖ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ବିନା ଗୁରୁରେ ଅସଂଖ୍ୟ ପୁସ୍ତକର ଅଧ୍ୟୟନ ବିନା ଗୁରୁଙ୍କ ଆଶୀର୍ବାଦରେ ପାଠ କରିଥାଏ ସେ କେକେବି ବିଦ୍ୱାନଙ୍କ ସଭାରେ ସଚ୍ଚା ଜ୍ଞାନୀ ଭାବରେ ପ୍ରତିଷ୍ଠିତ ହୋଇପାରେ ନାହିଁ । ସେହିଭଳି ମଧ୍ୟ ନିଜର ପରିଚୟ ନଥିବା ପିଲା ମଧ୍ୟ କେଉଁଠିବି ପ୍ରତିଷ୍ଠିତ ହୋଇପାରେ ନାହିଁ । ମନୁଷ୍ୟ ଅନ୍ୟ ପାଖରୁ ନେଇଥିବା ସାହାଯ୍ୟକୁ ନିଶ୍ଚୟ ତାକୁ ଫେରାଇବା ଉଚିତ ।

ସେହିଭଳି ଯିଏ ଆପଣଙ୍କ ସହିତ ଦୁଷ୍ଟତା କରୁଛି ତା ସହ ମଧ୍ୟ ଦୁଷ୍ଟତା କରିବା ଉଚିତ । ଏପରି କରିବାରେ କୌଣସି ପାପ ନାହିଁ । ସେହି ଜିନିଷ ଯାହା ଅତ୍ୟନ୍ତ ଦୂର ଦେଖା ଯାଇଥାଏ ଏବଂ ମନୁଷ୍ୟକୁ ଅସମ୍ଭବ ମନେ ହୁଏ ତାହାକୁ ମଧ୍ୟ ସହଜରେ ହାସଲ କରାଯାଇ ପାରେ । ମାତ୍ର ତପ କରିବା ଜରୁରୀ ଅଟେ । ଯାହାଦ୍ୱାରା ସବୁକିଛି ସମ୍ଭବ ଅଟେ । ଯଦି କେହି ସତ୍ୟରେ ପ୍ରସ୍ଥାପିତ ଅଛି ତେବେ ତାକୁ ତପ କରିବାରେ କୌଣସି ଆବଶ୍ୟକତା ନାହିଁ ।

ଯେଉଁ ବ୍ୟକ୍ତିର ହୃଦୟ ଶୁଦ୍ଧ ତାକୁ ତୀର୍ଥ ଯାତ୍ରା କରିବାରେ କୌଣସି ଆବଶ୍ୟକତା ନାହିଁ । ଯଦି ମନୁଷ୍ୟର ସ୍ୱଭାବ ଭଲ ଅଛି ତେବେ ଆଉ କିଛି ଜିନିଷର ଆବଶ୍ୟକତା ନାହିଁ । ଯଦି କୀର୍ତ୍ତି ଅଛି ତେବେ ଅଳଙ୍କାରର ମଧ୍ୟ ଆବଶ୍ୟକତା ନାହିଁ । ମନୁଷ୍ୟକୁ ମନେ ରଖିବା ଉଚିତ ଯେ ଯଦି ଅପମାନ ହୋଇଛି ତେବେ ତାହା ମୃତ୍ୟୁ ଠାରୁ ଭୟଙ୍କର ନୁହେଁ ବୋଲି ମନେ ରଖିବା ଉଚିତ । ଯେଉଁ ବ୍ୟକ୍ତି ପାଖରେ ଶକ୍ତି ନଥାଏ ସେ ସାଧୁ ହୋଇଯାଏ ଏବଂ ଯେଉଁ ବ୍ୟକ୍ତି ପାଖରେ ଧନ ନଥାଏ ସେ ବ୍ରହ୍ମଚାରୀ ହୋଇଯାଏ ।

ଏହାବ୍ୟତୀତ ରୁଗ୍ଣ ବ୍ୟକ୍ତି ଭାଗବାନଙ୍କ ଭକ୍ତ ହୋଇଯାଏ । ଯେତେବେଳେ ମହିଳା ବୁଢ଼ୀ ହୋଇଯାଏ ସେତେବେଳେ ସେ ସ୍ୱାମୀ ପ୍ରତି ସମର୍ପିତ ହୋଇଯାନ୍ତି । ସାପ ଚୋଟରେ ବିଷ ଥାଏ ମାତ୍ର ଦୁଷ୍ଟ ବ୍ୟକ୍ତିର ସବୁ ଅଙ୍ଗରେ ବିଷ ଭରି ରହିଥାଏ । ଯେଉଁ ସ୍ତ୍ରୀ ନିଜ ସ୍ୱାମୀର ସମ୍ମତି ବିନା ଉପବାସ ରଖିଥାଏ ସେ ନିଜ ସ୍ୱାମୀର ଆୟୁଷ କମାଇବା ସହିତ ନିଜେ ମଧ୍ୟ ନର୍କକୁ ଯାଇଥାଏ । ଗୋଟିଏ ହାତର ଶୋଭା ସର୍ବଦା ଗହଣା ଦ୍ୱାରା ନୁହେଁ ବରଂ ଦାନ ଦ୍ୱାରା ସୁନ୍ଦର ହୋଇଥାଏ ।

ଚନ୍ଦନର ଲେପ ଲଗାଇବା ଦ୍ୱାରା ନୁହେଁ ବରଂ ସ୍ନାନ ଦ୍ୱାରା ଶୁଦ୍ଧତା ଆସିଥାଏ । ମନୁଷ୍ୟକୁ ଭୋଜନ ଦେଲେ ନୁହେଁ ବରଂ ସମ୍ମାନ ଦେଲେ ହିଁ ମନୁଷ୍ୟ ସନ୍ତୁଷ୍ଟ ହୋଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ପରସ୍ପରକୁ ସମ୍ମାନ ଦେବା ଉଚିତ । ସେତେବେଳେ ମୁକ୍ତି ମିଳିଥାଏ ଯେତେବେଳେ ମନୁଷ୍ୟ ମଧ୍ୟରେ ଆଧ୍ୟାତ୍ମିକତା ଜନ୍ମ ନେଇଥାଏ । ନାରୀ କାରଣରୁ ହିଁ ପୁରୁଷର ଶକ୍ତି ନଷ୍ଟ ହୋଇଥାଏ । ଯାହା ମଧ୍ୟରେ ସର୍ବଦା ପରୋପକାରର ଭାବନା ଥାଏ ସେ ସବୁ ପରିସ୍ଥିତିକୁ ଦୃଢ଼ତାର ସହିତ ସାମ୍ନା କରିଥାଏ । ଯାହାଦ୍ୱାରା ତାକୁ ସବୁ କ୍ଷେତ୍ରରେ ସମ୍ପନ୍ନତା ପ୍ରାପ୍ତ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button