କ୍ରାଇମ

ମାଉସୀ ଘରକୁ ମିଠା ଦେବାକୁ ଯାଉଥିବା ଛାତ୍ରକୁ ମାଡ଼ ମାରି ମୁହଁରେ ପରିସ୍ରା କଲେ ୭ଜଣଯୁବକ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ୭ଜଣ ଯୁବକ ଜଣେ ଛାତ୍ରଙ୍କ ମୁହଁରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପୁଲିସ ହାତରେ ପଡ଼ିବା ପରେ ସେ ଉକ୍ତ ୭ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି।

ଏହି ଘଟଣା ଜାଗୃତି ବିହାର ଏକ୍ସଟେନସନରୁ ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ଦ୍ବାଦଶଶ୍ରେଣୀର ଛାତ୍ର ତାଙ୍କର ମାଉସୀ ଘରକୁ ମିଠା ଦେବାକୁ ଯାଇଥିଲେ। ଏହି ସମୟରେ ରାସ୍ତାରେ ବୁଲୁଥିବା କିଛି ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ। ନିଛାଟିଆ ସ୍ଥାନକୁ ନେଇ ୭ଜଣ ଯୁବକ ଛାତ୍ରଙ୍କୁ ମାଡ଼ ମାରିବା ସହିତ ତାଙ୍କ ମୁହଁରେ ପରିସ୍ରା କରି ଦେଇଥିଲେ। ଆଉ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ପୀଡ଼ିତ ତା’ପରଦିନ ଘରକୁ ଫେରି ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ପରିବାରଲୋକ ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୁଲିସ ପୀଡ଼ିତ ତଥା ତାଙ୍କ ପରିବାରଲୋକଙ୍କ ଅଭିଯୋଗକୁ କେନ୍ଦ୍ରକରି ୭ଜଣ ଯୁବକଙ୍କୁ ଗିରଫ କରି ମାମଲା ରୁଜୁ କରିଛନ୍ତି।

ଏଥିସହିତ ଏହି ଘଟଣ‌ାରେ ସମ୍ପୃକ୍ତ ୭ଜଣ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବାକୁ ପୁଲିସ ପ୍ରତିଶ୍ରୃତି ଦେଇଛି।

ପୀଡ଼ିତଙ୍କ ପରିବାର ଏହି ଘଟଣାକୁ ନେଇ କହିଛନ୍ତି, ‘ପୁଅ ସହିତ ଏଭଳି କାମ ୭ଜଣ ଯୁବକ କାହିଁକି କଲେ ତାହାର କାରଣ ଜଣାପଡ଼ିନାହିଁ। କିନ୍ତୁ ପୁଅ ଏଭଳି ଅବସ୍ଥା ପାଇଁ ପରିବାର ଦୁଃଖରେ ଅଛନ୍ତି।’

 




Related Articles

Leave a Reply

Your email address will not be published. Required fields are marked *

Back to top button