ଜୀବନଶୈଳୀ

ଏହି ୫ଟି ଜିନିଷ ଯଦି ଘରେ ଥାଏ ତେବେ ଆଣିଥାଏ ଦୁର୍ଭାଗ୍ୟ – ଏହାକୁ ତୁରନ୍ତୁ ଘରୁ କାଢି ଦିଅନ୍ତୁ

ଦୁର୍ଭାଗ୍ୟକୁ କେହି ପସନ୍ଦ କରନ୍ତି ନାହିଁ । କିନ୍ତୁ ନିଜର ଭୁଲ୍ ହେତୁ ଏହି ଅଶୁଭ ଭୋଗ କରିବାକୁ ପଡେ । ବେଳେବେଳେ ଘରେ କିଛି ଏମିତି ଜିନିଷ ଆଣି ରଖନ୍ତି ଯାହା ଦୁର୍ଭାଗ୍ୟକୁ ଡାକନ୍ତି । ଏହି ଜିନିଷକୁ ଘରେ ରଖିଲେ ଅଶୁଭ ମନାଯାଏ ଓ ଏହା ନେଗେଟିବ୍ ଏନର୍ଜି ଉତ୍ପନ୍ନ କରିଥାଏ । ଯଦି ଆପଣ ଏହି ଦୁର୍ଭାଗ୍ୟ ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଏହି ଜିନିଷକୁ ଘରୁ କାଢି ଦିଅନ୍ତୁ ।

୧- ଛିଣ୍ଡା ଚପଲ ବା ଜୋତା :

ବେଳେବେଳେ ଚପଲ ଫାଟିଯାଏ ବା ଛିଣ୍ଡିଯାଏ ଓ ବହୁତ ପୁରୁଣା ହୋଇଯାଏ, ତେଣୁ ଆମେ ଆଉ ଏକ ନୂଆ ଚପଲ ବା ଜୋତା କିଣିଥାଉ। ସେହି ଛିଣ୍ଡା ଚପଲକୁ ଘରର ଏକ କୋଣରେ ପକାଇଥାଉ। ଏହିପରି କଲେ ହାନିକାରକ ହୋଇଥାଏ। ଫଟା ଛିଣ୍ଡା ଚପଲ ବା ଜୋତା ଏହା ନେଗେଟିବ୍ ଏନର୍ଜି ଉତ୍ପନ୍ନ କରିଥାଏ। ଏହାକୁ ଘରେ ରଖନ୍ତୁ ନାହିଁ ବା ପିନ୍ଧନ୍ତୁ ନାହିଁ। ଏହାକୁ ସଜାଡି ଦିଅନ୍ତୁ ନଚେତ୍ ବାହାରେ ପକାଇ ଦିଅନ୍ତୁ। ଏପରି ନ କଲେ ଦୁର୍ଭାଗ୍ୟର ବାଦଲ ଦେଖାଦିଏ।

୨- ଭଙ୍ଗା ଆଈନା ବା ଦର୍ପଣ :

ଘରେ ଥାଇବା ଆଈନା ଫାଟିଯାଏ ବା ଭାଙ୍ଗିଯାଏ ତେବେ ଏହାକୁ ବ୍ୟବହାର ନ କରିବା ଉଚିତ୍। ଏହି ଭଙ୍ଗା ଆଇନାରେ ମୁହଁ ଦେଖନ୍ତି ତେବେ ନିଜ ଭାଗ୍ୟରେ ସବୁ ଅଶୁଭ ବା କ୍ଷତି ଘଟେ। ତେଣୁ ଏହି ଭଙ୍ଗା ଆଇନାକୁ ବାହାରକୁ କାଢି ପକେଇ ଦିଅନ୍ତୁ।

୩- ହିଂସ୍ର ପଶୁ ବା ମାରାତ୍ମକ ଫଟୋ :

କେତେ ଲୋକମାନେ ଘରେ ହିଂସ୍ର ପଶୁ ବା ଅନ୍ୟ ମାରାତ୍ମକ ଫଟୋ ଲଗାଇଥାନ୍ତି। ଏହିପରି ଫଟୋ ନ ଲଗାଇବା ଉଚିତ୍, କାରଣ ଏଥିରେ ନେଗେଟିବ୍ ଏନର୍ଜି ଉତ୍ପନ୍ନ ହୁଏ। ପରିବାରର ଲୋକମାନଙ୍କର ମନରେ ସବୁବେଳେ ଖରାପ ଭାବନା ଆସେ। ଯାହା କଳି-ଝଗଡା ସୃଷ୍ଟି ହୁଏ ଓ ସବୁ କ୍ଷେତ୍ରରେ ଅଶୁଭଫଳ ଭୋଗକରିବାକୁ ପଡେ।

୪- ବୁଢିଆଣୀ ଜାଲ :

କୁହାଯାଏ କି ଯଦି ଗୃହରେ ଅଧିକ ବୁଢିଆଣୀ ଜାଲ ହୁଏ ତେବେ ଘରେ ଦରିଦ୍ରତା ଦେଖାଦିଏ। ତେଣୁ ବେଳେବେଳେ ଘରକୁ ସଫା-ସୁତୁରା କରିବା ଉଚିତ୍। ସଫା ନକଲେ ଏହା ଆର୍ଥିକସ୍ଥିତି ଉପରେ ଅଶୁଭ ପ୍ରଭାବ ପଡେ ଯାହା ଦରିଦ୍ରତା ଦେଖାଦିଏ।

୫- ମଦ ଖାଲି ବୋତଲ ବା ସିଗାରେଟ୍ ର ଖାଲି ଡବା :

କହିବାକୁ ଗଲେ ମଦ ଓ ସିଗାରେଟ୍ ଶରୀର ପାଇଁ ହାନିକାରକ ହୋଇଥାଏ। ମଦ ଖାଲି ବୋତଲ ବା ସିଗାରେଟ୍ ର ଖାଲି ଡବାକୁ ଘରେ ନ ରଖିବା ଉଚିତ୍। ଏହା ଘରେ ରଖିଲେ ଖରାପ ପରିସ୍ଥିତି ସୃଷ୍ଟି ହୁଏ ଓ ନକରାତ୍ମକ ଊର୍ଜା ଦେଖାଦିଏ। ତେଣୁ ଏହାକୁ ତୁରନ୍ତ ବାହାରକୁ କାଢି ଦିଅନ୍ତୁ । ଯଦି ଏହି ପାଞ୍ଚଟି ଜିନିଷକୁ ଧ୍ୟାନରେ ରଖି ଏହାକୁ ଘରେ ନ ରଖିବେ ତେବେ ଦୁର୍ଭାଗ୍ୟ ସର୍ବଦା ଆପଣଙ୍କ ଠାରୁ ଦୂରେଇ ଯିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button