କରୋନା

ଭୟ ଖେଳାଉଛି କରୋନା: ୨ ଆକ୍ରାନ୍ତଙ୍କ ମୃତ୍ୟୁ

ମୁମ୍ବାଇ: ପୁଣି ଆତଙ୍କ ଖେଳାଇଲାଣି କରୋନା। ୨୦୨୦ ମସିହାରେ କରୋନା ଭାଇରାସ୍‌ ପୂରା ବିଶ୍ବକୁ ଗ୍ରାସ କରିଥିବା ବେଳେ ଧୀରେ ଧୀରେ ତା’ର ପ୍ରଭାବ ଶୂନ୍ୟ ହୋଇଥିଲା। ମାତ୍ର ଗତ କିଛି ଦିନ ହେବ ପୁଣି ଥରେ କରୋନା ଭାଇରାସ୍‌ ମୁଣ୍ଡ ଟେକିଛି।

ଏବେ ଭାରତରେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଲେଣି। ମୁମ୍ବାଇର କେଇଏମ୍‌ ହସ୍ପିଟାଲରେ ଦୁଇ ଜଣ କୋଭିଡ୍-୧୯ ପଜିଟିଭ୍ ମୃତ୍ୟୁ ରିପୋର୍ଟ ହୋଇଛି। ଉଭୟ ରୋଗୀଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି ଗୁରୁତର ଥିଲା।

ଜଣେ ରୋଗୀଙ୍କ ମୁଖ କର୍କଟ ରୋଗ ଥିଲା, ଅନ୍ୟ ଜଣେ ନେଫ୍ରୋଟିକ୍ ସିଣ୍ଡ୍ରୋମ ବା କିଡ୍‌ନି ରୋଗରେ ପୀଡିତ ଥିଲେ। ଉଭୟଙ୍କ ମୃତ୍ୟୁ କୋଭିଡ୍-୧୯ ନୁହେଁ ବରଂ ପୂର୍ବ ସ୍ଥିତି ଯୋଗୁଁ ହୋଇଛି ବୋଲି ସୂତ୍ରରୁ ପ୍ରକାଶ।

ଉଲ୍ଲେଖଯୋଗ୍ୟ, ୨୦୨୦ ମସିହାରେ ସାରା ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲା। ଏସିଆରେ ଏବେ ପୁଣି ଥରେ କରୋନା ଫେରୁଥିବାର ଆଶଙ୍କା ବୃଦ୍ଧି ପାଇଛି।

ବିଶେଷ କରି ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କମ୍ ଓ ଅଧିକ ପୀଡ଼ିତ ହେବାର ସମ୍ଭାବନା ରହିଛି। ସେମାନଙ୍କୁ ବୁଷ୍ଟର୍‌ ଟିକା ନେବାକୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ବ୍ଲୁମ୍‌ବର୍ଗ ରିପୋର୍ଟ କରିଛି ଯେ, ଚୀନ୍ ମଧ୍ୟ କୋଭିଡ୍‌ର ଏକ ନୂତନ ଲହର ଦେଇ ଗତି କରୁଛି । ଗତ ପାଞ୍ଚ-ଛଅ ସପ୍ତାହ ମଧ୍ୟରେ ଚୀନ୍‌ବାସୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ହାର ଦୁଇଗୁଣରୁ ଅଧିକ ହୋଇଛି । ଏପଟେ ହଂକଂ ଏବଂ ସିଙ୍ଗାପୁରରେ ମଧ୍ୟ କରୋନା ପୁଣି ଥରେ ବ୍ୟାପିବାରେ ଲାଗିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button